• About Us
  • Contact Us
Thursday, April 2, 2026
  • Login
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା
No Result
View All Result
Home ଦେଶ ବିଦେଶ

କାହାର ମଧ୍ୟସ୍ଥତା ଦରକାର କରୁନି ଭାରତ, ଆତଙ୍କବାଦୀଙ୍କୁ ହସ୍ତାନ୍ତର କଲେ ଆଲୋଚନା ହେବ: ମୋଦୀ

by Voice of Victims
May 11, 2025
in ଦେଶ ବିଦେଶ, ମୁଖ୍ୟ ଖବର
କାହାର ମଧ୍ୟସ୍ଥତା ଦରକାର କରୁନି ଭାରତ, ଆତଙ୍କବାଦୀଙ୍କୁ ହସ୍ତାନ୍ତର କଲେ ଆଲୋଚନା ହେବ: ମୋଦୀ

ନୂଆଦିଲ୍ଲୀ: କାଶ୍ମୀର ପ୍ରସଙ୍ଗରେ ଭାରତ କୌଣସି ବାହ୍ୟ ରାଷ୍ଟ୍ରର ମଧ୍ୟସ୍ଥତା ଦରକାର କରୁନି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆମେରିକା ଉଦ୍ଦେଶ୍ୟରେ ଏଭଳି କହିଛନ୍ତି। ଅପରେସନ ‘ସିନ୍ଦୂର’ରେ ପାକିସ୍ତାନ ଉପରେ ଭାରତର ପ୍ରଚଣ୍ଡ ଆକ୍ରମଣ ପରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ମଧ୍ୟସ୍ଥତା କରିବାକୁ ପ୍ରସ୍ତାବ ଦେବା ସହିତ ଅସ୍ତ୍ରବିରତି ପାଇଁ ଅନୁରୋଧ କରିଥିଲେ। ପରେ ପାକିସ୍ତାନ ଅସ୍ତ୍ରବିରତି ପାଇଁ ଭାରତ ସହିତ କଥା ହେବାରୁ ଶନିବାର ରାତିରେ ଅପରେସନ ‘ସିନ୍ଦୂର’କୁ ସାମୟିକ ସ୍ଥଗିତ ରଖାଯାଇଛି। କିନ୍ତୁ ତାହା ବନ୍ଦ ହୋଇନାହିଁ ବୋଲି ସେନା ପକ୍ଷରୁ କୁହାଯାଇଛି।

ଅନ୍ୟପଟେ ଟ୍ରମ୍ପଙ୍କ ମଧ୍ୟସ୍ଥତା ଉପରେ ମୋଦୀ ସ୍ପଷ୍ଟ କରିଛନ୍ତି ଯେ, କାଶ୍ମୀର ପ୍ରସଙ୍ଗରେ କାହାର ମଧ୍ୟସ୍ଥତା ଭାରତର ଆବଶ୍ୟକ ନାହିଁ। ପାକ୍ ଅଧିକୃତ କାଶ୍ମୀର(ପିଓକେ) ଭାରତର। ପାକିସ୍ତାନ ଆତଙ୍କବାଦୀମାନଙ୍କୁ ଭାରତକୁ ହସ୍ତାନ୍ତର କରୁ। ପିଓକେକୁ ଭାରତକୁ ଫେରାଉ। ଏହା ପରେ ଭାରତ କୌଣସି ପ୍ରସଙ୍ଗରେ ପାକିସ୍ତାନ ସହିତ ଆଲୋଚନା କରିବ ବୋଲି ମୋଦୀ କହିଛନ୍ତି। ସିନ୍ଧୁ ନଦୀ ଜଳ ଚୁକ୍ତି ଆତଙ୍କବାଦ ସହିତ ଜଡ଼ିତ ବୋଲି ମୋଦୀ କହିଛନ୍ତି।

ସୂଚନାଯୋଗ୍ୟ, ପହଲଗାଓଁ ଆତଙ୍କବାଦୀ ଆକ୍ରମଣ ପରେ ଭାରତ ସିନ୍ଧୁ ନଦୀ ଜଳ ଚୁକ୍ତିକୁ ରଦ୍ଦ କରିବା ସହିତ ପାକିସ୍ତାନ ଉପରେ କୂଟନୈତିକ ସ୍ତରରେ ବିଭିନ୍ନ କଟକଣା ଲାଗୁ କରିଛି।

Post Views: 75
Share199Tweet125Send
Voice of Victims

Voice of Victims

Recent Posts

  • ଗୁରୁତ୍ୱପୂର୍ଣ୍ଣ ପେଟ୍ରୋକେମିକାଲ୍ ଉତ୍ପାଦଗୁଡ଼ିକ ଉପରେ ସମ୍ପୂର୍ଣ୍ଣ ସୀମା ଶୁଳ୍କ ଛାଡ଼ କଲେ ସରକାର
  • ମେ’ ୧ମ/ଦ୍ୱିତୀୟ ସପ୍ତାହରେ ମାଟ୍ରିକ୍ ପରୀକ୍ଷା ଫଳ
  • ୪ ତାରିଖ ଯାଏଁ ଜାରି ରହିବ ଝଡ ବର୍ଷାର ପ୍ରଭାବ
  • ଛେଣ୍ଡିପଦା-ଅନୁଗୋଳ ରାଜ୍ୟ ରାଜପଥ- ୬୩କୁ ୨ ରୁ ୪ ଲେନ୍ କରାଯାଉ, ମୋହନ ମାଝୀଙ୍କୁ ଧର୍ମେନ୍ଦ୍ରଙ୍କ ଚିଠି
  • ନାସାର ଐତିହାସିକ ‘ଆର୍ଟେମିସ୍-୨’ ମିଶନ, ୫୦ ବର୍ଷ ପରେ ଜହ୍ନକୁ ଗଲେ ମଣିଷ !

Recent Comments

  1. A WordPress Commenter on ଭାରତ ବିରୋଧୀ ବିମର୍ଶ
  • About Us
  • Contact Us

Copyright © 2023.

No Result
View All Result
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା

Copyright © 2023.

Welcome Back!

Login to your account below

Forgotten Password?

Create New Account!

Fill the forms bellow to register

All fields are required. Log In

Retrieve your password

Please enter your username or email address to reset your password.

Log In