• About Us
  • Contact Us
Wednesday, April 1, 2026
  • Login
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା
No Result
View All Result
Home ଦେଶ ବିଦେଶ

ଋଷ ଠାରୁ ତେଲ କିଣା ପ୍ରସଙ୍ଗ ଉପରେ ଜବାବ ରଖିଲା ଭାରତ

by Voice of Victims
October 17, 2025
in ଦେଶ ବିଦେଶ, ମୁଖ୍ୟ ଖବର
ଚୀନ୍, କାନାଡାକୁ ବଡ ଝଟକା ଦେଲା ଆମେରିକା, କିନ୍ତୁ ଭାରତ ସହ ବନ୍ଧୁତା ବଜାୟ ରଖିଲେ ଟ୍ରମ୍ପ

ନୂଆଦିଲ୍ଲୀ: ଋଷ ଠାରୁ ତେଲ କିଣା ପ୍ରସଙ୍ଗ ଉପରେ ଜବାବ ରଖିଲା ଭାରତ । ଟ୍ରମ୍ପଙ୍କ ଦାବିକୁ ନେଇ କେନ୍ଦ୍ର ସରକାର କହିଲେ ଦେଶର ଉପଭୋକ୍ତାଙ୍କ ସ୍ୱାର୍ଥରକ୍ଷାକୁ ଦିଆଯିବ ଅଗ୍ରାଧିକାର । ହଁ ଦର୍ଶକବନ୍ଧୁ, ପୁଣି ଆମେରିକା ରାଷ୍ଟ୍ରପତିଙ୍କର ବିଭ୍ରାନ୍ତିକର ବୟାନ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି । ରୁଷିଆଠାରୁ ଭାରତ ତେଲ କିଣିବା ବନ୍ଦ କରିବ ବୋଲି ଦାବି କରିଛନ୍ତି ଡୋନାଲ୍ଡ ଟ୍ରମ୍ପ । ହ୍ୱାଇଟ ହାଉସରେ ଏକ କାର୍ଯ୍ୟକ୍ରମରେ ଟ୍ରମ୍ପ କହିଛନ୍ତି, ମୋଦୀ ତାଙ୍କୁ ବ୍ୟକ୍ତିଗତ ଭାବେ ପ୍ରତିଶ୍ରୁତି ଦେଇଛନ୍ତି ଯେ ଭାରତ ଅତିଶୀଘ୍ର ରୁଷିଆରୁ ତେଲ ଆମଦାନୀ ବନ୍ଦ କରିବ ।

ରୁଷିଆକୁ ଆର୍ଥିକ ଭାବେ ଏକ ଘରିକିଆ କରିବା ଦିଗରେ ଏହା ଏକ ବଡ଼ ପଦକ୍ଷେପ ବୋଲି ବର୍ଣ୍ଣନା କରିଛନ୍ତି ଟ୍ରମ୍ପ । ତେବେ କିଛି ପ୍ରକ୍ରିୟା ପାଇଁ ଏହି ନିଷ୍ପତ୍ତି ତୁରନ୍ତ ନିଆଯାଇପାରିବ ନାହିଁ । କିନ୍ତୁ ଏହା ହେବ ବୋଲି ଟ୍ରମ୍ପ କହିଛନ୍ତି । ଏଥିସହ ମୋଦୀଙ୍କୁ ବନ୍ଧୁ ଓ ମହାନ ନେତା କହି ପ୍ରଶଂସା କରିଛନ୍ତି ଟ୍ରମ୍ପ । ଏହା ପରେ ସେ ଚୀନ ଉପରେ ମଧ୍ୟ ଏହିଭଳି ପଦକ୍ଷେପ ନେବା ପାଇଁ ଚାପ ପକାଇବେ ବୋଲି କହିଛନ୍ତି । ଗତ ମାସରେ ରୁଷିଆରୁ ଭାରତକୁ ତେଲ ରପ୍ତାନୀ ଦୈନିକ ୧ଦଶମିକ ୬୨ ନିୟୁତ ବ୍ୟାରେଲକୁ ବୃଦ୍ଧି ପାଇଥିଲା । ଯାହା ଭାରତର ସମୁଦାୟ ତେଲ ଆମଦାନୀର ପ୍ରାୟ ଏକ-ତୃତୀୟାଂଶ ଥିଲା । ରୁଷିଆର ତେଲ ଆମଦାନୀ ପାଇଁ ଭାରତ ଉପରେ ଅତିରିକ୍ତ ୨୫ ପ୍ରତିଶତ ଟାରିଫ ଲଗାଇଥିଲେ ଟ୍ରମ୍ପ । ଫଳରେ ଭାରତୀୟ ସାମଗ୍ରୀ ଉପରେ ଏବେ ୫୦ ପ୍ରତିଶତ ଶୁଳ୍କ ଆଦାୟ କରୁଛି ଆମେରିକା ।

ସେପଟେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଦାବି ଉପରେ ଭାରତ ପ୍ରତିକ୍ରିୟା ରଖିଛି । ବୈଦେଶିକ ମନ୍ତ୍ରାଳୟର ମୁଖପାତ୍ର ରଣଧୀର ଜୟସୱାଲ କହିଛନ୍ତି, ଭାରତ ତୈଳ ଓ ଗ୍ୟାସର ଏକ ପ୍ରମୁଖ ଆମଦାନିକାରୀ ଦେଶ । ଭାରତୀୟ ଉପଭୋକ୍ତାଙ୍କ ସ୍ୱାର୍ଥ ରକ୍ଷା ଆମର ଅଗ୍ରାଧିକାର । ଆମର ଆମଦାନୀ ନୀତି ଏହି ଲକ୍ଷ୍ୟ ଦ୍ୱାରା ସମ୍ପୂର୍ଣ୍ଣ ପରିଚାଳିତ ହେଉଛି । ଏହା ବିଶ୍ୱ ଶକ୍ତି ବଜାରରେ ଭାରତର ସତର୍କ ନୀତିକୁ ସୂଚାଏ । ଭାରତୀୟ ଶକ୍ତି ନୀତିର ଦୁଇଟି ପ୍ରମୁଖ ଲକ୍ଷ୍ୟକୁ ରଣଧୀର ଜୟସୱାଲ ବ୍ୟାଖ୍ୟା କରିଛନ୍ତି । ସେ କହିଛନ୍ତି, ବିସ୍ତୃତ ଆଧାର ଉପରେ ଧ୍ୟାନ ଦେଇ ଏବଂ ବଜାର ସ୍ଥିତି ଅନୁଯାୟୀ ପଦକ୍ଷେପ ନିଆଯାଉଛି। ଏହା ଶକ୍ତି ସୁରକ୍ଷା ଓ ଅର୍ଥନୈତିକ ସ୍ଥିରତାକୁ ସୁନିଶ୍ଚିତ କରୁଛି। ସେପଟେ ରୁଷ ରାଷ୍ଟ୍ରଦୂତ ଭାରତର ପ୍ରତିକ୍ରିୟାକୁ ସମର୍ଥନ କରିଛନ୍ତି । ରୁଷ୍ ରାଷ୍ଟ୍ରଦୂତ ଡେନିସ୍ ଆଲିପୋଭ୍ କହିଛନ୍ତି, ଭାରତ ସରକାର ଦେଶର ଜାତୀୟ ସ୍ୱାର୍ଥକୁ ପ୍ରଥମ ସ୍ଥାନରେ ରଖିଛନ୍ତି । ଆମର ଶକ୍ତି କ୍ଷେତ୍ରରେ ସହଯୋଗ ଏହି ସ୍ୱାର୍ଥରେ ଦ୍ବାରା ପରିଚାଳିତ ।

Post Views: 71
Share202Tweet126Send
Voice of Victims

Voice of Victims

Recent Posts

  • ବିଧାୟକ ପଦରୁ ଇସ୍ତଫା ଦେଲେ ନୀତିନ ନବୀନ, ଖାଲି ପଡିଛି ବାଙ୍କିପୁରର ଆସନ
  • ବିଧାନ ପରିଷଦର ସଦସ୍ୟ ପଦରୁ ଇସ୍ତଫା ଦେଲେ ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର, ନୂଆ ମୁଖ୍ୟମନ୍ତ୍ରୀକୁ ନେଇ ସସପେନ୍ସ
  • ବରିଷ୍ଠ ବିଜେଡି ନେତାଙ୍କ ପତ୍ନୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର, ମୃତ୍ୟୁର କାରଣ ଅସ୍ପଷ୍ଟ
  • ଦୁବେଙ୍କ ମାନସିକ ଚିକିତ୍ସା ଆବଶ୍ୟକ, କହିଲେ ନବୀନ ପଟ୍ଟନାୟକ
  • ପୁରୀ ସମୁଦ୍ର ବେଳାଭୂମିରେ ଅଘଟଣ, ବୁଡ଼ିଯାଇ ୨ ପର୍ଯ୍ୟଟକଙ୍କ ମୃତ୍ୟୁ

Recent Comments

  1. A WordPress Commenter on ଭାରତ ବିରୋଧୀ ବିମର୍ଶ
  • About Us
  • Contact Us

Copyright © 2023.

No Result
View All Result
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା

Copyright © 2023.

Welcome Back!

Login to your account below

Forgotten Password?

Create New Account!

Fill the forms bellow to register

All fields are required. Log In

Retrieve your password

Please enter your username or email address to reset your password.

Log In