• About Us
  • Contact Us
Thursday, February 5, 2026
  • Login
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା
No Result
View All Result
Home କ୍ରୀଡା

ବାରବାଟୀରେ ଭାରତର ବିରାଟ ବିଜୟ

by Voice of Victims
December 10, 2025
in କ୍ରୀଡା, ଦେଶ ବିଦେଶ, ମୁଖ୍ୟ ଖବର
ବାରବାଟୀରେ ଭାରତର ବିରାଟ ବିଜୟ

କଟକ: ବାରବାଟୀରେ ଭାରତର ବିରାଟ ବିଜୟ । ଦକ୍ଷିଣ ଆଫ୍ରିକାକୁ ୧୦୧ ରନରେ ପରାସ୍ତ କରିଛି ମେନ୍ ଇନ୍ ବ୍ଲୁ । ଭାରତୀୟ ବୋଲରଙ୍କୁ ସାମ୍ନା କରି ପାରି ନଥିଲା ଦକ୍ଷିଣ ଆଫ୍ରିକା । ସ୍ଥିତି ଏପରି ହେଲା ଯେ ଶହେ ରନ୍ ଛୁଇଁ ପାରି ନଥିଲା ପ୍ରତିପକ୍ଷ ଟିମ୍ । ମାତ୍ର ୭୪ରେ ଦଳ ସମସ୍ତ ଓ୍ବିକେଟ୍ ହରାଇଥିଲା ।

ଭାରତ ପକ୍ଷରୁ ଦମଦାର ବୋଲିଂ କରି ଅର୍ଶଦିପ୍ ସିଂ, ଜସପ୍ରିତ୍ ବୁମରା, ବରୁଣ ଚକ୍ରବର୍ତ୍ତୀ, ଅକ୍ଷର ପଟେଲ ଦୁଇଟି ଲେଖାଏଁ ଓ୍ବିକେଟ୍ ପାଇଥିବା ବେଳେ ହାର୍ଦ୍ଦିକ୍ ପାଣ୍ଡ୍ୟା ଓ ଶୁଭମ୍ ଦୁବେ ଗୋଟିଏ ଲେଖାଏଁ ଓ୍ବିକେଟ୍ ହାସଲ କରିଛନ୍ତି । ଭାରତର ସମସ୍ତ ବୋଲର ଖୁବ୍ ଚମତ୍କାର ବୋଲିଂ କରିଥିଲେ । ଏବଂ ଓ୍ବିକେଟ୍ ଭାଗୀଦାରୀ ବି ସମାନ ରଖିଥିଲେ । ୧୭୫ ରନର ଟାର୍ଗେଟକୁ ପିଛା କରିଥିବା ଦକ୍ଷିଣ ଆଫ୍ରିକା ପ୍ରଥମ ବଲରେ ବଡ଼ ଝଟକା ପାଇଥିଲା ।

ଅର୍ଶଦୀପ୍ ନିଜ ପ୍ରଥମ ଓଭରର ଦ୍ବିତୀୟ ବଲରେ ଓ୍ବିକେଟ୍ ନେଇଥିଲେ । ଅର୍ଶଦୀପଙ୍କ ପ୍ରଥମ ଶିକାର ଥିଲେ କ୍ବିଣ୍ଟନ ଡ’କକ୍ । ତାଙ୍କୁ ଶୂନରେ ଆଉଟ୍ କରିଥିଲେ ଅର୍ଶଦୀପ । ଏହାପରେ ନିୟମିତ ବ୍ୟବଧାନରେ ଓ୍ବିକେଟ୍ ହରାଇ ଚାଲିଥିଲା ଭ୍ରମକାରୀ ଦଳ । ସ୍ଥିତି ଏମିତି ହୋଇଥିଲା ଯେ ମାତ୍ର ୭୪ ରନରେ ସମସ୍ତ ଓ୍ବିକେଟ୍ ହରାଇଥିଲା । ଦକ୍ଷିଣ ଆଫ୍ରିକା ବ୍ୟାଟରଙ୍କ ସ୍ଥିତି ଏମିତି ହୋଇଥିଲା ଯେ ଏହାର ୭ ଜଣ ବ୍ୟାଟର ଏକ ସଂଖ୍ୟା ବିଶିଷ୍ଟ ରନ୍ କରିଥିଲେ । ସେଥିମଧ୍ୟରୁ ୨ ଜଣ ଶୂନରେ ଆଉଟ୍ ହୋଇଥିଲେ । ୨ ଜଣ ବ୍ୟାଟର ଏକ ରନରେ ଆଉଟ୍ ହୋଇଥିଲେ । ଦୁଇ ଜଣ ବ୍ୟାଟର ମାତ୍ର ୨ ରନରେ ପାଭିଲିଅନ ଫେରିଥିଲେ । ଡିଓ୍ବାର୍ଡ ବ୍ରେଭିସ୍ ସର୍ବାଧିକ ୨୨ ରନ୍ କରିବାରେ ସକ୍ଷମ ହୋଇଥିଲେ । ଅକ୍ଷର ପଟେଲ ଭାରତର ସବୁଠାରୁ ଅଧିକ ସଫଳ ବୋଲର ପାଲଟିଛନ୍ତି ଯିଏ କି ମାତ୍ର ୨ ଓଭର ବୋଲିଂ କରି ମାତ୍ର ୭ ରନ ବ୍ୟୟରେ ୨ଟି ଓ୍ବିକେଟ୍ ନେଇଥିଲେ ।

ମାତ୍ର ୧୨ ଓଭର ୩ଟି ବଲ ଖେଳିବାକୁ ସମର୍ଥ ହୋଇଥିଲା ଦକ୍ଷିଣ ଆଫ୍ରିକା ଟିମ୍ । ଭାରତ ନିଜ ବୋଲିଂରେ ଗୋଟିଏ ବି ତ୍ରୁଟି କରି ନଥିଲା । ସଠିକ୍ ଲାଇନରେ ବୋଲିଂ କରିବା ସହ ଫିଲ୍ଡିଂ ଅତି ଉଚ୍ଚମାନର ଥିଲା । ସମସ୍ତ କ୍ୟାଚକୁ ସଫଳ ଭାବେ ହାତରେ ତୋଳି ଧରିଥିଲେ ଭାରତୀୟ ବୋଲର । ପାଞ୍ଚଟି ମ୍ୟାଚ୍ ବିଶିଷ୍ଟ ଏହି ସିରିଜରେ ଭାରତ ଏବେ ଏକ ଶୂନରେ ଆଗୁଆ ରହିଛି ।ବାରବାଟୀ ଟି-୨୦ ମ୍ୟାଚରେ ଭ୍ରମଣକାରୀ ଦକ୍ଷିଣ ଆଫ୍ରିକାକୁ ୧୭୬ ରନର ଟାର୍ଗେଟ ଦେଇଥିଲା ଟିମ ଇଣ୍ଡିଆ। ଟସ୍‌ ହାରି ପ୍ରଥମେ ବ୍ୟାଟିଂ କରିଥିବା ଭାରତୀୟ ଦଳ ନିର୍ଦ୍ଧାରିତ ୨୦ ଓଭରରେ ୬ ଉଇକେଟ ବିନିମୟରେ ୧୭୫ ରନ ସଂଗ୍ରହ କରିଥିଲା। ପ୍ରାରମ୍ଭିକ ବ୍ୟାଟିଂ ବିପର୍ଯ୍ୟୟ ଏବଂ ପରବର୍ତ୍ତୀ ସମୟରେ ନିୟମିତ ବ୍ୟବଧାନରେ ଉଇକେଟ ହରାଇଥିଲା ।

ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ଛାଡ଼ିଦେଲେ ଅନ୍ୟ କୌଣସି ବ୍ୟାଟ୍ସମ୍ୟାନ ଭଲ ପ୍ରଦର୍ଶନ କରିପାରି ନ ଥିଲେ। ପାଣ୍ଡ୍ୟା ବିସ୍ଫୋରକ ବ୍ୟାଟିଂ କରି ୨୮ ବଲରୁ ୫୯ ରନ ସଂଗ୍ରହ କରିଥିଲେ। ତେବେ ଶେଷ ୧୭ ବଲରେ ପାଣ୍ଡ୍ୟା ଏବଂ ଜିତେଶ ଶର୍ମା ୩୮ ରନ ଯୋଡ଼ିବାରୁ ଦଳ ସମ୍ମାନଜନକ ୧୭୫ ରନ କରିବାରେ ସକ୍ଷମ ହୋଇଥିଲା। ତିଳକ ବର୍ମା ୩୨ ବଲରୁ ୨୬, ଅକ୍ଷର ପଟେଲ ୨୧ ବଲରୁ ୨୩ ରନ ସଂଗ୍ରହ କରିଥିଲେ।

ଟସ ଜିତି ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଥିବା ଦକ୍ଷିଣ ଆଫ୍ରିକା ଦଳ ଆରମ୍ଭରୁ ଭଲ ପ୍ରଦର୍ଶନ କରିଥିଲା। ଓପନର ବୋଲର ଲୁଙ୍ଗି ଏନଗିଡି ପ୍ରଥମ ଦୁଇଟି ଉଇକେଟ ଅକ୍ତିଆର କରି ଭାରତକୁ ଅକଳରେ ପକାଇଥିଲେ। ସେ ମୋଟ ୪ ଓଭର ବୋଲିଂ କରି ୩୧ ରନ ବିନିମୟରେ ୩ଟି ଉଇକେଟ ନେଇଥିଲେ। ସେହିପରି ଲୁଥୋ ସିପାମ୍‌ଲା ୨ଟି ଏବଂ ଦୋନୋଭାନ ଫେରେରା ଗୋଟିଏ ଉଇକେଟ ନେଇଥିଲେ। ଇନିଂସ ଓପନ କରିଥିବା ଅଭିଶେକ ଶର୍ମା ଏବଂ ଶୁବମନ ଗିଲ୍ ପ୍ରଥମ ଉଇକେଟ ଭାଗିଦାରିରେ ମାତ୍ର ୫ ରନ କରିଥିଲେ। ୨ୟ ଉଇକେଟରେ ଅଭିଶେକ ଏବଂ ସୂର୍ଯ୍ୟ କୁମାର ଯାଦବ ୧୨ ରନ ଯୋଡ଼ିଥିଲେ। ଏହା ପରେ ଭାରତ କ୍ରମାଗତ ଭାବେ ଉଇକେଟ ହରାଇଥିଲା। ତେବେ ଭାରତର ବୋଲରମାନେ ବେଶ୍‌ ଭଲ ବୋଲିଂ ପ୍ରଦର୍ଶନ କରିଥିଲେ।

Post Views: 49
Share199Tweet124Send
Voice of Victims

Voice of Victims

Recent Posts

  • SIR କୁ ନେଇ ସୁପ୍ରିମକୋର୍ଟରେ ଶୁଣାଣି, ପଶ୍ଚିମବଙ୍ଗ ସହିତ ଅନ୍ୟାୟ ହେଉଛି ବୋଲି କହିଲେ ମମତା ବାନାର୍ଜୀ
  • ଆଉ ଲୋକଙ୍କୁ ବାରମ୍ବାର ତହସିଲ ଅଫିସକୁ ଦୌଡ଼ିବାକୁ ପଡ଼ିବନି ହ୍ବାଟସଆପରେ ମିଳିବ ରାଜସ୍ବ ସେବା
  • ମନ୍ଦିର ବେଢାରେ ଝାଡ଼ୁ ମାରିଲେ ରାଷ୍ଟ୍ରପତି, କଡାକଡି କରାଯାଇଛି ସୁରକ୍ଷା ବ୍ୟବସ୍ଥା
  • ପରସ୍ପର ସହିତ ଧକ୍କା ହେଲା ୨ ବିମାନର ଡେଣା, ମୁମ୍ବାଇ ବିମାନବନ୍ଦରରେ ଅବତରଣ କଲା ଇଣ୍ଡିଗୋ ବିମାନ
  • ଆଗକୁ ପଞ୍ଚାୟତ ଓ ପୌର ନିର୍ବାଚନ, ଚାରି ଜିଲ୍ଲାରେ ଚାରି ନେତାଙ୍କୁ ନୂଆ ଦାୟିତ୍ବ ଦେଲେ ବିଜେଡି ସୁପ୍ରିମୋ

Recent Comments

  1. A WordPress Commenter on ଭାରତ ବିରୋଧୀ ବିମର୍ଶ
  • About Us
  • Contact Us

Copyright © 2023.

No Result
View All Result
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା

Copyright © 2023.

Welcome Back!

Login to your account below

Forgotten Password?

Create New Account!

Fill the forms bellow to register

All fields are required. Log In

Retrieve your password

Please enter your username or email address to reset your password.

Log In