• About Us
  • Contact Us
Monday, March 30, 2026
  • Login
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା
No Result
View All Result
Home ବିଶେଷ ପୃଷ୍ଠା

ସୁଭଦ୍ରା ମାର୍ଗଦର୍ଶିକା ଘରେ ଘରେ ପହଞ୍ଚାଇବା ପାଇଁ ନିର୍ଦ୍ଦେଶ

by Voice of Victims
September 3, 2024
in ବିଶେଷ ପୃଷ୍ଠା, ମୁଖ୍ୟ ଖବର, ରାଜ୍ୟ
ସୁଭଦ୍ରା ମାର୍ଗଦର୍ଶିକା ଘରେ ଘରେ ପହଞ୍ଚାଇବା ପାଇଁ ନିର୍ଦ୍ଦେଶ

ଭୁବନେଶ୍ୱର: ସୁଭଦ୍ରା ଯୋଜନାକୁ ଘରେ ଘରେ ପହଞ୍ଚାଇବା ପାଇଁ ମହିଳା ଓ ଶିଶୁ ବିକାଶ ବିଭାଗ ପକ୍ଷରୁ ଉଭୟ ରାଜ୍ୟ ଓ ଜିଲ୍ଲାସ୍ତରରେ ତାଲିମ କାର୍ଯ୍ୟକ୍ରମ ଆରମ୍ଭ ହୋଇସାରିଛି। ସୁଭଦ୍ରା ଯୋଜନାର ମାର୍ଗଦର୍ଶିକା ଜାରି ହେବା ପରେ ପରେ ରାଜ୍ୟସାରା ଏହି ତାଲିମ କାର୍ଯ୍ୟକ୍ରମକୁ ବ୍ୟାପକ ଭାବରେ ଅନୁଷ୍ଠିତ କରାଯାଉଛି। ଏହି ତାଲିମ କାର୍ଯ୍ୟକ୍ରମକୁ ରାଜ୍ୟ ପ୍ରଶାସନରେ ଉଚ୍ଚସ୍ତରରୁ ଆରମ୍ଭ କରି ତୃଣମୂଳସ୍ତର ପର୍ଯ୍ୟନ୍ତ କାର୍ଯ୍ୟକାରୀ କରାଯାଉଛି। ଏହି କ୍ରମରେ ଆବେଦନକାରୀଙ୍କୁ ସଠିକ ସୂଚନା ପ୍ରଦାନ, ଆବେଦନ ପ୍ରକ୍ରିୟାକୁ ଠିକ୍ ଭାବରେ ନିର୍ବାହ କରି ମାର୍ଗଦର୍ଶିକା ଅନୁସାରେ ସୁଭଦ୍ରା ଯୋଜନାକୁ କାର୍ଯ୍ୟକାରୀ କରିବା ପାଇଁ ଗୃହନିର୍ମାଣ ଓ ନଗର ଉନ୍ନୟନ ବିଭାଗ ପ୍ରମୁଖ ଶାସନ ସଚିବ ଉଷା ପାଢ଼ୀ ରାଜ୍ୟର ସମସ୍ତ ମହାନଗର ନିଗମର କମିଶନର ଓ ପୌର ପରିଷଦ ନିର୍ବାହୀ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ଓ ଶ୍ରୀମତୀ ପାଢ଼ୀ ଆଭାସୀରେ ଏନେଇ ବିସ୍ତୃତ ଆଲୋଚନା ସହିତ ଏହାକୁ ସହରାଞ୍ଚଳରେ ସଫଳତାର ସହ କାର୍ଯ୍ୟକାରୀ କରିବା ନିମନ୍ତେ ପରାମର୍ଶ ଦେଇଥିଲେ। ମହିଳା ଶିଶୁ ବିକାଶ ବିଭାଗ ତଥା ଆଇସିଡିଏସ୍ ଓ ସମାଜ କଲ୍ୟାଣ ବିଭାଗର ନିର୍ଦ୍ଦେଶିକା ମୋନିଶା ବାନାର୍ଜୀ ବୈଠକରେ ଯୋଗଦେଇ ପୌର ଅଧିକାରୀମାନଙ୍କୁ ‘ସୁଭଦ୍ରା’ର ମାର୍ଗଦର୍ଶିକା ସମ୍ବନ୍ଧୀୟ ବିସ୍ତୃତ ସୂଚନାଦେଇଥିଲେ। ପ୍ରକାଶ ଥାଉକି ଓକାକ୍‌, କଲ ସେଣ୍ଟର(୧୪୬୭୮), ମୋ ସେବା କେନ୍ଦ୍ର ଓ ସାଧାରଣ ସେବା କେନ୍ଦ୍ରରେ କାର୍ଯ୍ୟରତ କର୍ମଚାରୀମାନଙ୍କୁ ମଧ୍ୟ ତାଲିମ ପ୍ରଦାନ କରାଯାଉଛି। ସୁଭଦ୍ରା ମାର୍ଗଦର୍ଶିକା ଅନୁସାରେ ଯୋଗ୍ୟ ହିତାଧିକାରୀଙ୍କ ଚୟନ, ହିତାଧିକାରୀମାନେ କିପରି ସୁବିଧାରେ ଫର୍ମ ପାଇବେ, ଫର୍ମ ସଂଗ୍ରହ ଏବଂ ବିତରଣ, ଫର୍ମ ପୂରଣ ପରେ ପଞ୍ଜୀକରଣ, ଆବେଦନକାରୀଙ୍କୁ ଚିହ୍ନଟ ପାଇଁ ଇ-କେୱାଇସି ଯାଞ୍ଚ, ଯୋଜନାର କାର୍ଯ୍ୟକାରିତା ସମ୍ପର୍କରେ ଏହି ତାଲିମ କାର୍ଯ୍ୟକ୍ରମରେ ବୁଝାଯାଉଛି। ଯୋଜନାର କାର୍ଯ୍ୟକରିତାକୁ ଭଲ ଭାବେ ବୁଝିବା ନିମନ୍ତେ ଏହି ତାଲିମ କାର୍ଯ୍ୟକ୍ରମକୁ ଏକାଧିକ ବାର ହେଉଛି। ଅଙ୍ଗନବାଡୀ କର୍ମୀ ଓ ସହାୟିକା, ଆଶା କର୍ମୀମାନଙ୍କ ଦ୍ୱାରା ଗାଁ ଗାଁ ଘରେ ଘରେ ‘ସୁଭଦ୍ରା’ ଯୋଜନା ସମ୍ବନ୍ଧରେ ସଚେତନ କରାଯାଉଛି। ଖାରବେଳ ଭବନଠାରେ ଅନୁଷ୍ଠିତ ଉକ୍ତ ବୈଠକରେ ବିଭାଗୀୟ ସ୍ୱତନ୍ତ୍ର ଶାସନ ସଚିବ ରାଜେଶ ପ୍ରଭାକର ପାଟିଲଙ୍କ ସମେତ ଅନ୍ୟାନ୍ୟ ବିଭାଗୀୟ ପଦାଧିକାରୀ ମାନେ ଉପସ୍ଥିତ ଥିଲେ।

Post Views: 27
Share198Tweet124Send
Voice of Victims

Voice of Victims

Recent Posts

  • ବିଧାୟକ ପଦରୁ ଇସ୍ତଫା ଦେଲେ ନୀତିନ ନବୀନ, ଖାଲି ପଡିଛି ବାଙ୍କିପୁରର ଆସନ
  • ବିଧାନ ପରିଷଦର ସଦସ୍ୟ ପଦରୁ ଇସ୍ତଫା ଦେଲେ ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର, ନୂଆ ମୁଖ୍ୟମନ୍ତ୍ରୀକୁ ନେଇ ସସପେନ୍ସ
  • ବରିଷ୍ଠ ବିଜେଡି ନେତାଙ୍କ ପତ୍ନୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର, ମୃତ୍ୟୁର କାରଣ ଅସ୍ପଷ୍ଟ
  • ଦୁବେଙ୍କ ମାନସିକ ଚିକିତ୍ସା ଆବଶ୍ୟକ, କହିଲେ ନବୀନ ପଟ୍ଟନାୟକ
  • ପୁରୀ ସମୁଦ୍ର ବେଳାଭୂମିରେ ଅଘଟଣ, ବୁଡ଼ିଯାଇ ୨ ପର୍ଯ୍ୟଟକଙ୍କ ମୃତ୍ୟୁ

Recent Comments

  1. A WordPress Commenter on ଭାରତ ବିରୋଧୀ ବିମର୍ଶ
  • About Us
  • Contact Us

Copyright © 2023.

No Result
View All Result
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା

Copyright © 2023.

Welcome Back!

Login to your account below

Forgotten Password?

Create New Account!

Fill the forms bellow to register

All fields are required. Log In

Retrieve your password

Please enter your username or email address to reset your password.

Log In