• About Us
  • Contact Us
Wednesday, March 18, 2026
  • Login
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା
No Result
View All Result
Home ଆଞ୍ଚଳିକ ଖବର

ଉଲ୍ଲାସ ସାକ୍ଷରତା ପରୀକ୍ଷା ରଣପୁର ବ୍ଲକରେ ସଫଳତାର ସହ ଅନୁଷ୍ଠିତ

by Voice of Victims
March 18, 2026
in ଆଞ୍ଚଳିକ ଖବର, ମୁଖ୍ୟ ଖବର, ସମସ୍ୟା
ଉଲ୍ଲାସ ସାକ୍ଷରତା ପରୀକ୍ଷା ରଣପୁର ବ୍ଲକରେ ସଫଳତାର ସହ ଅନୁଷ୍ଠିତ

ରଣପୁର, ୧୭/୦୩ : ରାଷ୍ଟ୍ରୀୟ ମୁକ୍ତ ବିଶ୍ୱ ବିଦ୍ୟାଳୟ ସଂସ୍ଥାନ ଦ୍ୱାରା ପରିଚାଳିତ “ଉଲ୍ଲାସ : ନବ ଭାରତ ସାକ୍ଷରତା କାର୍ଯ୍ୟକ୍ରମ” ଅଧୀନରେ ମୌଳିକ ସାକ୍ଷରତା ପରୀକ୍ଷା ରଣପୁର ବ୍ଲକର ବିଭିନ୍ନ କେନ୍ଦ୍ରରେ ଶୃଙ୍ଖଳାବଦ୍ଧ ଓ ସୁଚାରୁ ଭାବେ ଅନୁଷ୍ଠିତ ହୋଇଯାଇଛି । ଏହି ପରୀକ୍ଷାର ଦ୍ୱିତୀୟ ପର୍ଯ୍ୟାୟରେ ପ୍ରାୟ ୪ ହଜାରରୁ ଅଧିକ ପରୀକ୍ଷାର୍ଥୀ ଅଂଶଗ୍ରହଣ କରିଥିବା ବେଳେ, ୧୫ ବର୍ଷରୁ ଉର୍ଦ୍ଧ ବୟସର ପୁରୁଷ ଓ ମହିଳାମାନେ ଉତ୍ସାହର ସହ ପରୀକ୍ଷା ଦେଇଥିଲେ । ସାକ୍ଷରତା ଦିଗରେ ଏହା ଏକ ସକାରାତ୍ମକ ପଦକ୍ଷେପ ବୋଲି ସ୍ଥାନୀୟ ଶିକ୍ଷାମଣ୍ଡଳୀ ମତ ପ୍ରକାଶ କରିଛନ୍ତି ।

ପରୀକ୍ଷା କେନ୍ଦ୍ର ଭାବେ ନିର୍ଦ୍ଧାରିତ ବିଭିନ୍ନ ବିଦ୍ୟାଳୟରେ ପ୍ରଧାନ ଶିକ୍ଷକ ଓ ଶିକ୍ଷୟତ୍ରୀମାନଙ୍କ ତତ୍ୱାବଧାନରେ ସହକାରୀ ଶିକ୍ଷକ ଓ ଶିକ୍ଷୟତ୍ରୀମାନେ ନିରୀକ୍ଷକ ଭାବେ ଦାୟିତ୍ୱ ନିର୍ବାହ କରିଥିଲେ । ପରୀକ୍ଷା ପରିଚାଳନାରେ ଶୃଙ୍ଖଳା ଓ ସୁବ୍ୟବସ୍ଥା ଦେଖାଯାଇଥିଲା । ଏହି ଅବସରରେ ବ୍ଲକ ଶିକ୍ଷା ଅଧିକାରୀ, ଅତିରିକ୍ତ ବ୍ଲକ ଶିକ୍ଷା ଅଧିକାରୀ ଓ ସମସ୍ତ ସାଧନ କେନ୍ଦ୍ର ସଂଯୋଜକମାନେ ବିଭିନ୍ନ ପରୀକ୍ଷା କେନ୍ଦ୍ରକୁ ପରିଦର୍ଶନ କରି ପରୀକ୍ଷାର ନିର୍ବିଘ୍ନ ଚାଳନା ଉପରେ ପର୍ଯ୍ୟବେକ୍ଷଣ କରିଥିଲେ । ଏହି “ଉଲ୍ଲାସ” କାର୍ଯ୍ୟକ୍ରମ ମାଧ୍ୟମରେ ଅସାକ୍ଷର ଲୋକଙ୍କୁ ସାକ୍ଷର କରିବା ଦିଗରେ ଏହି ପରୀକ୍ଷା ଏକ ମାଇଲଷ୍ଟୋନ ଭାବେ ଗ୍ରହଣ କରାଯାଇଛି । ଏହା ନବ ଭାରତ ଗଠନରେ ଶିକ୍ଷାର ଭୂମିକାକୁ ଆଉ ମଜବୁତ କରିବ ବୋଲି ମତ ପ୍ରକାଶ ପାଇଛି ।

Post Views: 12
Share197Tweet123Send
Voice of Victims

Voice of Victims

Recent Posts

  • ଆଜି ବନକ ଲାଗି ନୀତି, ୪ଘଣ୍ଟା ଦର୍ଶନ ବନ୍ଦ
  • ଶ୍ରୀମନ୍ଦିର ନୀଳଚକ୍ର ଉପରେ ପୁଣି ବସିଲା ଚିଲ, ଶୁଭ କି ଅଶୁଭ ନେଇ ନାନା ଚର୍ଚ୍ଚା
  • ୧୨,୦୦୦ ରୁ ଅଧିକ ଚଢାଉ: ୧୫,୦୦୦ ରୁ ଅଧିକ ଏଲପିଜି ସିଲିଣ୍ଡର ଜବତ
  • ଉଲ୍ଲାସ ସାକ୍ଷରତା ପରୀକ୍ଷା ରଣପୁର ବ୍ଲକରେ ସଫଳତାର ସହ ଅନୁଷ୍ଠିତ
  • ପୁରୀ ବାଲାଜୀ ମନ୍ଦିରରେ ମାଗଣା ବ୍ରତୋପନୟନ, 2 ରାଜ୍ୟର 7 ଜଣ ହେଲେ ବ୍ରହ୍ମଚାରୀ

Recent Comments

  1. A WordPress Commenter on ଭାରତ ବିରୋଧୀ ବିମର୍ଶ
  • About Us
  • Contact Us

Copyright © 2023.

No Result
View All Result
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା

Copyright © 2023.

Welcome Back!

Login to your account below

Forgotten Password?

Create New Account!

Fill the forms bellow to register

All fields are required. Log In

Retrieve your password

Please enter your username or email address to reset your password.

Log In