ଭୁବନେଶ୍ବର: ଓଡିଶା ରାଜ୍ୟ ଇଲେକ୍ଟ୍ରୋହୋମିଓପାଥିକ ଚିକିତ୍ସକ ସଂଘ (ସେପା) ଏବଂ ଓଡିଶା କୃଷି ଓ ବୈଷୟିକ ବିଶ୍ଵବିଦ୍ୟାଳୟ(ଓୟୁଏଟି), ଭୁବନେଶ୍ବର ର ମିଳିତ ଆନୁକୂଲ୍ୟରେ ସ୍ୱାସ୍ଥ୍ୟ ସେବା କ୍ଷେତ୍ରରେ ପ୍ରାକୃତିକ ବୃକ୍ଷଲତା ରୁ ତିଆରି ଔଷଧ ର ଉପଯୋଗିତା ସମ୍ପର୍କରେ ଏକ ଅନ୍ତର୍ଜାତୀୟ ସମ୍ମିଳନୀ ଏବଂ ଆଲୋଚନା ଚକ୍ର ଆସନ୍ତା ୨୦ ଏବଂ ୨୧ ତାରିଖ ଦୁଇଦିନ ବ୍ୟାପି ଭୁବନେଶ୍ୱର ସ୍ଥିତ ଓଡିଶା କୃଷି ଓ ବୈଷୟିକ ବିଶ୍ଵବିଦ୍ୟାଳୟ ର ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହେବ। ଉକ୍ତ କାର୍ଯ୍ୟକ୍ରମରେ ଦେଶ ତଥା ଦେଶ ବାହାରୁ ପ୍ରାୟ ୫୦୦ରୁ ଊର୍ଦ୍ଧ୍ବ ଚିକିତ୍ସକ ଯୋଗଦାନ କରିବା ସହିତ ଓଡିଶା କୃଷି ଓ ବୈଷୟିକ ବିଶ୍ଵବିଦ୍ୟାଳୟ ସହିତ ଅନୁବନ୍ଧିତ ହେବା ପରେ କିପରି ଏହି ଚିକିତ୍ସା ପଦ୍ଧତି ସାହାଯ୍ୟରେ ଆହୁରି ଉନ୍ନତମାନର ସ୍ୱାସ୍ଥ୍ୟ ସେବା ମଣିଷ ମାନଙ୍କ ସହିତ ଜୀବଜନ୍ତୁମାନଙ୍କ ଠାରେ ସଫଳତାର ସହିତ ଉପଯୋଗୀ ହୋଇପାରିବ ସେ ଦିଗରେ ଆଲୋଚନା କରାଯିବାର କାର୍ଯ୍ୟକ୍ରମ ସ୍ଥିର ହୋଇଛି। ଏହି କାର୍ଯ୍ୟକ୍ରମର ଉନ୍ମୋଚନ ତଥା ଉଦଯାପନୀ ଦିବସରେ ମୁଖ୍ୟମନ୍ତ୍ରୀ, ଉପମୁଖ୍ୟମନ୍ତ୍ରୀ ଏବଂ ସ୍ୱାସ୍ଥ୍ୟ ମନ୍ତ୍ରୀଙ୍କ ସମେତ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଯୋଗଦାନ କରିବାର କାର୍ଯ୍ୟକ୍ରମ ରହିଛି ବୋଲି ରାଜ୍ୟ ସଂଘର ଗଣାମାଧ୍ୟମ ସଂଯୋଜକ ରଣଜିତ୍ ପଟ୍ଟନାୟକ ସୂଚନା ପ୍ରଦାନ କରିଛନ୍ତି। ଏହି ଦୁଇଦିନ ବ୍ୟାପି ଓଡିଶା କୃଷି ଓ ବୈଷୟିକ ବିଶ୍ଵବିଦ୍ୟାଳୟ ପରିସରରେ ହେବାକୁ ଥିବା ଚିକିତ୍ସା ଶିବିରରେ ବିନା ଶୁଳ୍କରେ ଇଲେକ୍ଟ୍ରୋହୋମିଓପାଥିକ ଚିକିତ୍ସା ସେବା ର ସୁଯୋଗ ନେବାକୁ ଅନୁରୋଧ କରିଛନ୍ତି।
