• About Us
  • Contact Us
Tuesday, March 24, 2026
  • Login
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା
No Result
View All Result
Home ଦେଶ ବିଦେଶ

ବାରବାଟୀରେ ଭାରତ-ଇଂଲଣ୍ଡ ଏକଦିବସୀୟ ମ୍ୟାଚ୍‌: ୨ରୁ ଅନ୍‌ଲାଇନ୍ ଟିକଟ, ୫ରେ ଖୋଲିବ କାଉଣ୍ଟର୍‌

by Voice of Victims
January 24, 2025
in ଦେଶ ବିଦେଶ, ବିଶେଷ ପୃଷ୍ଠା, ମୁଖ୍ୟ ଖବର, ରାଜ୍ୟ
ବାରବାଟୀରେ ଭାରତ-ଇଂଲଣ୍ଡ ଏକଦିବସୀୟ ମ୍ୟାଚ୍‌: ୨ରୁ ଅନ୍‌ଲାଇନ୍ ଟିକଟ, ୫ରେ ଖୋଲିବ କାଉଣ୍ଟର୍‌

ଭୁବନେଶ୍ବର: ବାରବାଟୀ ଷ୍ଟାଡିୟମରେ ଖେଳାଯିବାକୁ ଥିବା ଭାରତ-ଇଂଲଣ୍ଡ ଏକଦିବସୀୟ ମ୍ୟାଚ୍‌କୁ ଆଉ ୧୫ଦିନ ବାକି। ଶୁକ୍ରବାର ଓସିଏ ସମ୍ମିଳନୀ କକ୍ଷରେ ଦ୍ୱିତୀୟ ପ୍ରସ୍ତୁତି ବୈଠକ ଅବସରରେ ମ୍ୟାଚ୍ ଆୟୋଜନ ଏବଂ ଟିକଟ ବିକ୍ରି ନେଇ ବିସ୍ତୃତ ସୂଚନା ଦିଆଯାଇଥିଲା। ଫେବୃଆରୀ ୨ତାରିଖରୁ ଅନଲାଇନ୍‌ରେ ଟିକଟ୍ ବିକ୍ରି ଆରମ୍ଭ ହେବ। ଜୋମାଟୋକୁ ଟିକଟ ବିକ୍ରି ଦାୟିତ୍ୱ ଦିଆଯାଇଛି। ‘ଡିଷ୍ଟ୍ରିକ୍ଟ ବାୟ ଜୋମାଟୋ’ ଆପ୍ଲିକେସନ୍‌ରେ ଟିକଟ ଉପଲବ୍ଧ ହେବ। ଅନ୍‌ଲାଇନ୍‌ରେ ଟିକଟ୍ କ୍ରୟ କରିଥିବା କ୍ରୀଡ଼ାପ୍ରେମୀ ୭, ୮ ଓ ୯ ତାରିଖ ତିନିଦିନ ଭିତରେ ଏହା ସଂଗ୍ରହ କରିବେ। କଟକର କେମ୍ବ୍ରିଜ ସ୍କୁଲ୍ ଏବଂ ଭୁବନେଶ୍ୱରର ଦୂତୀ ଚାନ୍ଦ ଆଥ୍‌ଲେଟିକ୍ ଷ୍ଟାଡିୟମ୍‌ରେ ଏଥି ପାଇଁ କାଉଣ୍ଟର୍ ଖୋଲାଯିବ। ସେହିପରି ସାଧାରଣ ଦର୍ଶକ ୫ ଓ ୬ ତାରିଖରେ କାଉଣ୍ଟର୍‌ରୁ ଟିକଟ୍ କ୍ରୟ କରିପାରିବେ। ପରିଚୟପତ୍ର ଦେଖାଇ ଜଣେ ବ୍ୟକ୍ତି ସର୍ବାଧିକ ୨ଟି ଟିକଟ କିଣିପାରିବେ। ଅନ୍‌ଲାଇନ ଜରିଆରେ ମୋଟ୍ ୪ ହଜାର ଟିକଟ ବିକ୍ରି ନିମନ୍ତେ ଉପଲବ୍ଧ କରାଯିବ। ଏତଦ୍‌ବ୍ୟତୀତ ସାଧାରଣ ଦର୍ଶକ ଏବଂ ଓସିଏ ସହ ଅନୁବନ୍ଧିତ ୟୁନିଟ୍‌ଗୁଡିକ ନିମନ୍ତେ ୨୦,୬୯୨ ଟିକଟ୍ ବିକ୍ରି ହେବ। ଏଣୁ ୪୦ହଜାର ଦର୍ଶକ କ୍ଷମତା ରଖିଥିବା ବାରବାଟୀ ଷ୍ଟାଡିୟମରେ ସର୍ବମୋଟ ୨୪,୬୯୨ ଟିକଟ୍ ବିକ୍ରି ପାଇଁ ଧାର୍ଯ୍ୟ ହୋଇଛି। ଫେବୃଆରୀ ୩ ଏବଂ ୪ ତାରିଖରେ ଅନୁବନ୍ଧିତ ସମସ୍ତ କର୍ମକର୍ତ୍ତା, କାଉନ୍‌ସିଲ୍ ସଦସ୍ୟ ଟିକଟ କ୍ରୟ କରିପାରିବେ। ଓସିଏ ପକ୍ଷରୁ ମିଳିଥିବା ସୂଚନା ଅନୁସାରେ ସମସ୍ତ ଟିକଟ୍ ଓ ପାସ୍ କଟକ ଡିସିପି ଜଗମୋହନ ମୀନାଙ୍କୁ ହସ୍ତାନ୍ତର କରାଯିବ। ପ୍ରତ୍ୟେକ ଟିକଟ୍ ଏବଂ ପାସ୍‌ରେ ଡିସିପିଙ୍କ ଦସ୍ତଖତ ରହିବା ପରେ ଏହା ବିକ୍ରି ନିମନ୍ତେ ଉପଲବ୍ଧ ହେବ। ମ୍ୟାଚ୍ ପାଇଁ ଉଭୟ ଭାରତ ଏବଂ ଇଂଲଣ୍ଡ ଦଳ ୭ ତାରିଖରେ ଭୁବନେଶ୍ୱର ପହଞ୍ଚିବେ। ୮ ତାରିଖରେ ଉଭୟ ଦଳ ନିମନ୍ତେ ଅଭ୍ୟାସ ସମୟ ଧାର୍ଯ୍ୟ ହୋଇଛି। ଭ୍ରମଣକାରୀ ଇଂଲଣ୍ଡ ଦଳ ଅପରାହ୍ନ ୧ଟାରୁ ୪ଟା ପର୍ଯ୍ୟନ୍ତ ଏବଂ ଘରୋଇ ଦଳ ସନ୍ଧ୍ୟା ୫ଟାରୁ ୮ଟା ପର୍ଯ୍ୟନ୍ତ ବାରବାଟୀରେ ଅଭ୍ୟାସ କରିବ। ଭୁବନେଶ୍ୱରର ମେ’ ଫେୟାର ହୋଟେଲରେ ଖେଳାଳିଙ୍କ ରହଣୀ ବ୍ୟବସ୍ଥା କରାଯିବ। ଏତଦ୍ ବ୍ୟତୀତ ଏହି ମ୍ୟାଚ୍ ନିମନ୍ତେ ମୋଟ ୫୦ କୋଟି ଟଙ୍କାର ବୀମା କରାଯାଇଥିବା ଓସିଏ ପକ୍ଷରୁ କୁହାଯାଇଛି। ସୁରକ୍ଷା ବ୍ୟବସ୍ଥାକୁ ଦୃଷ୍ଟିରେ ରଖି ଷ୍ଟାଡିୟମ୍‌ର ସମସ୍ତ ପ୍ରବେଶ ପଥ ଏବଂ ବିଭିନ୍ନ ସ୍ଥାନରେ ଉଚ୍ଚକ୍ଷମତା ସମ୍ପନ୍ନ ସିସି କ୍ୟାମେରା ଖଞ୍ଜାଯିବ। ଡିସିପିଙ୍କ ପରାମର୍ଶ ଅନୁଯାୟୀ, ୧୦୦ଜଣ ସୁରକ୍ଷାକର୍ମୀଙ୍କୁ ମଧ୍ୟ ନିୟୋଜିତ କରାଯିବ। ଅଗ୍ନି ନିରାପତ୍ତା ବ୍ୟବସ୍ଥାକୁ ସୁଦୃଢ଼ କରାଯିବ। ଗ୍ୟାଲେରୀରେ ଉପସ୍ଥିତ ଦର୍ଶକଙ୍କ ପାଇଁ ଖାଦ୍ୟ ଏବଂ ପାନୀୟ ସୁବିଧା ପ୍ରତି ମଧ୍ୟ ବିଶେଷ ଗୁରୁତ୍ୱ ଦିଆଯିବ ବୋଲି ବୈଠକରେ କୁହାଯାଇଛି। ପୂର୍ବଭଳି ପାଣି ବୋତଲକୁ ବ୍ୟାନ୍ କରାଯାଇଛି। ଗ୍ୟାଲେରୀରେ ପର୍ଯ୍ୟାପ୍ତ ପରିମାଣରେ ପାଣି ଜାର୍ ମହଜୁଦ ରହିବ। ବିଭିନ୍ନ ସ୍ଥାନରେ ଫୁଡ୍ ଷ୍ଟଲ୍ ଖୋଲାଯିବ, ଯାହାକି ଓସିଏ କମିଟି ସଦସ୍ୟ ଏବଂ ପୁଲିସ ଦ୍ୱାରା ପରିଚାଳିତ ହେବ। କ୍ରୀଡ଼ାମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି ପ୍ରସ୍ତୁତି ବୈଠକରେ ମେୟର ସୁବାସ ସିଂହ, ବିଧାୟକ ସୌଭିକ ବିଶ୍ୱାଳ, ବିଧାୟିକା ସୋଫିଆ ଫିର୍ଦ୍ଦୋଶ, ବିଧାୟକ ପ୍ରକାଶ ସେଠୀ, ବିଧାୟକ ଇରାଶିଷ ଆଚାର୍ଯ୍ୟ, ବିଧାୟିକା ସଞ୍ଜଳୀ ମୁର୍ମୁ, ବିଧାୟକ ମାନସ କୁମାର ଦତ୍ତ, ବିଧାୟକ ଦେବୀ ରଞ୍ଜନ ତ୍ରିପାଠୀ, ପୂର୍ବତନ ବିଧାୟକ ଲଳିତେନ୍ଦୁ ବିଦ୍ୟାଧର ମହାପାତ୍ର, ଜିଲ୍ଲାପାଳ ଦତ୍ତାତ୍ରୟ ଭାଉସାହେବ ଶିନ୍ଦେ, ଡିସିପି ଜଗମୋହନ ମୀନା, କ୍ରୀଡ଼ା ସଚିବ ଦୀପଙ୍କର ମହାପାତ୍ର, କ୍ରୀଡ଼ା ବିଭାଗର ଯୁଗ୍ମ ସଚିବ ବିଜୟାନନ୍ଦ ନାୟକ, ଓସିଏ କାର୍ଯ୍ୟକାରୀ ସଭାପତି ପଙ୍କଜ ଲୋଚନ ମହାନ୍ତି, ସମ୍ପାଦକ ସଞ୍ଜୟ ବେହେରା, ଆପେକ୍ସ କାଉନ୍‌ସିଲ୍ ସଦସ୍ୟ ପ୍ରତାପ ଚନ୍ଦ୍ର ପ୍ରଧାନ, ଓଡ଼ିଶା ଅଲିମ୍ପିକ୍ ସଂଘ ସମ୍ପାଦକ ଅଭିଜିତ ପାଲ, ସିଇଓ ସୁବ୍ରତ କୁମାର ବେହେରା ପ୍ରମୁଖ ଉପସ୍ଥିତ ଥିଲେ।ଆଗାମୀ ଅନ୍ତର୍ଜାତୀୟ ମ୍ୟାଚ୍ ପାଇଁ ପ୍ରଥମର ଥର ଲିଜେଣ୍ଡାରୀ ବକ୍ସର ବ୍ୟବସ୍ଥା କରାଯାଇଛି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏବଂ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ପରାମର୍ଶ ଅନୁଯାୟୀ ଏହି ବକ୍ସ ଖୋଲାଯାଉଛି ବୋଲି ଓସିଏ ପକ୍ଷରୁ କୁହାଯାଇଛି। ଯେଉଁଥିରେ ୬୦ ସିଟ୍ ଉପଲବ୍ଧ ରହିବ। ଏଠାରେ ରାଜ୍ୟର ପ୍ରତିଷ୍ଠିତ ବ୍ୟକ୍ତିବିଶେଷଙ୍କୁ ଦେଖିବାକୁ ମିଳିବ। ପଦ୍ମ ପୁରସ୍କାରପ୍ରାପ୍ତ ସମେତ କ୍ରୀଡ଼ା ଜଗତର କିମ୍ବଦନ୍ତୀ ଖେଳାଳି, ବିଶିଷ୍ଟ ଡାକ୍ତର, ଶିଳ୍ପୋଦ୍ୟୋଗୀ, ସାମାଜିକକର୍ମୀ, ଆଇନଜୀବୀ ଶ୍ରେଣୀର ଚର୍ଚ୍ଚିତ ବ୍ୟକ୍ତିବିଶେଷଙ୍କୁ ନିମନ୍ତ୍ରଣ ଦେବ ଓସିଏ।

Post Views: 44
Tags: India-England ODI match at Barbati: Online tickets from 2nd
Share199Tweet125Send
Voice of Victims

Voice of Victims

Recent Posts

  • ଦିଲ୍ଲୀ ବିଧାନସଭାକୁ ମିଳିଲା ବୋମା ଧମକ, ମୋଦି ଓ ଅମିତ ଶାହଙ୍କୁ ଟାର୍ଗେଟ୍ !
  • ଥାନା ଭିତରେ ରକ୍ତ ଛିଟା, ଦୁଇ ପରିବାରର ଜାଗା ବାଡ଼ିକୁ ନେଇ ପୋଲିସ ଉପସ୍ଥିତିରେ ମାରପିଟ୍
  • ଭୁଲ ଇଞ୍ଜେକ୍ସନ ପାଇଁ ଶିଶୁ ମୃତ୍ୟୁ ଅଭିଯୋଗ, କ୍ୟାପିଟାଲ ହସ୍ପିଟାଲରେ ଉତ୍ତେଜନା
  • କାଲିଠୁ ରତ୍ନଭଣ୍ଡାର ଅଳଙ୍କାର ଗଣତି ମଣତି ଆରମ୍ଭ, ଏସଓପି ଆଧାରରେ ସମସ୍ତ କାର୍ଯ୍ୟ ସୁରୁଖୁରୁରେ କରାଯିବ
  • ଜଳିଗଲା ୨ ବଖରା ଛପର ଘର, ଲୋକମାନଙ୍କର ଉଡିଗଲା ହୋସ !

Recent Comments

  1. A WordPress Commenter on ଭାରତ ବିରୋଧୀ ବିମର୍ଶ
  • About Us
  • Contact Us

Copyright © 2023.

No Result
View All Result
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା

Copyright © 2023.

Welcome Back!

Login to your account below

Forgotten Password?

Create New Account!

Fill the forms bellow to register

All fields are required. Log In

Retrieve your password

Please enter your username or email address to reset your password.

Log In