• About Us
  • Contact Us
Monday, March 30, 2026
  • Login
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା
No Result
View All Result
Home ବିଶେଷ ପୃଷ୍ଠା

ନଭେମ୍ବର ୧୦ରେ ଅନ୍ତର୍ଜାତୀୟ ଶ୍ରୀ-ଅନ୍ନ ସମ୍ମିଳନୀ: ସମୀକ୍ଷା କଲେ ଉପମୁଖ୍ୟମନ୍ତ୍ରୀ ଶ୍ରୀ ସିଂହଦେଓ

by Voice of Victims
August 27, 2024
in ବିଶେଷ ପୃଷ୍ଠା, ମୁଖ୍ୟ ଖବର, ରାଜ୍ୟ
ନଭେମ୍ବର ୧୦ରେ ଅନ୍ତର୍ଜାତୀୟ ଶ୍ରୀ-ଅନ୍ନ ସମ୍ମିଳନୀ: ସମୀକ୍ଷା କଲେ ଉପମୁଖ୍ୟମନ୍ତ୍ରୀ ଶ୍ରୀ ସିଂହଦେଓ

ଭୁବନେଶ୍ୱର: ଚଳିତ ନଭେମ୍ବର ୧୦ ତାରିଖ ଦିନ ଅନ୍ତର୍ଜାତୀୟ ଶ୍ରୀ-ଅନ୍ନ ସମ୍ମିଳନୀ ଆୟୋଜନ ନେଇ ଏକ ପ୍ରସ୍ତୁତି ବୈଠକ ଆଜି ଉପମୁଖ୍ୟମନ୍ତ୍ରୀ ତଥା କୃଷି ଓ କୃଷକ ସଶକ୍ତିକରଣ, ଶକ୍ତି ମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି। ହଜିଯାଉଥିବା ପାରମ୍ପରିକ ଖାଦ୍ୟ ଏବଂ ଗୁରୁତ୍ୱ ହରାଉଥିବା ଫସଲଗୁଡ଼ିକୁ ପ୍ରୋତ୍ସାହନ ଦେବା ଏହି ଅନ୍ତର୍ଜାତୀୟ ଶ୍ରୀ-ଅନ୍ନ (ମାଣ୍ଡିଆ) ଦିବସ ପାଳନର ଉଦ୍ଦେଶ୍ୟ ବୋଲି ଉଲ୍ଲେଖ କରି ମନ୍ତ୍ରୀ ଶ୍ରୀ ସିଂହଦେଓ କହିଲେ ଯେ ଖାଦ୍ୟାଭାସରେ ନିରନ୍ତରତା ବଜାୟ ରଖିବା ସହ ଯୁବପିଢ଼ିଙ୍କୁ ପାରମ୍ପରିକ ଖାଦ୍ୟ ପ୍ରତି ଆକୃଷ୍ଟ କରାଯାଇପାରିଲେ ବିଲୁପ୍ତପ୍ରାୟ ଶସ୍ୟଗୁଡ଼ିକୁ ପୁନର୍ଜୀବିତ କରାଯାଇପାରିବ। ଏହା ଦ୍ୱାରା ଆମର କୃଷକମାନଙ୍କ ଆୟବୃଦ୍ଧି ସହ ଆମର ଖାଦ୍ୟ-ଐତିହ୍ୟର ସୁରକ୍ଷା ହୋଇପାରିବ। ସମ୍ମିଳନୀରେ ଓଡ଼ିଶାର ସବୁ ଜିଲ୍ଲାରୁ ଗୋଟିଏ କିମ୍ବା ତତୋଧିକ ପାରମ୍ପରିକ ଶସ୍ୟ/ପନିପରିବା/ଫଳ ବଛାଯାଇ ପ୍ରଦର୍ଶନ କରାଯିବ। ଏହା ଦ୍ୱାରା ସଂପୃକ୍ତ ଫଳ/ପନିପରିବାର ଚାହିଦା ବୃଦ୍ଧି ପାଇବ ଏବଂ ରାଜ୍ୟର ଚାଷୀଭାଇମାନେ ଚାଷ ପ୍ରତି ଆକୃଷ୍ଟ ହେବେ ବୋଲି ମନ୍ତ୍ରୀ ଶ୍ରୀ ସିଂହଦେଓ ପ୍ରକାଶ କରିଥିଲେ। ବିଭାଗୀୟ ପ୍ରମୁଖ ଶାସନ ସଚିବ ଡ. ଅରବିନ୍ଦ କୁମାର ପାଢ଼ୀ ପ୍ରତି ବ୍ଳକ୍‌, ଜିଲ୍ଲା ଓ ରାଜ୍ୟସ୍ତରରେ ଏହି ଦିବସକୁ ସଫଳତାର ସହ ପାଳନ ପାଇଁ ଢାଞ୍ଚା ପ୍ରସ୍ତୁତ କରାଯିବ ବୋଲି ପ୍ରକାଶ କରିଥିଲେ। ଏହି ଅବସରରେ ମିଲେଟ୍‌ ସର୍ଭିସ୍‌ ସେଣ୍ଟର ଖୋଲାଯାଇ ମାଣ୍ଡିଆରୁ ପ୍ରସ୍ତୁତ ଖାଦ୍ୟଦ୍ରବ୍ୟମାନ ପ୍ରଦର୍ଶନ ଓ ବିକ୍ରୟ କରାଯିବ। ଏହି ସର୍ଭିସ୍‌ ସେଣ୍ଟର ଖୋଲିବା ପାଇଁ ରାଜ୍ୟ ସରକାର ୮୦ ପ୍ରତିଶତ ରିହାତି ପ୍ରଦାନ କରୁଛନ୍ତି। ଓଡ଼ିଶାର ବଳଭଦ୍ର ଜୈବିକ ମିଶନ ଅଧିନରେ ଜୈବିକ ଚାଷ ଓ ଖାଦ୍ୟାନ୍ନ ଉପରେ ଗୁରୁତ୍ୱ ଦେବାକୁ ଡ. ପାଢ଼ୀ କହିଥିଲେ। ଭବିଷ୍ୟତରେ ଓଡ଼ିଶା ପାରମ୍ପରିକ କୃଷି ଐତିହ୍ୟରେ ଅଗ୍ରଣୀ ରାଜ୍ୟ ଭାବେ ଉଭା ହେବ ବୋଲି ସେ ପ୍ରକାଶ କରିଥିଲେ। ଏହି ଅବସରରେ କୃଷି ନିର୍ଦ୍ଦେଶକ ପ୍ରେମଚନ୍ଦ୍ର ଚୌଧାରୀ ଏବଂ ବିଭାଗୀୟ ବରିଷ୍ଠ ଅଧିକାରୀ ପ୍ରମୁଖ ଉପସ୍ଥିତ ଥିଲେ।

Post Views: 31
Share198Tweet124Send
Voice of Victims

Voice of Victims

Recent Posts

  • ବିଧାୟକ ପଦରୁ ଇସ୍ତଫା ଦେଲେ ନୀତିନ ନବୀନ, ଖାଲି ପଡିଛି ବାଙ୍କିପୁରର ଆସନ
  • ବିଧାନ ପରିଷଦର ସଦସ୍ୟ ପଦରୁ ଇସ୍ତଫା ଦେଲେ ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର, ନୂଆ ମୁଖ୍ୟମନ୍ତ୍ରୀକୁ ନେଇ ସସପେନ୍ସ
  • ବରିଷ୍ଠ ବିଜେଡି ନେତାଙ୍କ ପତ୍ନୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର, ମୃତ୍ୟୁର କାରଣ ଅସ୍ପଷ୍ଟ
  • ଦୁବେଙ୍କ ମାନସିକ ଚିକିତ୍ସା ଆବଶ୍ୟକ, କହିଲେ ନବୀନ ପଟ୍ଟନାୟକ
  • ପୁରୀ ସମୁଦ୍ର ବେଳାଭୂମିରେ ଅଘଟଣ, ବୁଡ଼ିଯାଇ ୨ ପର୍ଯ୍ୟଟକଙ୍କ ମୃତ୍ୟୁ

Recent Comments

  1. A WordPress Commenter on ଭାରତ ବିରୋଧୀ ବିମର୍ଶ
  • About Us
  • Contact Us

Copyright © 2023.

No Result
View All Result
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା

Copyright © 2023.

Welcome Back!

Login to your account below

Forgotten Password?

Create New Account!

Fill the forms bellow to register

All fields are required. Log In

Retrieve your password

Please enter your username or email address to reset your password.

Log In