• About Us
  • Contact Us
Saturday, March 21, 2026
  • Login
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା
No Result
View All Result
Home ଆଞ୍ଚଳିକ ଖବର

ଜୟଦେବ ଜେନାଙ୍କୁ ହତ୍ୟା ଧମକ, ଭୁବନେଶ୍ୱର ଆସିଲେ ଜୀବନରୁ ମାରିଦେବୁ

by Voice of Victims
March 21, 2026
in ଆଞ୍ଚଳିକ ଖବର, ମୁଖ୍ୟ ଖବର, ସମସ୍ୟା
ଜୟଦେବ ଜେନାଙ୍କୁ ହତ୍ୟା ଧମକ, ଭୁବନେଶ୍ୱର ଆସିଲେ ଜୀବନରୁ ମାରିଦେବୁ

ଭୁବନେଶ୍ବର: ପୂର୍ବତନ ପିସିସି ସଭାପତି ଜୟଦେବ ଜେନାଙ୍କୁ ହତ୍ୟା ଧମକ । ଭୁବନେଶ୍ୱର ଆସିଲେ ଜୀବନରୁ ମାରିଦେବାକୁ ଧମକ ଦେଲେ ଦୁର୍ବୃତ୍ତ । ମାର୍ଚ୍ଚ ୯ ତାରିଖରୁ ଆସିଥିଲା ହତ୍ୟା ଧମକ । ଏନେଇ ପୂର୍ବତନ ପିସିସି ସଭାପତି ଜୟଦେବ ଜେନା କେନ୍ଦୁଝର ନନ୍ଦିପଦା ଥାନାରେ ଅଭିଯୋଗ କରିଛନ୍ତି । ହତ୍ୟାଧମକକୁ ନେଇ ମୁଖ୍ୟମନ୍ତ୍ରୀ, ପୋଲିସ ଡିଜି ଏବଂ କେନ୍ଦୁଝର ଏସପିଙ୍କୁ ମଧ୍ୟ ଜଣାଇଛନ୍ତି । ତେବେ ଏପର୍ଯ୍ୟନ୍ତ କୌଣସି କାର୍ଯ୍ୟାନୁଷ୍ଠାନ ହୋଇନି ବୋଲି ଅଭିଯୋଗ କରିଛନ୍ତି ପୂର୍ବତନ ମନ୍ତ୍ରୀ ଜୟଦେବ ଜେନା । ପୂର୍ବରୁ ମଧ୍ୟ ୨୦୨୫ ରେ ଏଭଳି ଢଙ୍ଗରେ ଜୟଦେବ ଜେନାଙ୍କୁ ହତ୍ୟା ଧମକ ଆସିଥିଲା ।

ବରିଷ୍ଠ ବିଜେଡି ନେତା ତଥା ପୂର୍ବତନ ମନ୍ତ୍ରୀ ପ୍ରତାପ ଜେନାଙ୍କ ଘରେ ଯୁବକଙ୍କ ହଙ୍ଗାମା । ଭୁବନେଶ୍ବରରେ ପ୍ରତାପ ଜେନାଙ୍କ ପରିବାର ରହୁଥିବା ଘରକୁ ଗତ ରାତିରେ ୧୫ରୁ ୨୦ ଜଣ ମଦ୍ୟପ ଗୁଣ୍ଡା ଜବରଦସ୍ତ ପଶି ଥିବା ଅଭିଯୋଗ ହୋଇଛି । ଯୁବକମାନେ ସୁରକ୍ଷାକର୍ମୀଙ୍କ ମୁଣ୍ଡରେ ବନ୍ଧୁକ ରଖି ଧମକ ଦେଇଥିଲେ । ଘର କର୍ମଚାରୀଙ୍କୁ ଅଶ୍ଳୀଳ ଭାଷାରେ ଗାଳି ଦେବା ସହ ମାଡ଼ ମାରିଥିଲେ । ଏହା କେବଳ ଆକ୍ରମଣ ନୁହେଁ । ଏହା ସଶସ୍ତ୍ର ଆତଙ୍କ । ଯେଉଁ ବିଜେଡି ବିଧାୟକ ଲୋକଙ୍କ ବିଶ୍ବାସ ଓ ନିଜ ଦଳକୁ ଟଙ୍କା ପାଇଁ ବିକ୍ରି କଲେ ସେ ବ୍ୟକ୍ତି ଏବେ ସଶସ୍ତ୍ର ଗୁଣ୍ଡା ପଠାଇ ସତ୍ୟର ସ୍ବରକୁ ଦବାଇବାକୁ ଚାହୁଁଛନ୍ତି ।

ଏ ଉଭୟ ଅପକର୍ମକୁ ଇତିହାସ କ୍ଷମା କରିବ ନାହିଁ ବୋଲି କହିଛନ୍ତି ପ୍ରତାପ ଜେନା । ତୁରନ୍ତ ଦୋଷୀଙ୍କୁ ଗିରଫ କରିବା ପାଇଁ ଦାବି କରିଛନ୍ତି । ରାଜଧାନୀ ସହରରେ ଖୋଲାଖୋଲି ବନ୍ଧୁକ ଦେଖାଇ ଆତଙ୍କ ସୃଷ୍ଟି ହୋଇଛି । ଏହି ଘଟଣାରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଓ ପୋଲିସ ଡିଜି ୱାଇ ବି ଖୁରାନିଆ ତୁରନ୍ତ କାର୍ଯ୍ୟାନୁଷ୍ଠାନ ନେବାକୁ ସେ କହିଛନ୍ତି । ଏହି ଘଟଣା ପରେ ପ୍ରତାପଙ୍କ ଘରେ ସୁରକ୍ଷା ବ୍ୟବସ୍ଥାକୁ ବଢ଼ାଇ ଦିଆଯାଇଛି । ବ୍ୟାପକ ପୋଲିସ ମୁତୟନ କରାଯାଇଛି ।

Post Views: 10
Share197Tweet123Send
Voice of Victims

Voice of Victims

Recent Posts

  • କାର୍ ପାର୍ଟସ୍ କାରଖାନାରେ ଭୟଙ୍କର ନିଆଁ, ୧୦ ମୃତ୍ୟୁ, ୫୯ ଆହତ
  • ଇରାନର ନତାଞ୍ଜ ପରମାଣୁ କେନ୍ଦ୍ର ଉପରେ ଆକ୍ରମଣ, ଆମେରିକା-ଇସ୍ରାଏଲ କଲେ ବୋମାବର୍ଷା
  • ଜୟଦେବ ଜେନାଙ୍କୁ ହତ୍ୟା ଧମକ, ଭୁବନେଶ୍ୱର ଆସିଲେ ଜୀବନରୁ ମାରିଦେବୁ
  • ଖୁବଶୀଘ୍ର ହୋଇପାରେ ସକାଳୁଆ ସ୍କୁଲ, ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀଙ୍କ ସୂଚନା
  • ଆସନ୍ତା ୭ ଦିନ ଯାଏଁ ରାଜ୍ୟରେ କାଳବୈଶାଖୀ ବର୍ଷା, ୧୦ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି

Recent Comments

  1. A WordPress Commenter on ଭାରତ ବିରୋଧୀ ବିମର୍ଶ
  • About Us
  • Contact Us

Copyright © 2023.

No Result
View All Result
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା

Copyright © 2023.

Welcome Back!

Login to your account below

Forgotten Password?

Create New Account!

Fill the forms bellow to register

All fields are required. Log In

Retrieve your password

Please enter your username or email address to reset your password.

Log In