ନୂଆଦିଲ୍ଲୀ: ଆଇପିଏଲ ୨୦୨୬ ସିଜିନର ନିଲାମ ବିଦେଶରେ ହେବ । ଏଥିପାଇଁ ମିନି-ନିଲାମୀ ଡିସେମ୍ବର ୧୫ ରୁ ୧୮ ତାରିଖ ମଧ୍ୟରେ ଦୁବାଇ, ମସ୍କଟ କିମ୍ବା ଦୋହା ମଧ୍ୟରୁ କୌଣସି ଏକ ସ୍ଥାନରେ ଅନୁଷ୍ଠିତ ହେବାର ସମ୍ଭାବନା ରହିଛି ।ଚଳିତ ସିଜିନର ଅକ୍ସନ ଏକ ଭାରତୀୟ ସହରରେ ଅନୁଷ୍ଠିତ ହେବ ବୋଲି ପୂର୍ବ ସପ୍ତାହରେ ଖବର ଆସିଥିଲା ।

ଗତ ବର୍ଷ ୨୦୨୪ ମସିହାରେ, ସାଉଦି ଆରବର ଜେଦ୍ଦାରେ IPL ମେଗା ନିଲାମୀ ଅନୁଷ୍ଠିତ ହୋଇଥିଲା । କିନ୍ତୁ ଏଥର ନିଲାମ ପାଇଁ ଆଲୋଚନା ହେଉଥିବା ନାମ ମଧ୍ୟରେ ଦୁବାଇ, ମସ୍କଟ ଏବଂ ଦୋହା ଅନ୍ତର୍ଭୁକ୍ତ । ମସ୍କଟ (ଓମାନ) କୁ ମଧ୍ୟ ଏକ ବିକଳ୍ପ ଭାବରେ ବିଚାର କରାଯାଉଛି । ସେଠାରେ ବିସିସିଆଇର ଭଲ ସମ୍ପର୍କ ଅଛି ।

ସେଠାରେ ଆଧୁନିକ କ୍ରିକେଟ୍ କମ୍ପ୍ଲେକ୍ସ ରହିଛି ।ବିସିସିଆଇର ଜଣେ ଅଧିକାରୀ କହିଛନ୍ତି ଯେ, ଆସନ୍ତା ବର୍ଷ ଆଇପିଏଲ ସିଜିନ୍ ମାର୍ଚ୍ଚ ୨୦ରେ ଆରମ୍ଭ ହୋଇପାରେ । ବୋର୍ଡ ୨୦୨୬ ଘରୋଇ ସିଜିନ୍ ସୂଚୀକୁ ଆଖି ଆଗରେ ରଖି ଆଇପିଏଲ ଶୀଘ୍ର ଆରମ୍ଭ କରିବାକୁ ଚାହୁଁଛି । ଏହା ଦ୍ଵାରା ଟୁର୍ଣ୍ଣାମେଣ୍ଟ ମେ ମାସର ଶେଷ ସପ୍ତାହ ସୁଦ୍ଧା ସମାପ୍ତ ହୋଇପାରିବ ।
