କଟକ : ହ୍ୟୁମାନ ସାଗରଙ୍କ ମୃତ୍ୟୁକୁ ନେଇ ଚାଲିଛି ତଦନ୍ତ । ହ୍ୟୁମାନଙ୍କ ମୃତ୍ୟୁରେ ଯେଉଁମାନେ ଦୋଷୀ ସେମାନେ ସମସ୍ତେ ଧରାପଡ଼ିବେ ବୋଲି ପଡ଼ିବେ ବୋଲି କହିଛନ୍ତି ଅନୁଭବ ମହାନ୍ତି । ହ୍ୟୁମାନଙ୍କ ମାଆଙ୍କ ଅଭିଯୋଗକ୍ରମେ ଘଟଣାର ତଦନ୍ତ ଚାଲିଛି । ମୃତ୍ୟୁ ପଛର କାରଣ ଓ କେମିତି ମୁତ୍ୟୁ ମୁଖରେ ପଡ଼ିଲେ ଜଣାପଡ଼ିବା ଦରକାର । ପୋଲିସ ଏବେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁଛି ।
ମୁଖ୍ୟମନ୍ତ୍ରୀ ନିଜେ ନିରପେକ୍ଷ ତଦନ୍ତ ପାଇଁ କହିଛନ୍ତି । ସତ ପଦାକୁ ଆସିବ ବୋଲି କହିଛନ୍ତି ଅନୁଭବ । ଗତ ନଭେମ୍ବର ୧୭ ତାରିଖରେ ହ୍ୟୁମାନ ସାଗରଙ୍କ ମୃତ୍ୟୁ ହୋଇଥିଲା । ପରେ ଡିସେମ୍ବର ୨୧ ତାରିଖରେ ଅର୍ପିତା ଚୌଧୁରୀ, ସୋମେଶ ଶତପଥୀଙ୍କ ସମେତ ୯ଜଣଙ୍କ ନାଁରେ ମର୍କତନଗର ଥାନାରେ ଏତଲା ଦେଇଥିଲେ ହ୍ୟୁମାନଙ୍କ ମାଆ ସେଫାଳି ସୁନା । ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି ପୋଲିସ ।
