• About Us
  • Contact Us
Thursday, April 2, 2026
  • Login
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା
No Result
View All Result
Home ଦେଶ ବିଦେଶ

JEE ଆଡଭାନ୍ସ ୨୦୨୫ ରେଜଲ୍ଟ ପ୍ରକାଶିତ, ରଜିତ ଗୁପ୍ତା ସର୍ବଭାରତୀୟ ଟପ୍ପର

by Voice of Victims
June 2, 2025
in ଦେଶ ବିଦେଶ, ମୁଖ୍ୟ ଖବର, ରାଜ୍ୟ
JEE ଆଡଭାନ୍ସ ୨୦୨୫ ରେଜଲ୍ଟ ପ୍ରକାଶିତ, ରଜିତ ଗୁପ୍ତା ସର୍ବଭାରତୀୟ ଟପ୍ପର

ନୂଆଦିଲ୍ଲୀ: JEE ଆଡଭାନ୍ସ ରେଜଲ୍ଟ ପ୍ରକାଶିତ ହୋଇଛି । ଚଳିତବର୍ଷ ପରୀକ୍ଷାର ଆୟୋଜନ ଆଇଆଇଟି କାନପୁରରେ ହୋଇଥିଲା । ପରୀକ୍ଷାର୍ଥୀ ନିଜର ରେଜଲ୍ଟ ଅଫିସିଆଲ ୱେବସାଇଟ jeeadv.ac.in କୁ ଯାଇ ଚେକ୍ କରିପାରିବେ । ରଜିତ ଗୁପ୍ତା ଚଳିତବର୍ଷ ଅଲ ଇଣ୍ଡିଆ ରାଙ୍କ ୧ ହାସଲ କରି ସମଗ୍ର ଦେଶରେ ଟପର ହୋଇଛନ୍ତି । ତାଙ୍କ ସହିତ କୋଟାର ଅନ୍ୟ ୪ ଜଣ ଛାତ୍ର ଟପର ରହିଛନ୍ତି । ଆଇଆଇଟି ଦିଲ୍ଲୀ ଜୋନର ରଜିତ ଟପ୍ପର ହୋଇଛନ୍ତି ।

ଚଳିତବର୍ଷ ଜେଇଇ ଆଡଭାନ୍ସ ପରୀକ୍ଷା ୧୮ ମଇରେ ଦେଶର ୨୨୪ ପରୀକ୍ଷା ସେଣ୍ଟରରେ ଆୟୋଜିତ ହୋଇଥିଲା । ପରୀକ୍ଷାରେ ମୋଟ ୩୬୦ ମାର୍କର ପ୍ରଶ୍ନପତ୍ର ରହିଥିଲା । ଚଳିତବର୍ଷ ୧.୮୭ ଲକ୍ଷ ଛାତ୍ରଛାତ୍ରୀ ପରୀକ୍ଷା କରିଥିଲେ । ସେଥିରୁ ପାସ୍ କରିଛନ୍ତି ୫୪,୩୭୮ ।

କୋଟାରେ କୋଚିଂ ନେଉଥିବା ରଜିତ ୩୬୦ରୁ ୩୩୨ ମାର୍କ ରଖିଛନ୍ତି । ଦ୍ୱିତୀୟ ସ୍ଥାନରେ ଆଇଆଇଟି  ଦିଲ୍ଲୀ ଜୋନ୍‌ର ସକ୍ଷମ ଜିନ୍ଦଲ ରହିଛନ୍ତି । ତୃତୀୟ ସ୍ଥାନରେ ଆଇଆଇଟି ବମ୍ବେ ଜୋନ୍‌ର ମାଜିଦ ମୁଜାହିତ, ଚତୁ୍ର୍ଥରେ ପାର୍ଥ ମନ୍ଦର ରହିଛନ୍ତି । ଦେବଦତ୍ତା ମାଝୀ ୧୬ତମ ରାଙ୍କ ହାସଲ କରି ଛାତ୍ରୀଙ୍କ ମଧ୍ୟରେ ଶୀର୍ଷ ସ୍ଥାନ ହାସଲ କରିଛନ୍ତି । ଜେଇଇ ଆଡଭାନ୍ସ କମନ୍ ରାଙ୍କ ଲିଷ୍ଟ (ସିଆରଏଲ) ଶୀର୍ଷ ୧୫ରେ ସମସ୍ତେ ଛାତ୍ର ରହିଛନ୍ତି।

ଚଳିତ ବର୍ଷ ପ୍ରତି ବିଷୟ ଏବଂ ମୋଟ ଜେଇଇ ଆଡଭାନ୍ସ କଟଅପ କିମିଛି । ସାଧାରଣ ରାଙ୍କ ପାଇଁ ୨୦.୫୬ ପ୍ରତିଶତ, ଜେନେରାଲ-ଇଡବଲ୍ୟୁଏସ ରାଙ୍ ଲିଷ୍ଟ ଓ ଓବିସି-ଏନସିଏଲ ପାଇଁ ୧୮.୫୦ ପ୍ରତିଶତ ରହିଛି । ସେହିପରି ଏସସି, ଏସଟି ଓ ପିଡବ୍ଲ୍ୟୁ ପାଇଁ ରାଙ୍କ ୧୦.୨୮ ପ୍ରତିଶତ ରହିଛି ।

Post Views: 49
Share199Tweet124Send
Voice of Victims

Voice of Victims

Recent Posts

  • ଖରାକୁ ଦେଖି ରାଜ୍ୟ ସରକାରଙ୍କ ବଡ଼ ନିର୍ଦ୍ଦେଶ, ଆସନ୍ତା କାଲିଠାରୁ ରାଜ୍ୟରେ ସକାଳୁଆ ସ୍କୁଲ
  • ରଣପୁରରେ ଜନଗଣନା ତାଲିମ ଶିବିର ଶେଷ, ୧୯୮ ଜଣଙ୍କୁ ପ୍ରଶିକ୍ଷଣ
  • ରଣପୁରର ବିଭିନ୍ନ ସ୍ଥାନରେ ଗ୍ୟାସ କଳାବଜାରୀ ଉପରେ ଚଢ଼ାଉ
  • ଉତ୍କଳ ଦିବସ ଅବସରରେ ରକ୍ତଦାନ ଶିବିର, ସଂଗ୍ରହ ହେଲା ୧୩୭ ୟୁନିଟ ରକ୍ତ
  • ରାଜ୍ୟରେ ବନ୍ଦ ହେବ LPG, ମିଳିବ PNG ; ମାସେ ଭିତରେ ସାରା ରାଜ୍ୟରେ ଲାଗୁହେବ ନିୟମ

Recent Comments

  1. A WordPress Commenter on ଭାରତ ବିରୋଧୀ ବିମର୍ଶ
  • About Us
  • Contact Us

Copyright © 2023.

No Result
View All Result
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା

Copyright © 2023.

Welcome Back!

Login to your account below

Forgotten Password?

Create New Account!

Fill the forms bellow to register

All fields are required. Log In

Retrieve your password

Please enter your username or email address to reset your password.

Log In