ନୂଆଦିଲ୍ଲୀ: ଆସନ୍ତାକାଲିରୁ ଆରମ୍ଭ ହେବ ଭାରତ- ଇଂଲଣ୍ଡ ମଧ୍ୟରେ ୩ୟ ଟେଷ୍ଟ ମ୍ୟାଚ୍ । ଲର୍ଡସରେ ଖେଳାଯିବାକୁ ଥିବା ମ୍ୟାଚ ପାଇଁ ପ୍ଲେଇଂ ଇଲେଭେନ ଘୋଷଣା କରିଛି ଇଂଲଣ୍ଡ । ଇଂଲଣ୍ଡ ୩ୟ ଟେଷ୍ଟ ପାଇଁ ଟିମରେ ଗୋଟିଏ ପରିବର୍ତ୍ତନ କରିଛି । ଇଂଲଣ୍ଡ ଟିମରେ ଦ୍ରୁତ ବୋଲର ଜୋଫ୍ରା ଆର୍ଚରଙ୍କୁ ସୁଯୋଗ ମିଳିଛି ।
ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ୫ଟି ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜର ୩ୟ ମ୍ୟାଚ ଲର୍ଡସ କ୍ରିକେଟ ଗ୍ରାଉଣ୍ଡରେ ଆସନ୍ତାକାଲିରୁ ଖେଳାଯିବ । ଟିମରେ ଜୋଫ୍ରା ଆର୍ଚରଙ୍କୁ ସ୍ଥାନ ମିଳିଛି । ଆର୍ଚର ଦୀର୍ଘଦିନରୁ ଟିମରେ ସାମିଲ ନଥିଲେ । ତାଙ୍କ କହୁଣୀ, ପିଠିରେ ଆଘାତ ସମସ୍ୟା ଯୋଗୁଁ ଟିମରୁ ବାଦ୍ ପଡିଥିଲେ । ସେ ୨୦୨୧ରେ ଶେଷ ଟେଷ୍ଟ ଖେଳିଥିଲେ । ୪ ବର୍ଷ ପରେ ଟିମକୁ ଫେରିଲେ ଜୋଫ୍ରା ଆର୍ଚର ।

ଇଂଲଣ୍ଡର ଦ୍ରୁତ ଖେଳାଳି ଜୋଫ୍ରା ଆର୍ଚର ପରିବାରର ଏମରଜେନ୍ସୀ କାରଣ ଏଜବେଷ୍ଟସନରେ ହୋଇଥିବା ମ୍ୟାଚରୁ ନାଁ ଫେରାଇ ନେଇଥିଲେ । କିନ୍ତୁ ୩ୟ ମ୍ୟାଚରେ ତାଙ୍କୁ ଟିମରେ ସାମିଲ କରାଯାଇଛି ।
୩ୟ ଟେଷ୍ଟ ପାଇଁ ଇଂଲଣ୍ଡ ପ୍ଲେଇଂ ଏକାଦଶ : ଜ୍ୟାକ କ୍ରୋଲି, ବ୍ରେନ ଡକେଟ, ଓଲି ପପ୍, ଜୋ ରୁଟ୍, ହ୍ୟାରି ବ୍ରୁକ୍, ବେନ ଷ୍ଟୋକସ, ଜେମି ସ୍ମିଥ, କ୍ରିସ ବୋକ୍ସ, ବ୍ରାୟଡନ କୋର୍ସ, ଜୋଫ୍ରା ଆର୍ଚର, ଶୋଏବ ବଶୀର ।
