• About Us
  • Contact Us
Tuesday, March 3, 2026
  • Login
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା
No Result
View All Result
Home ଦେଶ ବିଦେଶ

ଧ୍ୱଂସ ହେବ ଇରାନର ନୌସେନା ଏବଂ ମିସାଇଲ୍ : ମାର୍କୋ ରୁବିଓ

by Voice of Victims
March 3, 2026
in ଦେଶ ବିଦେଶ, ମୁଖ୍ୟ ଖବର, ସମସ୍ୟା
ଧ୍ୱଂସ ହେବ ଇରାନର ନୌସେନା ଏବଂ ମିସାଇଲ୍ : ମାର୍କୋ ରୁବିଓ

ନୂଆଦିଲ୍ଲୀ : ଧ୍ୱଂସ ହେବ ଇରାନର ନୌସେନା ଏବଂ ମିସାଇଲ୍ । ଇରାନର ମିସାଇଲ୍ ଶକ୍ତିକୁ ଆମେରିକା ଶେଷ କରିବ ବୋଲି କହିଛନ୍ତି ମାର୍କୋ ରୁବିଓ । ଇରାନ ବିରୁଦ୍ଧରେ ଚାଲିଥିବା ସାମରିକ ଅଭିଯାନର ମୁଖ୍ୟ ଲକ୍ଷ୍ୟ ସ୍ପଷ୍ଟ କରିଛନ୍ତି ଆମେରିକା ବିଦେଶ ମନ୍ତ୍ରୀ ମାର୍କୋ ରୁବିଓ । କହିଛନ୍ତି, ଆମେରିକାର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ଇରାନର ଆକ୍ରମଣ କରିବା ଶକ୍ତିକୁ ସମ୍ପୂର୍ଣ୍ଣ ଭାବେ ଧ୍ୱଂସ କରିବା । ଇରାନର ବାଲିଷ୍ଟିକ ମିସାଇଲ୍ କ୍ଷମତା ଏବଂ ସେଗୁଡ଼ିକୁ ତିଆରି କରିବାର ଶକ୍ତିକୁ ସମ୍ପୂର୍ଣ୍ଣ ନଷ୍ଟ କରିଦେବା ଆମେରିକାର ଲକ୍ଷ୍ୟ । ଇରାନର ନୌସେନା ଯେପରି ବିଶ୍ୱ ବାଣିଜ୍ୟ ଏବଂ ଜାହାଜ ଚଳାଚଳ ପାଇଁ ବିପଦ ସୃଷ୍ଟି ନକରେ ତାହା ନିଶ୍ଚିତ କରିବା ମଧ୍ୟ ଆମେରିକାର ଲକ୍ଷ୍ୟ ।

ରୁବିଓ କହିଛନ୍ତି, ଇରାନର ଜନସାଧାରଣ ନିଜ ସରକାରକୁ ହଟାଇ ଏକ ନୂଆ ଭବିଷ୍ୟତ ଗଢ଼ନ୍ତୁ ବୋଲି ଆମେରିକା ଚାହେଁ । କିନ୍ତୁ ବର୍ତ୍ତମାନର ସାମରିକ ମିଶନର ମୁଖ୍ୟ ଲକ୍ଷ୍ୟ ହେଉଛି ଇରାନର ବିପଜ୍ଜନକ ଅସ୍ତ୍ରଶସ୍ତ୍ରକୁ ଶେଷ କରିବା । ଆମେରିକା ଏବଂ ତାର ବନ୍ଧୁ ରାଷ୍ଟ୍ରମାନଙ୍କୁ ଇରାନର ଆକ୍ରମଣରୁ ରକ୍ଷା କରିବା ପାଇଁ ଏହି ପଦକ୍ଷେପ ନିଆଯାଉଛି ବୋଲି କହିଛନ୍ତି ମାର୍କୋ ରୁବିଓ ।

Post Views: 10
Share1Tweet1Send
Voice of Victims

Voice of Victims

Recent Posts

  • ଇରାନର ବଡ଼ ଦାବି, ନେତାନ୍ୟାହୁଙ୍କ କାର୍ଯ୍ୟାଳୟ ଉପରେ ମିସାଇଲ୍ ମାଡ଼
  • ଧ୍ୱଂସ ହେବ ଇରାନର ନୌସେନା ଏବଂ ମିସାଇଲ୍ : ମାର୍କୋ ରୁବିଓ
  • ଧ୍ୱଂସ ହେଲା ଇରାନର ସରକାରୀ ଟିଭି କେନ୍ଦ୍ର, ଟିଭି ଚ୍ୟାନେଲ ମୁଖ୍ୟାଳୟ ଉପରେ ଇସ୍ରାଏଲର ବଡ଼ ଧରଣର ଆକ୍ରମଣ
  • ମାର୍ଚ୍ଚ ୨୫ରୁ ହେବ ଶ୍ରୀମନ୍ଦିର ରତ୍ନଭଣ୍ଡାର ଗଣତିମଣତି ! ବୈଠକରେ ନିଷ୍ପତ୍ତି
  • ଚନ୍ଦ୍ରଗ୍ରହଣ ପାଇଁ ଶ୍ରୀମନ୍ଦିରରେ ସ୍ବତନ୍ତ୍ର ନୀତିକାନ୍ତି ଅନୁଷ୍ଠିତ, ରାତିରେ ମହାପ୍ରଭୁଙ୍କ ସୁନା ବେଶ ଦର୍ଶନ କରିବେ ଭକ୍ତ ଶ୍ରଦ୍ଧାଳୁ

Recent Comments

  1. A WordPress Commenter on ଭାରତ ବିରୋଧୀ ବିମର୍ଶ
  • About Us
  • Contact Us

Copyright © 2023.

No Result
View All Result
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା

Copyright © 2023.

Welcome Back!

Login to your account below

Forgotten Password?

Create New Account!

Fill the forms bellow to register

All fields are required. Log In

Retrieve your password

Please enter your username or email address to reset your password.

Log In