• About Us
  • Contact Us
Thursday, February 12, 2026
  • Login
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା
No Result
View All Result
Home ଦେଶ ବିଦେଶ

ଲାଲକିଲ୍ଲା ବିସ୍ଫୋରଣ ପଛରେ ଜୈଶ-ଏ-ମହମ୍ମଦର ହାତ, ଜାତିସଂଘ ରିପୋର୍ଟରେ ଖୁଲାସା

by Voice of Victims
February 12, 2026
in ଦେଶ ବିଦେଶ, ମୁଖ୍ୟ ଖବର, ସମସ୍ୟା
ଲାଲକିଲ୍ଲା ବିସ୍ଫୋରଣ ପଛରେ ଜୈଶ-ଏ-ମହମ୍ମଦର ହାତ, ଜାତିସଂଘ ରିପୋର୍ଟରେ ଖୁଲାସା

ନୂଆଦିଲ୍ଲୀ : ଲାଲକିଲ୍ଲା ନିକଟରେ ହୋଇଥିବା ଭୟଙ୍କର ବିସ୍ଫୋରଣର ଯାଞ୍ଚରେ ଏକ ବଡ଼ ଖୁଲାସା ହୋଇଛି । ୩୭ତମ ଜାତିସଂଘ ରିପୋର୍ଟରେ ଦିଲ୍ଲୀ ଲାଲକିଲ୍ଲା ଆକ୍ରମଣରେ ଜୈଶ-ଏ-ମହମ୍ମଦର ହାତ ଥିବା ସୂଚନା ମିଳିଛି । ଗତ ବର୍ଷ ନଭେମ୍ବର ୧୦ ତାରିଖରେ ଏହି ଆକ୍ରମଣରେ ୧୫ ଜଣଙ୍କର ମୃତ୍ୟୁ ହୋଇଥିଲା । ସେତେବେଳେ ଜୈଶ ଏହି ଆକ୍ରମଣ ପାଇଁ ଦାୟୀ ବୋଲି ଦାବି କରିଥିଲା । ୩୭ତମ ଜାତିସଂଘ ରିପୋର୍ଟରେ ମସୁଦ ଆଝାରର ନୂତନ ଶାଖା ଜମାତ-ଉଲ-ମୁମିନାତ ବିଷୟରେ ମଧ୍ୟ ଉଲ୍ଲେଖ ରହିଛି ।

ରିପୋର୍ଟ ଅନୁଯାୟୀ, ନଭେମ୍ବର ୧୦ ତାରିଖରେ ନୂଆଦିଲ୍ଲୀର ଲାଲକିଲ୍ଲା ନିକଟରେ ହୋଇଥିବା ଆକ୍ରମଣରେ ୧୫ ଜଣ ଲୋକ ପ୍ରାଣ ହରାଇଥିଲେ । ଏହାକୁ ନେଇ ଜାତିସଂଘର ରିପୋର୍ଟରେ କୁହାଯାଇଛି ଯେ, ଗୋଟିଏ ସଦସ୍ୟ ଦେଶ ରିପୋର୍ଟ କରିଛି ଯେ, ଜୈଶ-ଏ-ମହମ୍ମଦ ଏହି ଆକ୍ରମଣ ପାଇଁ ଦାୟୀ ।

ଭାରତ ଦାବି କରିଛି ଯେ, ଜୈଶ-ଏ-ମହମ୍ମଦ ଏବେ ବି ସକ୍ରିୟ ଏବଂ ଅଞ୍ଚଳରେ ଆତଙ୍କବାଦୀ କାର୍ଯ୍ୟକଳାପରେ ଲିପ୍ତ ରହିଛି, ଯେତେବେଳେ ପାକିସ୍ତାନ ଏହି ସଂଗଠନକୁ ନିଷ୍କ୍ରିୟ ବୋଲି ବର୍ଣ୍ଣନା କରିଛି । ରିପୋର୍ଟରେ ଏହା ମଧ୍ୟ କୁହାଯାଇଛି ଯେ ଜୈଶ ମୁଖ୍ୟ ମାସୁଦ ଆଝାର ଅକ୍ଟୋବର ୮ ତାରିଖରେ ଏକ ପୃଥକ ମହିଳା ଶାଖା ଗଠନ ଘୋଷଣା କରିଥିଲେ, ଏହାକୁ ଜମାତ-ଉଲ-ମୁମିନାତ ନାମ ଦେଇଥିଲେ । ତେବେ ଜାତିସଂଘର ଏହି ନୂତନ ରିପୋର୍ଟ ସୀମାପାର ଆତଙ୍କବାଦ ଓ ଅଞ୍ଚଳୀୟ ସୁରକ୍ଷାକୁ ନେଇ ପୁନର୍ବାର ଗୁରୁତର ପ୍ରଶ୍ନ ଉଠାଇଛି ।

Post Views: 9
Share197Tweet123Send
Voice of Victims

Voice of Victims

Recent Posts

  • ଲାଲକିଲ୍ଲା ବିସ୍ଫୋରଣ ପଛରେ ଜୈଶ-ଏ-ମହମ୍ମଦର ହାତ, ଜାତିସଂଘ ରିପୋର୍ଟରେ ଖୁଲାସା
  • ୩ ମାସ ଭିତରେ ଶେଷ କର ପୁରୀ ଶ୍ରୀମନ୍ଦିର ରତ୍ନଭଣ୍ଡାର ଗଣତି ମଣତି: ହାଇକୋର୍ଟଙ୍କ ନିର୍ଦ୍ଦେଶ
  • ପ୍ରକାଶ ପାଇଲା OTET-୨୦୨୫ ରେଜଲ୍ଟ, ମୋଟ୍‌ ୧ ଲକ୍ଷ ୬ ହଜାର ୪୧ ପରୀକ୍ଷାର୍ଥୀ ଉତ୍ତୀର୍ଣ୍ଣ
  • ଜିଲ୍ଲା ସ୍ତରୀୟ ପାଠଚକ୍ର ଉଦଘାଟିତ: ଶିକ୍ଷାରେ ନବଚେତନାର ସ୍ପନ୍ଦନ, ଡାଇଏଟ୍‌ ରାଜସୁନାଖଳାରେ ପାଠଚକ୍ର ଉଦଘାଟିତ, ଶିକ୍ଷକମାନଙ୍କ ନବଚିନ୍ତନର ମଞ୍ଚ
  • ୧୨ ଫେବୃଆରୀ ସାଧାରଣ ଧର୍ମଘଟକୁ ରଣପୁରରେ ଦୃଢ଼ ସମର୍ଥନ

Recent Comments

  1. A WordPress Commenter on ଭାରତ ବିରୋଧୀ ବିମର୍ଶ
  • About Us
  • Contact Us

Copyright © 2023.

No Result
View All Result
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା

Copyright © 2023.

Welcome Back!

Login to your account below

Forgotten Password?

Create New Account!

Fill the forms bellow to register

All fields are required. Log In

Retrieve your password

Please enter your username or email address to reset your password.

Log In