• About Us
  • Contact Us
Thursday, April 2, 2026
  • Login
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା
No Result
View All Result
Home ଆଞ୍ଚଳିକ ଖବର

ଭୁବନେଶ୍ବରରେ ISRO ଅଧ୍ୟକ୍ଷ ଡକ୍ଟର ଭି. ନାରାୟଣନ୍

by Voice of Victims
May 21, 2025
in ଆଞ୍ଚଳିକ ଖବର, ଦେଶ ବିଦେଶ, ମୁଖ୍ୟ ଖବର
ଭୁବନେଶ୍ବରରେ ISRO ଅଧ୍ୟକ୍ଷ ଡକ୍ଟର ଭି. ନାରାୟଣନ୍

ଭୁବନେଶ୍ବର: ଭୁବନେଶ୍ବରରେ ISRO ଅଧ୍ୟକ୍ଷ ଡକ୍ଟର ଭି. ନାରାୟଣନ୍ । ଆଜି ସକାଳେ ସେଣ୍ଟ୍ରାଲ ଟୁଲରୁମ୍ ଆଣ୍ଡ ଟ୍ରେନିଂ ସେଣ୍ଟର ବା CTTC ପରିଦର୍ଶନ କରିଛନ୍ତି ଇଣ୍ଡିଆନ ସ୍ପେସ ରିସର୍ଚ୍ଚ ଅର୍ଗାନାଇଜେସନ ବା ISRO ଅଧ୍ୟକ୍ଷ ଡକ୍ଟର ଭି. ନାରାୟଣନ୍ । ଏ ଅବସରରେ ସେ ଅପରେସନ ସିନ୍ଦୂରରେ ନିର୍ଦ୍ଦିଷ୍ଟ ଭାବେ ଇସ୍ରୋର ଭୂମିକା ଥିଲା ତାହା ଜଣାଇ ନଥିଲେ ମଧ୍ୟ ଏବେ ଇସ୍ରୋର ୫୬ ସାଟେଲାଇଟ ଅପରେସନାଲ ଅଛି।

ଯାହା ମଧ୍ୟରୁ ଅନେକ ଦେଶର ସୁରକ୍ଷା ପାଇଁ ବ୍ୟବହାର ହେଉଛି ବୋଲି କହିଛନ୍ତି ଇସ୍ରୋ ଅଧ୍ୟକ୍ଷ । ସେ କହିଛନ୍ତ, ଇସ୍ରୋ ଦେଶର ସୀମା ସୁରକ୍ଷା ସହ ଖାଦ୍ୟ ନିରାପତ୍ତା, ଜଳ ନିରାପତ୍ତା, ଟେଲି ଏଜୁକେଶନ, ପାଣିପାଗ ଦିଗରେ ମଧ୍ଯ କାମ କରୁଛି ।

ଏବେ ଇସ୍ରୋ ଚନ୍ଦ୍ରାୟନ ୪ ଓ ଚନ୍ଦ୍ରାୟନ-୫ ଉପରେ କାମ କରୁଛି । ଚନ୍ଦ୍ରାୟନ ୪ ଏକ ସାମ୍ପୁଲ କଲେକ୍ସନ ମିଶନ ଭାବେ ଯିବ । ପ୍ରଥମ ଥର ଲାଗି ଏହି ମିଶନ ଚନ୍ଦ୍ରରୁ ନମୂନା ସଂଗ୍ରହ କରି ଭାରତକୁ ଫେରିବ । ଏହାପରେ ଚନ୍ଦ୍ରାୟନ -୫ ଜାପାନର ଜ୍ୟାକ ସହ ମିଶି ଲଞ୍ଚ କରାଯିବ ।ଚନ୍ଦ୍ରାୟନ-୩ lander ଓଜନ ଥିଲା ୧୬୦୦ କିଲୋଗ୍ରାମ ଓ ସେଥିରୁ ରୋଭାର ଓଜନ ଥିଲା ୨୫ କିଲୋଗ୍ରାମ । ଚନ୍ଦ୍ରାୟନ ୫ ର lander ଓଜନ ୬୪୦୦ କିଲୋ ଓ ରୋଭର୍ ଓଜନ ରହିବ ୩୫୦ କିଲୋ । ଚନ୍ଦ୍ରାୟନ ୩ ର ଜୀବନ କାଳ ଥିଲା ୧୪ ଦିନ, ଚନ୍ଦ୍ରାୟନ ୫ର ଜୀବନ କାଳ ରହିବ ୧୦୦ ଦିନ ।

ସେହିପରି ଗଗନୟାନ ଉପରେ ମଧ୍ଯ କାମ କରୁଛି ଇସ୍ରୋ । ପ୍ରଥମ କ୍ରିୟୁଡ ମିଶନ ଏହି ବର୍ଷ ହେବ । ଏହାପରେ ଆଉ ୨ ଟି କ୍ରିୟୁଡ ମିଶନ ପରେ ୨୦୨୭ ପ୍ରଥମ ତ୍ରୟମାସରେ ସ୍ପେସ ଯାତ୍ରୀଙ୍କୁ ନେଇ ଯିବ । ନାସା ସହଭାଗିତାରେ ଦୁଇଟି ମିଶନ ହେବ ।

ଇସ୍ରୋରେ ତୃତୀୟ ଲଞ୍ଚପ୍ୟାଡ ଓ ଦ୍ୱିତୀୟ ଲାଞ୍ଚ କମ୍ପ୍ଲେଲ୍ସ ବି ବିକାଶ ହେଉଛି । ମହାକାଶରେ ନିଜସ୍ଵ ସ୍ପେସ ଷ୍ଟେସନ୍ ବିକାଶ କରୁଛି ଇସ୍ରୋ । ସ୍ପେସ ଷ୍ଟେସନ୍ ର ଓଜନ୍ ୫୨ ଟନ୍ ରହିବ । ୫ ଥରରେ ପଠାଯିବ ସ୍ପେସ ଷ୍ଟେସନ୍ ର ମଡ୍ୟୁଲ୍ । ୨୦୨୮ରେ ପ୍ରତିଷ୍ଠା ହେବ ପ୍ରଥମ ଭାରତ ସ୍ପେସ ଷ୍ଟେସନ। CTTC ସମେତ ପ୍ରାୟ ୪୫୦ ଶିଳ୍ପ ସହ ସହଭାଗିତା କରିଛି ISRO । ଏହା ସହ ସେ ଓୟୁଟିଆର ପ୍ରରିଭମନ ସହ ନାଇଜର ରେ ପାଳନ ହେବାକୁ ଥିବା ନ୍ୟାସନାଲ ଟେକନୋଲୋଜି ଡେ ରେ ଯୋଗ ଦେଇଛନ୍ତି ।

Post Views: 47
Share198Tweet124Send
Voice of Victims

Voice of Victims

Recent Posts

  • ଖରାକୁ ଦେଖି ରାଜ୍ୟ ସରକାରଙ୍କ ବଡ଼ ନିର୍ଦ୍ଦେଶ, ଆସନ୍ତା କାଲିଠାରୁ ରାଜ୍ୟରେ ସକାଳୁଆ ସ୍କୁଲ
  • ରଣପୁରରେ ଜନଗଣନା ତାଲିମ ଶିବିର ଶେଷ, ୧୯୮ ଜଣଙ୍କୁ ପ୍ରଶିକ୍ଷଣ
  • ରଣପୁରର ବିଭିନ୍ନ ସ୍ଥାନରେ ଗ୍ୟାସ କଳାବଜାରୀ ଉପରେ ଚଢ଼ାଉ
  • ଉତ୍କଳ ଦିବସ ଅବସରରେ ରକ୍ତଦାନ ଶିବିର, ସଂଗ୍ରହ ହେଲା ୧୩୭ ୟୁନିଟ ରକ୍ତ
  • ରାଜ୍ୟରେ ବନ୍ଦ ହେବ LPG, ମିଳିବ PNG ; ମାସେ ଭିତରେ ସାରା ରାଜ୍ୟରେ ଲାଗୁହେବ ନିୟମ

Recent Comments

  1. A WordPress Commenter on ଭାରତ ବିରୋଧୀ ବିମର୍ଶ
  • About Us
  • Contact Us

Copyright © 2023.

No Result
View All Result
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା

Copyright © 2023.

Welcome Back!

Login to your account below

Forgotten Password?

Create New Account!

Fill the forms bellow to register

All fields are required. Log In

Retrieve your password

Please enter your username or email address to reset your password.

Log In