ଚେନ୍ନାଇ : ଭାରତୀୟ ବାୟୁସେନା ବିମାନ ଚେନ୍ନାଇରେ ଦୁର୍ଘଟଣାଗ୍ରସ୍ତ । ନିୟମିତ ତାଲିମ ମିଶନରେ ଥିବା ଭାରତୀୟ ବାୟୁସେନାର ଏକ ବିମାନ ‘ପିଲାଟସ୍ PC-7’ ଚେନ୍ନାଇ ନିକଟସ୍ଥ ତାମ୍ବ୍ରମ ନିକଟରେ ଦୁର୍ଘଟଣାଗ୍ରସ୍ତ ହୋଇଥିବା ଖବର ମିଳିଛି । ବିମାନର ପାଇଲଟ୍ ନିଜକୁ ସୁରକ୍ଷିତ ଭାବେ ବାହାରକୁ କରିବାରେ ସଫଳ ହୋଇଛନ୍ତି ।
