• About Us
  • Contact Us
Monday, April 6, 2026
  • Login
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା
No Result
View All Result
Home ମୁଖ୍ୟ ଖବର

କେନ୍ଦ୍ରାପଡାର ୩ ଜଣଙ୍କୁ ଜାତୀୟ ସ୍ତରୀୟ ସାଧାରଣତନ୍ତ୍ର ଦିବସ ପରେଡକୁ ନିମନ୍ତ୍ରଣ

by Voice of Victims
January 22, 2025
in ମୁଖ୍ୟ ଖବର, ରାଜ୍ୟ
କେନ୍ଦ୍ରାପଡାର ୩ ଜଣଙ୍କୁ ଜାତୀୟ ସ୍ତରୀୟ ସାଧାରଣତନ୍ତ୍ର ଦିବସ ପରେଡକୁ ନିମନ୍ତ୍ରଣ

ଭୁବନେଶ୍ଵର: ଦିଲ୍ଲୀର କର୍ତ୍ତବ୍ୟ ପଥରେ ଅନୁଷ୍ଠିତ ହେବାକୁ ଥିବା ଚଳିତବର୍ଷର ଜାନୁଆରୀ ୨୬ ଜନରାଜ୍ୟ ପରେଡ ଦେଖିବା ପାଇଁ କେନ୍ଦ୍ରାପଡା ଜିଲ୍ଲାର ଜଣେ ଲକ୍ଷପତି ଦିଦି ମହିଳା ଓ ଦୁଇ ଜଣ ସରପଂଚଙ୍କୁ ଭାରତ ସରକାର ସ୍ୱତନ୍ତ୍ର ଅତିଥିଭାବେ ନିମନ୍ତ୍ରଣ କରିଛନ୍ତି। ରାଜ୍ୟ ପଂଚାୟତିରାଜ ଓ ପାନୀୟ ଜଳଯୋଗାଣବିଭାଗ ପକ୍ଷରୁ ବିଭାଗୀୟ ନିର୍ଦ୍ଦେସକ ସୁରେନ୍ଦ୍ର କୁମାର ମୀନାଙ୍କ ନିକଟରୁ ଚିଠି ସମ୍ବଳିତ ନିମନ୍ତ୍ରଣ ପତ୍ର ସେମାନଙ୍କ ନିକଟରେ ପହଚିଁଛି। ନିମନ୍ତ୍ରଣ ପତ୍ର ପାଇଥିବା ଲକ୍ଷପତି ମହିଳା ଦିଦି ହେଉଛନ୍ତି ଗୋଲୋରହାଟ ପଂଚାୟତର ଉତ୍କଳ ଗ୍ରାମୀଣ ପ୍ରଡ୍ୟୁସର ଗ୍ରୁପର ସଂପାଦିକା ରେଶମା ବେଗମ୍। ନିଜସ୍ୱ ପ୍ରୟାସରେ ସେ ସିଲାଇ ମେସିନପକାଇ ବିଭିନ୍ନ କପଡା ପୋଷାକ ଏବଂ ଅନ୍ୟ ଦୈନିକ ବ୍ୟବହାର୍ଯ୍ୟ ଯୋଗ୍ୟ କପଡା ସାମଗ୍ରୀ ନିର୍ମାଣ କରି ନିଜେ ଆତ୍ମ ସ୍ୱାବଲମ୍ବୀ ହେବା ସହ ୫୦ ରୁ ଉର୍ଦ୍ଧ୍ୱ ସ୍ଥାନୀୟ ସଂଖ୍ୟାଲଘୁ ସଂପ୍ରଦାୟର ମହିଳାମାନଙ୍କୁ ସିଲାଇ ମେସିନ ତାଲିମ ଦେଇ ଆତ୍ମସ୍ୱାବଲମ୍ବୀ କରିପାରିଛନ୍ତି ରେଶମା ବେଗମ୍। ଏଥିପାଇଁ ସେ ଜିଲ୍ଲା ପ୍ରଶାସନ ପକ୍ଷରୁ ଆରମ୍ଭ କରି ରାଜ୍ୟ ସ୍ତରରେ ସରକାରଙ୍କ ଠାରୁ ଅନେକବାର ସମ୍ମାନିତ ହୋଇଛନ୍ତି। ଏହି ଗ୍ରୁପର ଉତ୍ପାଦିତ ଏମ୍ବ୍ରୋଡରୀ କାର୍ଯ୍ୟ ସାରାଦେଶରେ ପ୍ରସିଦ୍ଧି ଲାଭ କରିଛି। ତାଙ୍କର ସଫଳ କାହାଣୀ ଯୋଗୁଁ ସେ ବେଶ ଚର୍ଚ୍ଚିତ। ତାଙ୍କ ସାମାଜିକ କର୍ତବ୍ୟବୋଧକୁ ଦୃଷ୍ଟିରେ ରଖୀ ସରକାର ତାଙ୍କୁ ସ୍ୱତନ୍ତ୍ର ଅତିଥିଭାବେ ଦିଲୀ ଜନରାଜ୍ୟ ଦିବସ ପ୍ୟାରେଡ ଦେଖିବା ପାଇଁ ନିମନ୍ତ୍ରଣ କରିବା କାର୍ଯ୍ୟ ପାଇଁ ସେ ବେଶ ଗର୍ବିତ ବୋଲି ପ୍ରତିକ୍ରିୟା ରଖିଛନ୍ତି। ସେ ତାଙ୍କ ସ୍ୱମୀ ସୋଲେମନଙ୍କ ସହ ଦିଲୀ ଯାତ୍ରା କରିବେ ବୋଲି ନିମନ୍ତ୍ରଣ ଆସିଛି ଏବଂ ସେଠାରେ କେନ୍ଦ୍ର ଗ୍ରାମ୍ୟ ଉନ୍ନୟନ ମନ୍ତ୍ରୀଙ୍କ ସହ ସାକ୍ଷାତ ଆଲୋଚନା କରିବେ ବୋଲି ସୂଚନା ରହିଛି। ଯଦି ତାଙ୍କୁ ପ୍ରଧାନମନ୍ତ୍ରୀଙ୍କ ସହ ମିଶିବାର ସୁଯୋଗ ମିଳେ ତେବେ ସେ ନିଜର ସିଲାଇ ମେସିନ ଦ୍ୱାରା ନିର୍ମିତ କପଡା ସାମଗ୍ରୀ ଉପହାର ପ୍ରଦାନ କରିବା ପାଇଁ ଯୋଜନା କରିଛନ୍ତି ତଥା ପ୍ରଧାନମନ୍ତ୍ରୀଙ୍କ ସହ ମତବିନିମୟ କରିବାର ଆଶା ରଖିଛନ୍ତି। ରେଶମାଙ୍କ ପରି କେନ୍ଦ୍ରାପଡା ଜିଲ୍ଲାର ଡେରାବିଶ ବ୍ଲକ ଲକ୍ଷ୍ମୀନାରାୟଣ ପୁର ପଂଚାୟତର ସରପଂଚ ଅରକ୍ଷିତ କାଣ୍ଡି ଏବଂ ବେଣୀପୁର ପଂଚାୟତର ସରପଂଚ ମୋହନ ଚରଣ ସାହୁଙ୍କୁ ମଧ୍ୟ ସପତ୍ନୀକ ଦିଲୀ କର୍ତବ୍ୟପଥ ଜନରାଜ୍ୟ ଦିବସ ପ୍ୟାରେଡ ଦେଖିବା ପାଇଁ ସ୍ୱତନ୍ତ୍ର ଅତିଥିଭାବେ ନିମନ୍ତ୍ରଣ ମିଳିଛି। ନିଜ ପଂଚାୟତରେ ଭାରତ ସରକାରଙ୍କ ପ୍ରଧାନମନ୍ତ୍ରୀ ହରଘର ଜଳ ଯୋଜନା,ସ୍ୱାସ୍ଥ୍ୟବୀମା ଯୋଜନା ପରି ବିଭିନ୍ନ କେନ୍ଦ୍ରୀୟ ଯୋଜନାର ସଫଳ ରୂପାୟନ କରାଯାଇପାରିଛି। ଏହି ସବୁ ମାପଦଣ୍ଡକୁ ଆଧାର କରି ଏହି ଦୁଇ ପଂଚାୟତର ସରପଂଚଙ୍କୁ ଦୀଲୀ ପ୍ୟାରେଡ ଦେଖିବବା ପାଇଁ ଭାରତ ସରକାରଙ୍କ ନିମନ୍ତ୍ରଣ ମିଳିଛି। ସେମାନଙ୍‌କୁ ନିମନ୍ତ୍ରଣ ପତ୍ର ମିଳିଥିବାରୁ ସେମାନେ ଗର୍ବୀତ ଅନୁଭବ କରୁଛନ୍ତି। ସେଠାରେ କେନ୍ଦ୍ର ମନ୍ତ୍ରୀଙ୍କ ସହ ସେମାନେ ମତବିନିମୟ କରିବେ ବୋଲି ସୂଚନା ଦେଇଛନ୍ତି।

Post Views: 48
Share198Tweet124Send
Voice of Victims

Voice of Victims

Recent Posts

  • ନୂତନ କର୍ମକର୍ତ୍ତାଙ୍କ ଦାୟିତ୍ୱ ଗ୍ରହଣ
  • ବଜ୍ରପାତର କହର: ଛେଳି ଚରାଉଥିବା ବେଳେ ବୃଦ୍ଧଙ୍କ ମୃତ୍ୟୁ, ସରକାରୀ ସହାୟତା ପାଇଁ ଦାବି
  • ତେହେରାନ ଉପରେ ଏୟାରଷ୍ଟ୍ରାଇକ, ୧୩ ମୃତ
  • ଶ୍ରମିକ ଓ ଛାତ୍ରଛାତ୍ରୀ କିଣି ପାରିବେ ୫ କେଜି ଗ୍ୟାସ, ଖାଦ୍ୟ ଯୋଗାଣ ବିଭାଗ ପକ୍ଷରୁ ସ୍ପଷ୍ଟୀକରଣ
  • ଭଦ୍ରକର ଅଧିଷ୍ଠାତ୍ରୀ ଦେବୀ ମା ଭଦ୍ରକାଳୀଙ୍କ ପୀଠରୁ ଚୋରି, ହୁଣ୍ଡି ବାକ୍ସ ଭଙ୍ଗା ହେବା ସହ ସୁନା ଗହଣା ଲୁଟ

Recent Comments

  1. A WordPress Commenter on ଭାରତ ବିରୋଧୀ ବିମର୍ଶ
  • About Us
  • Contact Us

Copyright © 2023.

No Result
View All Result
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା

Copyright © 2023.

Welcome Back!

Login to your account below

Forgotten Password?

Create New Account!

Fill the forms bellow to register

All fields are required. Log In

Retrieve your password

Please enter your username or email address to reset your password.

Log In