ଇରାନ : ଇରାନର ସର୍ବୋଚ୍ଚ ନେତା ଆୟୋତଲା ଅଲ୍ଲୀ ଖାମେନେଇଙ୍କ ମୃତ୍ୟୁ ନେଇ ସ୍ପଷ୍ଟ କରିଛି ଇରାନ । ଆମେରିକା ଓ ଇସ୍ରାଏଲର ଏୟାର ଷ୍ଟ୍ରାଇକରେ ଖାମେନେଇଙ୍କ ସମେତ ତାଙ୍କ ଜ୍ୱାଇଁ, ଝିଅ ଏବଂ ପତ୍ନୀଙ୍କ ମୃତ୍ୟୁ ହୋଇଥିବା ଇରାନର ପକ୍ଷରୁ କୁହାଯାଇଛି । ଖାମେନେଇ ସହିଦ ହେଲେ ବୋଲି କହିଛି ଇରାନ । ଏପଟେ ଇରାନରେ ୪୦ ଦିନିଆ ରାଷ୍ଟ୍ରୀୟ ଶୋକ ଘୋଷଣା କରାଯାଇଛି । ଜବାବରେ ଇରାନ ଆମେରିକାର ସାମରିକ ବେସ୍ ଓ ମଧ୍ୟପ୍ରାଚ୍ୟର କିଛି ଦେଶ ଉପରେ ମିସାଇଲ୍ ମାଡ଼ କରିଛି ।
ଇରାନର ସର୍ବୋଚ୍ଚ ନେତା ଆୟୋତଲା ଅଲ୍ଲୀ ଖାମେନେଇଙ୍କ ମୃତ୍ୟୁ । ଟ୍ରମ୍ପଙ୍କ ଦାବିକୁ ମାନିଛି ଇରାନ। ଗତକାଲି ଆମେରିକା ଓ ଇସ୍ରାଏଲର ଏୟାର ଷ୍ଟ୍ରାଇକରେ ଖାମେନେଇଙ୍କ ମୃତ୍ୟୁ ହୋଇଥିବା ଇରାନ ପକ୍ଷରୁ କୁହାଯାଇଛି । ଖାମେନେଇ ସହିଦ ହେଲେ ବୋଲି କହିଛି ଇରାନ। ଏପଟେ ଇରାନରେ ୪୦ ଦିନିଆ ରାଷ୍ଟ୍ରୀୟ ଶୋକ ଘୋଷଣା କରାଯାଇଛି । ଏଥିସହ ଖାମେନେଇଙ୍କ ମୃତ୍ୟୁର ବଦଲା ଦିଆଯିବ ବୋଲି IRGC ପକ୍ଷରୁ ଚେତାବନୀ ଦିଆଯାଇଛି ।
ଜବାବରେ ଇରାନ ଆମେରିକାର ସାମରିକ ବେସ୍ ଓ ମଧ୍ୟପ୍ରାଚ୍ୟର କିଛି ଦେଶ ଉପରେ ମିସାଇଲ୍ ମାଡ଼ କରିଛି । ଖାମେନେଇଙ୍କ ମୃତ୍ୟୁ ନେଇ ସୋସିଆଲ ମିଡିଆରେ ଦାବି କରିଥିଲେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ । ଖାମେନେଇଙ୍କ ଇତିହାସର ସବୁଠୁ ନୃଶଂସ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଥିବା କହିଛନ୍ତି ଟ୍ରମ୍ପ। ତେବେ ଖାମେନେଇଙ୍କ ମୃତ୍ୟୁ ସତ୍ତ୍ବେ ହମଲା ଜାରି ରହିବ। ମଧ୍ୟପ୍ରାଚ୍ୟରେ ଶାନ୍ତି ପ୍ରତିଷ୍ଠା ଲକ୍ଷ୍ୟ ହାସଲ ନ ହେବା ଯାଏ ଆକ୍ରମଣ ଚାଲିବ ବୋଲି ଟ୍ରମ୍ପ କହିଛନ୍ତି ।
