• About Us
  • Contact Us
Tuesday, March 3, 2026
  • Login
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା
No Result
View All Result
Home ଦେଶ ବିଦେଶ

ଇରାନର ବଡ଼ ଦାବି, ନେତାନ୍ୟାହୁଙ୍କ କାର୍ଯ୍ୟାଳୟ ଉପରେ ମିସାଇଲ୍ ମାଡ଼

by Voice of Victims
March 3, 2026
in ଦେଶ ବିଦେଶ, ମୁଖ୍ୟ ଖବର, ସମସ୍ୟା
ଇରାନର ବଡ଼ ଦାବି, ନେତାନ୍ୟାହୁଙ୍କ କାର୍ଯ୍ୟାଳୟ ଉପରେ ମିସାଇଲ୍ ମାଡ଼

ନୂଆଦିଲ୍ଲୀ : ଇରାନର ବଡ଼ ଦାବି ।  ନେତାନ୍ୟାହୁଙ୍କ କାର୍ଯ୍ୟାଳୟ ଉପରେ ମିସାଇଲ୍ ମାଡ଼ । ଇସ୍ରାଏଲ୍ ଏବଂ ଇରାନ ମଧ୍ୟରେ ଚାଲିଥିବା ସଂଘର୍ଷ ଏବେ ଏକ ଭୟଙ୍କର ରୂପ ନେଇଛି । ସୋମବାର ଦିନ ଇରାନର ସେନା ବାହିନୀ ‘ଇସଲାମିକ୍ ରିଭୋଲ୍ୟୁସନାରୀ ଗାର୍ଡ କର୍ପସ’ (IRGC) ପକ୍ଷରୁ ଏକ ଚମକାଇଲା ଭଳି ଦାବି କରାଯାଇଛି ।

ଇରାନ ପକ୍ଷରୁ କୁହାଯାଇଛି ଯେ, ସେମାନେ ଇସ୍ରାଏଲ୍ ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍ ନେତାନ୍ୟାହୁଙ୍କ କାର୍ଯ୍ୟାଳୟ ଏବଂ ଇସ୍ରାଏଲ୍ ବାୟୁସେନା ମୁଖ୍ୟଙ୍କ ବାସଭବନକୁ ଟାର୍ଗେଟ କରି କ୍ଷେପଣାସ୍ତ୍ର ମାଡ଼ କରିଛନ୍ତି । IRGC ର ସୂଚନା ଅନୁଯାୟୀ, ଏହି ଅପରେସନ ଅତ୍ୟନ୍ତ ଗୋପନୀୟ ଏବଂ ହଠାତ୍ କରାଯାଇଥିଲା । ଏଥିପାଇଁ ଇରାନର ଶକ୍ତିଶାଳୀ ‘ଖେବର ସେକନ୍’ (Kheybar Shekan) ବାଲିଷ୍ଟିକ୍ ମିସାଇଲ୍ ବ୍ୟବହାର କରାଯାଇଛି । ଇରାନ ଏହାକୁ ନିଜର “୧୦ମ ପର୍ଯ୍ୟାୟ” ପ୍ରତିଶୋଧମୂଳକ ଆକ୍ରମଣ ବୋଲି କହିଛି ।

ଗତ ଫେବୃଆରୀ ଶେଷ ସପ୍ତାହରେ ଇସ୍ରାଏଲ୍ ଏବଂ ଆମେରିକାର ମିଳିତ ଆକ୍ରମଣରେ ଇରାନର ସର୍ବୋଚ୍ଚ ନେତା ଆୟାତୁଲ୍ଲା ଅଲି ଖାମେନେଇଙ୍କ ମୃତ୍ୟୁ ଘଟିଥିବା ଖବର ପରେ ଏହି ପଦକ୍ଷେପ ନିଆଯାଇଥିବା ଜଣାପଡ଼ିଛି । ଏହି ଆକ୍ରମଣ ପରେ ଇସ୍ରାଏଲ୍ ପ୍ରଧାନମନ୍ତ୍ରୀ ନେତାନ୍ୟାହୁଙ୍କ ସ୍ଥିତି କ’ଣ ରହିଛି, ସେ ସୁରକ୍ଷିତ ଅଛନ୍ତି କି ନାହିଁ, ସେ ନେଇ IRGC ପକ୍ଷରୁ କୌଣସି ସ୍ପଷ୍ଟ ସୂଚନା ଦିଆଯାଇ ନାହିଁ । ତେବେ ଇସ୍ରାଏଲର ପ୍ରମୁଖ ସରକାରୀ କୋଠାଗୁଡ଼ିକୁ ଟାର୍ଗେଟ କରାଯାଇଥିବା ସେମାନେ ଦାବି କରିଛନ୍ତି ।

ଅନ୍ୟପଟେ, ଇସ୍ରାଏଲ୍ ପ୍ରତିରକ୍ଷା ବାହିନୀ (IDF) କିମ୍ବା ସରକାରଙ୍କ ପକ୍ଷରୁ ଏହି ନିର୍ଦ୍ଦିଷ୍ଟ ଆକ୍ରମଣ ନେଇ କୌଣସି ଅଧିକାରୀ  ନିର୍ଦ୍ଧିଷ୍ଟ ସୂଚନା ଦେଇ ନାହାଁନ୍ତି । ଜେରୁଜେଲମ୍ ଏବଂ ତେଲ୍ ଅଭିଭ୍ ଭଳି ସହରରେ ସାଇରନ୍ ବାଜିବା ସହ ଆକାଶରେ ବିସ୍ଫୋରଣର ଶବ୍ଦ ଶୁଣାଯାଇଥିବା ସ୍ଥାନୀୟ ଲୋକେ କହିଛନ୍ତି । ଇସ୍ରାଏଲର ‘ଆଇରନ୍ ଡୋମ୍’ ଏବଂ ଅନ୍ୟାନ୍ୟ ପ୍ରତିରକ୍ଷା ବ୍ୟବସ୍ଥା ଅନେକ ମିସାଇଲକୁ ଆକାଶରେ ହିଁ ନଷ୍ଟ କରିଦେଇଥିବା ଅନୁମାନ କରାଯାଉଛି ।

Post Views: 12
Share197Tweet123Send
Voice of Victims

Voice of Victims

Recent Posts

  • ଇରାନର ବଡ଼ ଦାବି, ନେତାନ୍ୟାହୁଙ୍କ କାର୍ଯ୍ୟାଳୟ ଉପରେ ମିସାଇଲ୍ ମାଡ଼
  • ଧ୍ୱଂସ ହେବ ଇରାନର ନୌସେନା ଏବଂ ମିସାଇଲ୍ : ମାର୍କୋ ରୁବିଓ
  • ଧ୍ୱଂସ ହେଲା ଇରାନର ସରକାରୀ ଟିଭି କେନ୍ଦ୍ର, ଟିଭି ଚ୍ୟାନେଲ ମୁଖ୍ୟାଳୟ ଉପରେ ଇସ୍ରାଏଲର ବଡ଼ ଧରଣର ଆକ୍ରମଣ
  • ମାର୍ଚ୍ଚ ୨୫ରୁ ହେବ ଶ୍ରୀମନ୍ଦିର ରତ୍ନଭଣ୍ଡାର ଗଣତିମଣତି ! ବୈଠକରେ ନିଷ୍ପତ୍ତି
  • ଚନ୍ଦ୍ରଗ୍ରହଣ ପାଇଁ ଶ୍ରୀମନ୍ଦିରରେ ସ୍ବତନ୍ତ୍ର ନୀତିକାନ୍ତି ଅନୁଷ୍ଠିତ, ରାତିରେ ମହାପ୍ରଭୁଙ୍କ ସୁନା ବେଶ ଦର୍ଶନ କରିବେ ଭକ୍ତ ଶ୍ରଦ୍ଧାଳୁ

Recent Comments

  1. A WordPress Commenter on ଭାରତ ବିରୋଧୀ ବିମର୍ଶ
  • About Us
  • Contact Us

Copyright © 2023.

No Result
View All Result
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା

Copyright © 2023.

Welcome Back!

Login to your account below

Forgotten Password?

Create New Account!

Fill the forms bellow to register

All fields are required. Log In

Retrieve your password

Please enter your username or email address to reset your password.

Log In