• About Us
  • Contact Us
Wednesday, April 1, 2026
  • Login
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା
No Result
View All Result
Home ଦେଶ ବିଦେଶ

ଲେବାନନ୍‌ରେ ଇସ୍ରାଏଲ୍‌ର ଜୋର୍‌ଦାର ଆକ୍ରମଣ

by Voice of Victims
September 24, 2024
in ଦେଶ ବିଦେଶ, ମୁଖ୍ୟ ଖବର
ଲେବାନନ୍‌ରେ ଇସ୍ରାଏଲ୍‌ର ଜୋର୍‌ଦାର ଆକ୍ରମଣ

ନୂଆଦିଲ୍ଲୀ: ଇସ୍ରାଏଲୀ ସେନା ଲେବାନନ୍‌ ଉପରେ ଆକ୍ରମଣକୁ ଜୋର୍‌ଦାର କରିଛି। ସୋମବାର ଏହାର ସବୁଠୁ ଘାତକ ଆକ୍ରମଣରେ ୨୭୪ ଜଣ ନିହତ ହେବା ସହ ୪୦୦ରୁ ଅଧିକ ଆହତ ହୋଇଛନ୍ତି। ଆଗକୁ ହେଜ୍‌ବୋଲ୍ଲା ବିରୋଧରେ ଆହୁରି ଘାତକ ଏୟାରଷ୍ଟ୍ରାଇକ୍‌ ହେବାକୁ ଥିବାରୁ ଲେବାନନ୍‌ର ଦକ୍ଷିଣ ଏବଂ ପୂର୍ବାଞ୍ଚଳରୁ ଲୋକମାନଙ୍କୁ ଘରଦ୍ୱାର ଛାଡ଼ି ପଳାଇଯିବା ପାଇଁ ଇସ୍ରାଏଲ୍‌ ସେନା ସତର୍କ କରିଦେଇଛି। ଦକ୍ଷିଣ ଭାଗରୁ ଅନେକ ହଜାର ଲେବାନିଜ୍‌ ପଳାୟନ କରୁଥିବାରୁ ବେରୁଟ୍‌ ଆଡ଼କୁ ଯାଇଥିବା ମୁଖ୍ୟ ରାଜପଥରେ ଗାଡ଼ି ଜାମ୍‌ ଦେଖିବାକୁ ମିଳିଛି। ୨୦୦୬ର ଇସ୍ରାଏଲ୍‌-ହେଜ୍‌ବୋଲ୍ଲା ଯୁଦ୍ଧ ପରେ ଏହା ସବୁଠୁ ବଡ଼ ଗଣପଳାୟନ।
ଇସ୍ରାଏଲ୍‌ ସେନା ସୋମବାର ୩୦୦ଟି ସ୍ଥାନକୁ ଟାର୍ଗେଟ କରି ଆକ୍ରମଣ କରିଥିବା ଘୋଷଣା କରିଛି। ଇରାନ୍‌ ସମର୍ଥତ୍ତ ହେଜ୍‌ବୋଲ୍ଲା ଆତଙ୍କବାଦୀ ସଂଗଠନର ଅସ୍ତ୍ରାଗାରଗୁଡ଼ିକୁ ଟାର୍ଗେଟ କରାଯାଉଛି। ଦକ୍ଷିଣ ଏବଂ ପୂର୍ବ ବେକା ଭ୍ୟାଲିରେ ଥିବା ଟାଉନ୍‌ଗୁଡ଼ିକର କେତେକ ଆବାସିକ ଅଞ୍ଚଳରେ ଏୟାରଷ୍ଟ୍ରାଇକ୍‌ କରାଯାଇଥିଲା। ବେରୁଟ୍‌ ସୀମାରୁ ୮୦ ମାଇଲ ଦୂର କେନ୍ଦ୍ରୀୟ ଲେବାନନ୍‌ର ଏକ ଜଙ୍ଗଲ ଅଞ୍ଚଳରେ ମଧ୍ୟ ବୋମାମାଡ଼ କରାଯାଇଛି। ହେଜ୍‌ବୋଲ୍ଲା ଆତଙ୍କବାଦୀମାନେ ଅସ୍ତ୍ରଶସ୍ତ୍ର ଠୁଳ କରିଥିବା ଅଞ୍ଚଳରୁ ସାଧାରଣ ଲୋକେ ତୁରନ୍ତ ପଳାଇଯିବାକୁ ଇସ୍ରାଏଲୀ ସେନା ମୁଖପାତ୍ର ଡାନିଏଲ୍‌ ହଗାରି କହିଛନ୍ତି। ଅନ୍ୟପକ୍ଷରେ ହେଜ୍‌ବୋଲ୍ଲା ଗାଲିଲିସ୍ଥିତ ଇସ୍ରାଏଲୀ ସାମରିକ ଘାଟି ଉପରେ ବହୁସଂଖ୍ୟାରେ ରକେଟ ମାଡ଼ କରିଥିବା ଏକ ବିବୃତିରେ କହିଛି। ଏହା ବ୍ୟତୀତ ହାଇଫାରେ ରହିଥିବା ରାଫେଲ୍‌ ପ୍ରତିରକ୍ଷା କାରଖାନାକୁ ଦ୍ୱିତୀୟ ଦିନ ପାଇଁ ହେଜ୍‌ବୋଲ୍ଲା ଟାର୍ଗେଟ କରିଥିଲା। ହେଜ୍‌ବୋଲ୍ଲାର ଶୀର୍ଷ କମାଣ୍ଡରଙ୍କ ସମେତ ଅନେକ ଲଢ଼ୁଆ ନିହତ ହେବା ପରେ ଏହାର ଜବାବ ଦେବାକୁ ଯାଇ ଉକ୍ତ ଆତଙ୍କବାଦୀ ସଂଗଠନ ଉତ୍ତର ଇସ୍ରାଏଲ୍‌ରେ ୧୫୦ରୁ ଅଧିକ ରକେଟ, ମିଶାଇଲ ଏବଂ ଡ୍ରୋନ୍‌ ମାଡ଼ କରିଥିଲା। ଘରଦ୍ୱାର ଛାଡ଼ି ପଳାଇଯିବା ପାଇଁ ଇସ୍ରାଏଲ୍‌ର ଚେତାବନୀ ସତ୍ତ୍ୱେ ଅନେକ ଲୋକ ଏହାର ଟାର୍ଗେଟ ସ୍ଥାନ ନିକଟରେ ରହିଥିବା ଦେଖାଯାଇଛି। ଆକ୍ରମଣ ଓ ପ୍ରତିଆକ୍ରମଣକୁ ନେଇ ଲେବାନନ୍‌ରେ ଯୁଦ୍ଧ ଭୟ ସୃଷ୍ଟି ହୋଇଛି। ସେପଟେ ପାଖାପାଖି ବର୍ଷେ ହେଲା ଇସ୍ରାଏଲୀ ସେନା ଗାଜାରେ ହମାସ୍‌ ବିରୋଧରେ ଯୁଦ୍ଧ ଚଳାଇଛି। ପାଲେଷ୍ଟାଇନ୍‌ ଏବଂ ହମାସ୍‌କୁ ସମର୍ଥନ ଜଣାଇ ହେଜ୍‌ବୋଲ୍ଲା ଏହାର ଆକ୍ରମଣ ଜାରି ରଖିବା ବୋଲି ପ୍ରତିଜ୍ଞା କରିଛି। ଗତ ମଙ୍ଗଳବାର ଏବଂ ବୁଧବାର ହେଜ୍‌ବୋଲ୍ଲା ଯୋଦ୍ଧାମାନଙ୍କୁ ଟାର୍ଗେଟ କରି ହଜାର ହଜାର ପେଜର ଏବଂ ଓ୍ବାକିଟକି ବିସ୍ଫୋରଣ କରାଯାଇଥିଲା। ଏଥିରେ ୨ ପିଲାଙ୍କ ସମେତ ୩୭ ଜଣଙ୍କ ମୃତ୍ୟୁ ଘଟିବା ସହ ୩,୦୦୦ରୁ ଊର୍ଦ୍ଧ୍ୱ ଆହତ ହୋଇଥିଲେ। ଶୁକ୍ରବାର ବେରୁଟ୍‌ରେ ଇସ୍ରାଏଲ୍‌ ଏୟାରଷ୍ଟ୍ରାଇକ୍‌ କରିବାରୁ ବୈଠକରେ ଯୋଗଦେଇଥିବା ହେଜ୍‌ବୋଲ୍ଲାର କେତେଜଣ ବରିଷ୍ଠ ସଦସ୍ୟ ନିହତ ହୋଇଥିଲେ। ଆଗକୁ ଖରାପ ଦିନ ଆସୁଛି ବୋଲି ଇସ୍ରାଏଲ୍‌ ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍‌ ନେତାନ୍ୟାହୁ ସୋମବାର ଦେଶବାସୀଙ୍କୁ ସତର୍କ କରାଇବା ସହ ଏକତା ବଜାୟ ରଖିବାକୁ କହିଛନ୍ତି।

Post Views: 24
Share198Tweet124Send
Voice of Victims

Voice of Victims

Recent Posts

  • ବିଧାୟକ ପଦରୁ ଇସ୍ତଫା ଦେଲେ ନୀତିନ ନବୀନ, ଖାଲି ପଡିଛି ବାଙ୍କିପୁରର ଆସନ
  • ବିଧାନ ପରିଷଦର ସଦସ୍ୟ ପଦରୁ ଇସ୍ତଫା ଦେଲେ ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର, ନୂଆ ମୁଖ୍ୟମନ୍ତ୍ରୀକୁ ନେଇ ସସପେନ୍ସ
  • ବରିଷ୍ଠ ବିଜେଡି ନେତାଙ୍କ ପତ୍ନୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର, ମୃତ୍ୟୁର କାରଣ ଅସ୍ପଷ୍ଟ
  • ଦୁବେଙ୍କ ମାନସିକ ଚିକିତ୍ସା ଆବଶ୍ୟକ, କହିଲେ ନବୀନ ପଟ୍ଟନାୟକ
  • ପୁରୀ ସମୁଦ୍ର ବେଳାଭୂମିରେ ଅଘଟଣ, ବୁଡ଼ିଯାଇ ୨ ପର୍ଯ୍ୟଟକଙ୍କ ମୃତ୍ୟୁ

Recent Comments

  1. A WordPress Commenter on ଭାରତ ବିରୋଧୀ ବିମର୍ଶ
  • About Us
  • Contact Us

Copyright © 2023.

No Result
View All Result
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା

Copyright © 2023.

Welcome Back!

Login to your account below

Forgotten Password?

Create New Account!

Fill the forms bellow to register

All fields are required. Log In

Retrieve your password

Please enter your username or email address to reset your password.

Log In