• About Us
  • Contact Us
Wednesday, March 25, 2026
  • Login
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା
No Result
View All Result
Home ମୁଖ୍ୟ ଖବର

୧୧ ରୁ ରାଜ୍ୟରେ ବଢ଼ିବ ଗରମ

by Voice of Victims
March 6, 2024
in ମୁଖ୍ୟ ଖବର, ରାଜ୍ୟ
୧୧ ରୁ ରାଜ୍ୟରେ ବଢ଼ିବ ଗରମ

ଭୁବନେଶ୍ୱର:  ଆସନ୍ତା ୧୧ ତାରିଖରୁ ରାଜ୍ୟରେ ଗରମ ବଢ଼ିବ । କେତେକ ସ୍ଥାନରେ ୧୧ କିମ୍ବା ୧୨ ତାରିଖବେଳକୁ ଦିନ ତାପମାତ୍ରା ୩୮-୩୯ ଡିଗ୍ରୀ ସେଲସିୟସ୍‌ ଛୁଇଁପାରେ । ତେବେ ବୁଧବାର ୬ ତାରିଖ ସୁନ୍ଦରଗଡ଼, କେନ୍ଦୁଝର, ମୟୂରଭଞ୍ଜ, ଝାରସୁଗୁଡ଼ାରେ ଘଡ଼ଘଡ଼ି ସହ ହାଲୁକା ବର୍ଷା ହୋଇପାରେ । ୭ରେ ଉତ୍ତର ଉପକୂଳ ସହ କେନ୍ଦୁଝର, ମୟୂରଭଞ୍ଜ, ସୁନ୍ଦରଗଡ଼, ଦେବଗଡ଼, ପୁରୀ, ଖୋର୍ଦ୍ଧାରେ ବର୍ଷା ସମ୍ଭାବନା ଅଛି । ୮ରେ କଟକ, ଭଦ୍ରକ, କେନ୍ଦ୍ରାପଡ଼ା, ଜଗତସିଂହପୁର, ପୁରୀ, ଖୋର୍ଦ୍ଧା, ଗଞ୍ଜାମ, କନ୍ଧମାଳରେ ହାଲୁକା ବର୍ଷା ହୋଇପାରେ । ୯ରୁ ପାଗ ଶୁଖିଲା ରହିବ । ଆସନ୍ତା ୩-୪ ଦିନ ପର୍ୟ୍ୟନ୍ତ ତାପମାତ୍ରାରେ ବିଶେଷ ପରିବର୍ତ୍ତନ ସମ୍ଭାବନା ନାହିଁ । ପୂର୍ବାନୁମାନ ଅନୁସାରେ ଆସନ୍ତା ୫ ଦିନ ପର୍ୟ୍ୟନ୍ତ ଭୁବନେଶ୍ୱର ସମେତ ଉପକୂଳ ଅଞ୍ଚଳରେ ସର୍ବାଧିକ ତାପମାତ୍ରା ପ୍ରାୟତଃ ଅପରିବର୍ତ୍ତିତ ରହିବ । ଆଭ୍ୟନ୍ତରୀଣ ଓଡ଼ିଶାରେ ୧୦ ତାରିଖ ଯାଏ ତାପମାତ୍ରା ଧୀରେଧୀରେ ବଢ଼ିବ । ଦକ୍ଷିଣ ଆଭ୍ୟନ୍ତରୀଣରେ ୧୧ କିମ୍ବା ୧୨ ତାରିଖରେ ଗରମ ରହିବ, ଯାହାକି ପରବର୍ତ୍ତୀ ୫ ଦିନ ଯାଏ ଚାଲୁ ରହିପାରେ । ନୂଆପଡ଼ା, ବଲାଙ୍ଗୀର, ସୋନପୁର, ମାଲକାନଗିରି, ଗୁଣୁପୁର, ପାରଳାଖେମୁଣ୍ଡି ଆଦି ସ୍ଥାନରେ ତାପମାତ୍ରା ୩୮ରୁ ୩୯ ଡିଗ୍ରୀ ରହିପାରେ । ଉପକୂଳ ଓ ଉତ୍ତର ଆଭ୍ୟନ୍ତରୀଣରେ ତାପମାତ୍ରା କମ୍‌ ବଢ଼ିବ । କେନ୍ଦ୍ରୀୟ ଓଡ଼ିଶାରେ ତାପମାତ୍ରା ମଧ୍ୟମ ଧରଣର ବଢ଼ିପାରେ । ୭ରୁ ୯ ତାରିଖ ଭିତରେ ଭୁବନେଶ୍ୱର, ଖୋର୍ଦ୍ଧା, କଟକ, ପୁରୀ, ଖୋର୍ଦ୍ଧାରେ କିଛି କିଛି ବର୍ଷା ହୋଇପାରେ । ତାପମାତ୍ରା ବଢ଼ିବାର ଆଶଙ୍କା ଥିବାରୁ ଗୃହପାଳିତ ପଶୁପକ୍ଷୀଙ୍କ ଯତ୍ନ ନେବାକୁ ଡ. ପଶୁପାଳକ ପରାମର୍ଶ ଦେଇଛନ୍ତି । ଦକ୍ଷିଣ ଓ ଆଭ୍ୟନ୍ତରୀଣ ଓଡ଼ିଶାରେ ଗରମ ପ୍ରକୋପ ଅଧିକ ରହିଛି । 

Post Views: 35
Share198Tweet124Send
Voice of Victims

Voice of Victims

Recent Posts

  • ଦିଲ୍ଲୀ ବିଧାନସଭାକୁ ମିଳିଲା ବୋମା ଧମକ, ମୋଦି ଓ ଅମିତ ଶାହଙ୍କୁ ଟାର୍ଗେଟ୍ !
  • ଥାନା ଭିତରେ ରକ୍ତ ଛିଟା, ଦୁଇ ପରିବାରର ଜାଗା ବାଡ଼ିକୁ ନେଇ ପୋଲିସ ଉପସ୍ଥିତିରେ ମାରପିଟ୍
  • ଭୁଲ ଇଞ୍ଜେକ୍ସନ ପାଇଁ ଶିଶୁ ମୃତ୍ୟୁ ଅଭିଯୋଗ, କ୍ୟାପିଟାଲ ହସ୍ପିଟାଲରେ ଉତ୍ତେଜନା
  • କାଲିଠୁ ରତ୍ନଭଣ୍ଡାର ଅଳଙ୍କାର ଗଣତି ମଣତି ଆରମ୍ଭ, ଏସଓପି ଆଧାରରେ ସମସ୍ତ କାର୍ଯ୍ୟ ସୁରୁଖୁରୁରେ କରାଯିବ
  • ଜଳିଗଲା ୨ ବଖରା ଛପର ଘର, ଲୋକମାନଙ୍କର ଉଡିଗଲା ହୋସ !

Recent Comments

  1. A WordPress Commenter on ଭାରତ ବିରୋଧୀ ବିମର୍ଶ
  • About Us
  • Contact Us

Copyright © 2023.

No Result
View All Result
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା

Copyright © 2023.

Welcome Back!

Login to your account below

Forgotten Password?

Create New Account!

Fill the forms bellow to register

All fields are required. Log In

Retrieve your password

Please enter your username or email address to reset your password.

Log In