• About Us
  • Contact Us
Thursday, April 2, 2026
  • Login
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା
No Result
View All Result
Home ଦେଶ ବିଦେଶ

BBC ର କଭରେଜକୁ ନେଇ କଡ଼ା ଆପତ୍ତି ଉଠାଇଲେ ଭାରତ ସରକାର, ରିପୋର୍ଟିଂ ଉପରେ ଆଗକୁ ନଜର ରଖିବ ଭାରତ

by Voice of Victims
April 28, 2025
in ଦେଶ ବିଦେଶ, ମୁଖ୍ୟ ଖବର
BBC ର କଭରେଜକୁ ନେଇ କଡ଼ା ଆପତ୍ତି ଉଠାଇଲେ ଭାରତ ସରକାର, ରିପୋର୍ଟିଂ ଉପରେ ଆଗକୁ ନଜର ରଖିବ ଭାରତ

ନୂଆଦିଲ୍ଲୀ: ପହଲଗାମ ଆତଙ୍କବାଦୀ ଆକ୍ରମଣ ଉପରେ ବିବିସିର ମିଡିଆ କଭରେଜ୍କୁ ନେଇ କଡ଼ା ଆପତ୍ତି ଉଠାଇଛନ୍ତି ଭାରତ ସରକାର। “Pakistan suspends visas for Indians after deadly Kashmir attack,”ର ଆର୍ଟିକିଲରେ ଆତଙ୍କୀ ହମ୍‌ଲାକୁ ସେନା ଆକ୍ରମଣ ଭାବେ ବିବେଚନା କରିଛି ।

Terror Attackକୁ ‘Militant Attack’ ଭାବେ ଉଲ୍ଲେଖ କରିଛି । ତେବେ ଆର୍ଟିକିଲ୍ ପ୍ରସାରିତ ହେବା ପରେ ମୋଦି ସରକାର ବିବିସିର ଭାରତ ମୁଖ୍ୟ ଜ୍ୟାକି ମାର୍ଟିନଙ୍କୁ ଚିଠି ଲେଖିଛନ୍ତି । ବିବିସିକୁ ଲେଖାଯାଇଥିବା ଚିଠିରେ ସରକାରଙ୍କ ପକ୍ଷରୁ କୁହାଯାଇଛି ଯେ ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ବିବିସିର ରିପୋର୍ଟିଂ ଉପରେ ଆଗକୁ ନଜର ରଖିବ।

ପାକିସ୍ତାନ ବିରୋଧରେ ନିରନ୍ତର କାର୍ଯ୍ୟାନୁଷ୍ଠାନ ଜାରି ରଖିଛି ଭାରତ । ଗୃହ ମନ୍ତ୍ରଣାଳୟର ସୁପାରିଶ ପରେ ଏବେ ଭାରତ ସରକାର ପାକିସ୍ତାନର ଅନେକ ୟୁଟ୍ୟୁବ୍ ଚ୍ୟାନେଲକୁ ବ୍ୟାନ୍ କରାଯାଇଛି । ଗୃହ ମନ୍ତ୍ରଣାଳୟର ସୁପାରିଶ ପରେ ଏବେ ଭାରତ ସରକାର ପାକିସ୍ତାନର ଅନେକ ୟୁଟ୍ୟୁବ୍ ଚ୍ୟାନେଲକୁ ବ୍ୟାନ୍ କରିଛନ୍ତି । ପାକିସ୍ତାନର ୧୬ଟି ପାକିସ୍ତାନୀ ୟୁଟ୍ୟୁବ ଚ୍ୟାନେଲ ବ୍ୟାନ କଲେ ଭାରତ ସରକାର ।

ଏହି ଚ୍ୟାନେଲ ମଧ୍ୟରେ ସୋଏବ ଅଖତର ଏବଂ ଆରଜୁ କାଜମୀଙ୍କ ଚ୍ୟାନେଲ ଥିବା ଜଣାପଡିଛି । ଏହାସହ ଡନ ନ୍ୟୁଜ, ଜିଓ ନ୍ୟୁଜ, ଆର୍ୟା ନ୍ୟୁଜ, ସମା ଟିଭି ଏବଂ ବୋଲ ନ୍ୟୁଜର ଚ୍ୟାନେଲ ମଧ୍ୟ ଅଛି । ରଫତାର, ଦ ପାକିସ୍ତାନ, ଜିଏନଏନ୍, ଉଜେର କି୍ରକେଟ, ଆସମା ଶିରାଜୀ, ମୁନିବ ଫାରୁକ, ଶୁନୋ ନ୍ୟୁଜ, ରାଜି ନାମା ଇତ୍ୟାଦି ସାମିଲ ରହିଛି ।

ଏହି ସବୁ ଚ୍ୟାନେଲ ଗୁଡିକ ଭାରତ ବିରୋଧରେ ଗୁଜବ ପ୍ରଚାର କରୁଥିଲେ । ସେନା ଏବଂ ସୁରକ୍ଷା ଏଜେନ୍ସି ବିରୋଧରେ ମିଛ ଏବଂ ଉସକାଇବା ପରି ଖବର ପ୍ରସାରଣ କରୁଥିବା ଅଭିଯୋଗ ହୋଇଛି । ଏସବୁ ୟୁଟ୍ୟୁବ ଚ୍ୟାନେଲ ଆଉ ଭାରତରେ ଦେଖିବାକୁ ମିଳିବ ନାହିଁ ।

Post Views: 54
Share201Tweet126Send
Voice of Victims

Voice of Victims

Recent Posts

  • ଡିଜିସିଏର ନୂଆ ଡିଜି ହେଲେ ବୀର ବିକ୍ରମ ଯାଦବ, ଶ୍ରୀମନ୍ଦିରର ଥିଲେ ମୁଖ୍ୟ ପ୍ରଶାସକ
  • ବଢ଼ିଲା ଧାନ କିଣା ଡେଡଲାଇନ, ୭ ଦିନ ପାଇଁ ଖରିଫ ଧାନକିଣା ଅବଧି ବଢ଼ାଇଲେ ରାଜ୍ୟ ସରକାର
  • ଆଜିଠାରୁ ପେଟ୍ରୋଲ ପମ୍ପରେ E 20 ପେଟ୍ରୋଲ ବାଧ୍ୟତାମୂଳକ, ପେଟ୍ରୋଲ ନିର୍ଭରଶୀଳତା କମିବ
  • ସାମ୍ବାଦିକଙ୍କ ମାତୃ ବିୟୋଗ
  • ରଣପୁରରେ ସ୍ୱ-ଜନଗଣନା ଅଭିଯାନକୁ ନେଇ ତହସିଲଦାରଙ୍କ ସଚେତନତା ପ୍ରଚେଷ୍ଟା

Recent Comments

  1. A WordPress Commenter on ଭାରତ ବିରୋଧୀ ବିମର୍ଶ
  • About Us
  • Contact Us

Copyright © 2023.

No Result
View All Result
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା

Copyright © 2023.

Welcome Back!

Login to your account below

Forgotten Password?

Create New Account!

Fill the forms bellow to register

All fields are required. Log In

Retrieve your password

Please enter your username or email address to reset your password.

Log In