• About Us
  • Contact Us
Friday, March 27, 2026
  • Login
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା
No Result
View All Result
Home ମୁଖ୍ୟ ଖବର

ଇଣ୍ଡିଆନ୍ ଟେଲି ଷ୍ଟ୍ରିମିଂ ଆୱାର୍ଡ ୨୦୨୪ ରେ ସ୍ଥାନ ପାଇଲା ଶ୍ରେଷ୍ଠ ଆଞ୍ଚଳିକ ୱେବ୍ ସିରିଜ୍ “ବାରଙ୍ଗ ୧୯୯୯”

by Voice of Victims
July 20, 2024
in ମୁଖ୍ୟ ଖବର, ରାଜ୍ୟ
ଇଣ୍ଡିଆନ୍ ଟେଲି ଷ୍ଟ୍ରିମିଂ ଆୱାର୍ଡ ୨୦୨୪ ରେ ସ୍ଥାନ ପାଇଲା ଶ୍ରେଷ୍ଠ ଆଞ୍ଚଳିକ ୱେବ୍ ସିରିଜ୍ “ବାରଙ୍ଗ ୧୯୯୯”

ଭୁବନେଶ୍ୱର: ୧୯ ଜୁଲାଇରେ ମୁମ୍ବାଇରେ ଅନୁଷ୍ଠିତ ହୋଇଥିବା ସମ୍ମାନଜନକ ଇଣ୍ଡିଆନ୍ ଟେଲି ଷ୍ଟ୍ରିମିଂ ଆୱାର୍ଡ ୨୦୨୪ ରେ କଞ୍ଚାଲଙ୍କାର ୱେବ୍ ସିରିଜ୍ “ବାରଙ୍ଗ ୧୯୯୯” କୁ ଶ୍ରେଷ୍ଠ ଆଞ୍ଚଳିକ ୱେବ୍ ସିରିଜ୍ ଭାବେ ପୁରସ୍କାରରେ ସମ୍ମାନିତ କରାଯାଇଛି। ଏହି ପୁରସ୍କାରକୁ କଞ୍ଚାଲଙ୍କାର କୋ ପ୍ରତିଷ୍ଠାତା ତଥା ଚେୟାରମ୍ୟାନ୍ ଅକ୍ଷୟ କୁମାର ପରିଜା ଓ ସିରିଜର ନିର୍ଦ୍ଦେଶକ ଅଜୟ ପାଢି ଗ୍ରହଣ କରିଛନ୍ତି। “ବାରଙ୍ଗ ୧୯୯୯” କାହାଣୀକୁ ଖାଲି ଓଡ଼ିଶା ନୁହଁ,ସାରା ଭାରତ ବର୍ଷ ଓ ଭାରତ ବାହାରେ ରହୁଥିବା ଆମ ଦର୍ଶକ ମାନେ ଏହାକୁ ଦେଖି ବହୁତ ସାରା ଭଲ ପାଇବା ଓ ପ୍ରଶଂସା କରିଛନ୍ତି। ଏହି ସିରିଜରେ ଚିତ୍ତ ରଂଜନ ତ୍ରିପାଠୀ, ସୁକୁମାର ଟୁଡୁ ଏବଂ ସୁପ୍ରିୟା ନାୟକଙ୍କ ଜୀବନ୍ତ ଅଭିନୟକୁ ଆମ ଦର୍ଶକଙ୍କ ଭଲ ପାଇବା ଦୁଇଗୁଣିତ କରିଛି। କଞ୍ଚା ଲଙ୍କାର କୋ ପ୍ରତିଷ୍ଠାତା ତଥା ଚେୟାରମ୍ୟାନ୍ ଅକ୍ଷୟ କୁମାର ପରିଜା କୁହନ୍ତି : ଏହି ପୁରସ୍କାର ହଉଛି ବାରଙ୍ଗ ୧୯୯୯ ସିରିଜ୍ ରେ ଜଡିତ ସମସ୍ତ କଳାକାର, ଟେକ୍ନିସିଆାନ ଓ କ୍ରିଏଟିଭ୍ ମାନଙ୍କ କଠିନ ପରିଶ୍ରମ, ନିଷ୍ଠା ଏବଂ ପ୍ରତିଭାର ପ୍ରମାଣ। ଏହା ଭାରତୀୟ ମନୋରଞ୍ଜନ କ୍ଷେତ୍ରରେ ପ୍ରମାଣ ଦର୍ଶାଉଛି। ଇଣ୍ଡିଆନ୍ ଟେଲି ଷ୍ଟ୍ରିମିଂ ପୁରସ୍କାର ଜିତିବା ଆମ କଞ୍ଚା ଲଙ୍କା ର ଏକ ଗୁରୁତ୍ୱପୂର୍ଣ୍ଣ ମାଇଲଖୁଣ୍ଟ ଓ ଇଣ୍ଡିଆନ୍ ଟେଲି ଷ୍ଟ୍ରିମିଂ ପୁରସ୍କାର ପାଇଁ ଆମେ ଆମର ଦର୍ଶକମାନଙ୍କୁ କୃତଜ୍ଞ ଜଣାଉଛୁ। ଆମେ ଆମ ଦର୍ଶକଙ୍କ ପାଖରେ ଚୁକ୍ତିବଦ୍ଧ ଯେ, ଖାଲି ଓଡିଶା ନୁହଁ ସାରା ବିଶ୍ଵରେ ଆମେ ଆମ ଓଡିଶାର ସମୃଦ୍ଧ ସାଂସ୍କୃତିକ ଚିତ୍ର ଏବଂ ଆମର ସ୍ଥାନୀୟ କଳାକାରମାନଙ୍କ ଅବିଶ୍ୱସନୀୟ ପ୍ରତିଭା ଓ ଉଚ୍ଚମାନର ନିର୍ଦ୍ଦେଶନା କୁ ପହଞ୍ଚାଇବା ପାଇଁ ଚେଷ୍ଟା କରିବୁ

କଞ୍ଚାଲଙ୍କା ଓଡ଼ିଶାର ଅଗ୍ରଣୀ, ଓଡ଼ିଆ ମନୋରଞ୍ଜନଭିତ୍ତିକ ଓଟିଟି ପ୍ଳାଟଫର୍ମ l ବିଶ୍ଵବ୍ୟାପୀ ଦର୍ଶକମାନଙ୍କୁ ଉଚ୍ଚ ମାନର ଓଡ଼ିଆ କଣ୍ଟେଣ୍ଟ ପରଷିବା ପାଇଁ ସମର୍ପିତ। ସିନେମା, ୱେବ ସିରିଜ, କ୍ରୀଡା ତଥା ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ ପରି ବିବିଧ ବିକଳ୍ପ ପାଇଁ ଏକ ପ୍ରମୁଖ ମାଧ୍ୟମ ‘ କଞ୍ଚା ଲଙ୍କା’। ଓଡ଼ିଶାର ସମୃଦ୍ଧ ସଂସ୍କୃତିର ମହୋତ୍ସବ ‘କଞ୍ଚା ଲଙ୍କା’।

Post Views: 26
Share202Tweet126Send
Voice of Victims

Voice of Victims

Recent Posts

  • ଉଲ୍ଲାସର ସହ ପାଳିତ ହେଉଛି ବାସନ୍ତୀ ପୂଜା
  • କେନ୍ଦ୍ର ସରକାରଙ୍କ ବଡ଼ ନିଷ୍ପତ୍ତି, ପେଟ୍ରୋଲ୍‌ ଡିଜେଲ୍‌ ଉପରୁ କମିଲା ଏକ୍ସସାଇଜ୍‌ ଡ୍ୟୁଟି
  • ପଶ୍ଚିମ ଏସିଆ ସଙ୍କଟ : ଆଜି ସବୁ ରାଜ୍ୟର ମୁଖ୍ୟମନ୍ତ୍ରୀମାନଙ୍କ ସହ କଥାହେବେ ପ୍ରଧାନମନ୍ତ୍ରୀ ମୋଦି
  • ରାଜ୍ୟରେ କାଳବୈଶାଖୀର ତାଣ୍ଡବ, ଆଜି ୧୬ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି
  • ଆଜି ପବିତ୍ର ଶ୍ରୀରାମନବମୀ, ଶ୍ରୀକ୍ଷେତ୍ରରେ ଆରମ୍ଭ ହେବ ପାରମ୍ପରିକ ସାହିଯାତ

Recent Comments

  1. A WordPress Commenter on ଭାରତ ବିରୋଧୀ ବିମର୍ଶ
  • About Us
  • Contact Us

Copyright © 2023.

No Result
View All Result
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା

Copyright © 2023.

Welcome Back!

Login to your account below

Forgotten Password?

Create New Account!

Fill the forms bellow to register

All fields are required. Log In

Retrieve your password

Please enter your username or email address to reset your password.

Log In