• About Us
  • Contact Us
Wednesday, April 1, 2026
  • Login
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା
No Result
View All Result
Home ଦେଶ ବିଦେଶ

ମିଆଁମାରରେ ଭାରତର ଅପରେସନ୍ ବ୍ରହ୍ମା, ୧୫ଟନ୍ ରିଲିଫ୍ ସାମଗ୍ରୀ ସହ ପହଞ୍ଚିଲା ବିମାନ

by Voice of Victims
March 29, 2025
in ଦେଶ ବିଦେଶ, ମୁଖ୍ୟ ଖବର

ନୂଆଦିଲ୍ଲୀ: ମିଆଁମାର ଭୂମିକମ୍ପରେ ଏଯାବତ୍ ୧୦୦୨ ଜଣଙ୍କ ମୃତଦେହ ଉଦ୍ଧାର କରାଗଲାଣି । ସେହିପରି ଭୂମିକମ୍ପରେ ୨୩୭୬ ଆହତ ହୋଇଥିବା ବେଳେ ସମସ୍ତଙ୍କୁ ବିଭିନ୍ନ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଏଭଳି ପରିସ୍ଥିତିରେ ଭାରତ ପଡୋଶୀ ଦେଶକୁ ସାହାଯ୍ୟ କରିବାକୁ ସମ୍ପୂର୍ଣ୍ଣ ପ୍ରସ୍ତୁତ ହୋଇଛି। ଭାରତର ୧୫ଟନ୍ ରିଲିଫ୍ ସାମଗ୍ରୀ ୟାଙ୍ଗୋନରେ ପହଞ୍ଚିଛି ।  ବୈଦେଶିକ ମନ୍ତ୍ରୀ ଏସ ଜୟଶଙ୍କର କହିଛନ୍ତି ଯେ ଅପରେସନ୍ ବ୍ରହ୍ମା ଆରମ୍ଭ ହୋଇଯାଇଛି ।

ବୈଦେଶିକ ମନ୍ତ୍ରୀ କହିଛନ୍ତି ଯେ, IAF_MCC-130 କମ୍ବଳ, ତାରପଲିନ୍, ସ୍ୱଚ୍ଛତା କିଟ୍,ସ୍ଲିପିଙ୍ଗ ବ୍ୟାଗ, ସୋଲାର ଲ୍ୟାମ୍ପ, ଖାଦ୍ୟ ପ୍ୟାକେଟ୍ ଏବଂ ରୋଷେଇ ସେଟ୍ ପଠାଯାଇଛି। ଏହା ମାଧ୍ୟମରେ ଚିକିତ୍ସା ସୁବିଧା ମଧ୍ୟ ପଠାଯାଇଛି । ମିଆଁମାରରେ ହୋଇଥିବା ଭୂକମ୍ପରେ ପ୍ରଭାବିତ ଲୋକଙ୍କୁ ସାହାଯ୍ୟ କରିବା ପାଇଁ ଏନଡିଆରଏଫର ଅଷ୍ଟମ ବାଟାଲିୟନ ଏବଂ ଭାରତୀୟ ବାୟୁସେନା ପହଞ୍ଚିଯାଇଛନ୍ତି ।

ମିଆଁମାରକୁ ୧୫ଟନ୍ ରିଲିଫ୍ ସାମଗ୍ରୀ ହିନ୍ଦନ୍ ଏୟାରବେସରୁ ଭାରତୀୟ ବାୟୁସେନା ବିମାନ ମାଧ୍ୟମରେ ପଠାଯାଇଥିଲା। ରିଲିଫ୍ ସାମଗ୍ରୀରେ ଖାଦ୍ୟ ସାମଗ୍ରୀ, ଚିକିତ୍ସା ସହାୟତା,ଲୋକମାନେ ରହିବା ପାଇଁ ସାମଗ୍ରୀ ଏବଂ ସେଠାରେ ଥିବା ଲୋକଙ୍କ ପାଇଁ ଅନ୍ୟାନ୍ୟ ଜରୁରୀ ସାମଗ୍ରୀ ଅନ୍ତର୍ଭୁକ୍ତ ରହିଛି । ଏହାଦ୍ହାରା ମିଆଁମାରରେ ହୋଇଥିବା ଭୂକମ୍ପରେ ପ୍ରଭାବିତ ଲୋକଙ୍କୁ ସାହାଯ୍ୟ କରାଯିବ। ଭାରତର ଏହି ମିଶନ ସଙ୍କଟ ସମୟରେ ପଡୋଶୀ ଦେଶକୁ ଠିକ୍ ସମୟରେ ସହାୟତା ଯୋଗାଇବାରେ ଭାରତର ସକ୍ରିୟ ଭୂମିକା ଦର୍ଶାଇଛି ।

Post Views: 35
Share197Tweet123Send
Voice of Victims

Voice of Victims

Recent Posts

  • ବିଧାୟକ ପଦରୁ ଇସ୍ତଫା ଦେଲେ ନୀତିନ ନବୀନ, ଖାଲି ପଡିଛି ବାଙ୍କିପୁରର ଆସନ
  • ବିଧାନ ପରିଷଦର ସଦସ୍ୟ ପଦରୁ ଇସ୍ତଫା ଦେଲେ ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର, ନୂଆ ମୁଖ୍ୟମନ୍ତ୍ରୀକୁ ନେଇ ସସପେନ୍ସ
  • ବରିଷ୍ଠ ବିଜେଡି ନେତାଙ୍କ ପତ୍ନୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର, ମୃତ୍ୟୁର କାରଣ ଅସ୍ପଷ୍ଟ
  • ଦୁବେଙ୍କ ମାନସିକ ଚିକିତ୍ସା ଆବଶ୍ୟକ, କହିଲେ ନବୀନ ପଟ୍ଟନାୟକ
  • ପୁରୀ ସମୁଦ୍ର ବେଳାଭୂମିରେ ଅଘଟଣ, ବୁଡ଼ିଯାଇ ୨ ପର୍ଯ୍ୟଟକଙ୍କ ମୃତ୍ୟୁ

Recent Comments

  1. A WordPress Commenter on ଭାରତ ବିରୋଧୀ ବିମର୍ଶ
  • About Us
  • Contact Us

Copyright © 2023.

No Result
View All Result
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା

Copyright © 2023.

Welcome Back!

Login to your account below

Forgotten Password?

Create New Account!

Fill the forms bellow to register

All fields are required. Log In

Retrieve your password

Please enter your username or email address to reset your password.

Log In