• About Us
  • Contact Us
Thursday, April 2, 2026
  • Login
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା
No Result
View All Result
Home ଦେଶ ବିଦେଶ

ଭାରତୀୟ କ୍ରିକେଟର ମହମ୍ମଦ ଶାମିଙ୍କୁ ହତ୍ୟା ଧମକ, ତଦନ୍ତ ଆରମ୍ଭ କଲା କ୍ରାଇମବ୍ରାଞ୍ଚ ଟିମ୍

by Voice of Victims
May 5, 2025
in ଦେଶ ବିଦେଶ, ମୁଖ୍ୟ ଖବର
ଭାରତୀୟ କ୍ରିକେଟର ମହମ୍ମଦ ଶାମିଙ୍କୁ ହତ୍ୟା ଧମକ, ତଦନ୍ତ ଆରମ୍ଭ କଲା କ୍ରାଇମବ୍ରାଞ୍ଚ ଟିମ୍

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟର ମହମ୍ମଦ ଶାମିଙ୍କୁ ହତ୍ୟା ଧମକ ଦିଆଯାଇଛି। ୧ କୋଟି ଟଙ୍କା ନ ଦେବାରୁ ଶାମିଙ୍କୁ ଏହି ଧମକ ମିଳିଛି। ଏହି ଭାରତୀୟ କ୍ରିକେଟରଙ୍କୁ ଇ-ମେଲ ମାଧ୍ୟମରେ ହତ୍ୟା ଧମକ ଦିଆଯାଇଛି। ଏହା ଜଣାପଡ଼ିବା ମାତ୍ରେ, ଅମରୋହା କ୍ରାଇମ୍ ବ୍ରାଞ୍ଚ ଟିମ୍ ତଦନ୍ତ ଆରମ୍ଭ କରିଛି।

ଧମକ ପାଇବା ପରେ, ଭାରତୀୟ କ୍ରିକେଟ ଦଳର ଦ୍ରୁତ ବୋଲର ମହମ୍ମଦ ଶାମି ଅମରୋହା ପୋଲିସକୁ ଏହି ବିଷୟରେ ଜଣାଇଥିଲେ। ଶାମି କହିଛନ୍ତି ଯେ, ସେ ପ୍ରଥମେ ୪ ମଇ ସନ୍ଧ୍ୟାରେ ଏକ ଇମେଲ୍ ପାଇଥିଲେ। ଏହା ପରେ, ଆଜି ସୋମବାର ୫ ମଇ ସକାଳେ ଦ୍ୱିତୀୟ ଇମେଲ୍ ଆସିଥିଲା। ଶାମିଙ୍କ ଭାଇ ମହମ୍ମଦ ହସିବ ପୋଲିସକୁ ଏ ବିଷୟରେ ଲିଖିତ ସୂଚନା ଦେଇଛନ୍ତି।

କ୍ରାଇମବ୍ରାଞ୍ଚ ତଦନ୍ତ କରୁଛି:

ମହମ୍ମଦ ଶାମି ଅମରୋହା ପୋଲିସରେ ଅଭିଯୋଗ କରିବା ମାତ୍ରେ, ଅମରୋହା କ୍ରାଇମବ୍ରାଞ୍ଚ ଟିମ୍ ତଦନ୍ତ ଆରମ୍ଭ କରିଛି। ପୋଲିସକୁ ମିଳିଥିବା ଅଭିଯୋଗ ଅନୁଯାୟୀ, କର୍ଣ୍ଣାଟକର ପ୍ରଭାକର ନାମକ ଜଣେ ବ୍ୟକ୍ତି ମହମ୍ମଦ ଶାମିଙ୍କୁ ଏକ ମେଲ୍ ପଠାଇଛନ୍ତି, ଯେଉଁଥିରେ ସେ ୧ କୋଟି ଟଙ୍କା ନ ଦେଲେ ତାଙ୍କୁ ହତ୍ୟା କରାଯିବ ବୋଲି ଧମକ ଦିଆଯାଇଛି। ପୋଲିସ ଏହି ମାମଲାର ତଦନ୍ତ ଆରମ୍ଭ କରିଛି।

Post Views: 58
Share197Tweet123Send
Voice of Victims

Voice of Victims

Recent Posts

  • ନାସାର ଐତିହାସିକ ‘ଆର୍ଟେମିସ୍-୨’ ମିଶନ, ୫୦ ବର୍ଷ ପରେ ଜହ୍ନକୁ ଗଲେ ମଣିଷ !
  • ଶକ୍ତିଶାଳୀ ଭୂକମ୍ପରେ ଥରିଲା ଇଣ୍ଡୋନେସିଆ, ତୀବ୍ରତା ୭.୪
  • ଆଜିଠାରୁ ରାଜ୍ୟରେ ପୁଣି କଡ଼ାକଡ଼ି ହେବ ପ୍ରଦୂଷଣ ସାର୍ଟିଫିକେଟ ଯାଞ୍ଚ, ଇ-ଡିଟେକସନ ବ୍ୟବସ୍ଥାରେ କଟିବ ଚାଲାଣ
  • ଡିଜିସିଏର ନୂଆ ଡିଜି ହେଲେ ବୀର ବିକ୍ରମ ଯାଦବ, ଶ୍ରୀମନ୍ଦିରର ଥିଲେ ମୁଖ୍ୟ ପ୍ରଶାସକ
  • ବଢ଼ିଲା ଧାନ କିଣା ଡେଡଲାଇନ, ୭ ଦିନ ପାଇଁ ଖରିଫ ଧାନକିଣା ଅବଧି ବଢ଼ାଇଲେ ରାଜ୍ୟ ସରକାର

Recent Comments

  1. A WordPress Commenter on ଭାରତ ବିରୋଧୀ ବିମର୍ଶ
  • About Us
  • Contact Us

Copyright © 2023.

No Result
View All Result
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା

Copyright © 2023.

Welcome Back!

Login to your account below

Forgotten Password?

Create New Account!

Fill the forms bellow to register

All fields are required. Log In

Retrieve your password

Please enter your username or email address to reset your password.

Log In