• About Us
  • Contact Us
Friday, March 27, 2026
  • Login
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା
No Result
View All Result
Home ବିଶେଷ ପୃଷ୍ଠା

ଆଗାମୀ ୧୦୦ ଦିନ ପାଇଁ ଯୋଜନା ଗୁଡିକର ଅଗ୍ରଗତି ସମ୍ପର୍କରେ ସମୀକ୍ଷା କଲେ ଜୁଏଲ ଓରାମ

by Voice of Victims
July 18, 2024
in ବିଶେଷ ପୃଷ୍ଠା, ମୁଖ୍ୟ ଖବର, ରାଜ୍ୟ
ଆଗାମୀ ୧୦୦ ଦିନ ପାଇଁ ଯୋଜନା ଗୁଡିକର ଅଗ୍ରଗତି ସମ୍ପର୍କରେ ସମୀକ୍ଷା କଲେ ଜୁଏଲ ଓରାମ

ନୂଆଦିଲ୍ଲୀ: ନୂଆଦିଲ୍ଲୀରେ ଅନୁଷ୍ଠିତ ଏକ ଦିନିକିଆ ବୈଠକରେ କେନ୍ଦ୍ର ଆଦିବାସୀ ବ୍ୟାପାର ମନ୍ତ୍ରୀ ଜୁଏଲ ଓରାମ ଏବଂ ରାଷ୍ଟ୍ର ମନ୍ତ୍ରୀ ଦୁର୍ଗାଦାସ ଉଇକେ ଯୋଜନା ଗୁଡିକର ଅଗ୍ରଗତି ସମ୍ପର୍କରେ ସମୀକ୍ଷା କରିଛନ୍ତି ଏବଂ ଆଗାମୀ ୧୦୦ ଦିନ ପାଇଁ ମନ୍ତ୍ରଣାଳୟର ପ୍ରମୁଖ ପଦକ୍ଷେପ ଉପରେ ରଣନୀତି ପ୍ରସ୍ତୁତ କରିଛନ୍ତି।

ମନ୍ତ୍ରଣାଳୟର ଯୋଜନା ଏବଂ ପଦକ୍ଷେପ ଉପରେ ଏକ ବିସ୍ତୃତ ଉପସ୍ଥାପନା ସହିତ ଏହି ବୈଠକ ଆରମ୍ଭ ହୋଇଥିଲା, ଏବଂ ପରେ ବଜେଟର ସମୀକ୍ଷା କରାଯାଇଥିଲା।

ବୈଠକରେ ଆଲୋଚନା ହୋଇଥିବା ପ୍ରମୁଖ ଯୋଜନା ଓ ପଦକ୍ଷେପ ଗୁଡ଼ିକ ହେଲା:

  • ଆଦିବାସୀ ଛାତ୍ରଛାତ୍ରୀଙ୍କ ପାଇଁ ଛାତ୍ରବୃତ୍ତି ଯୋଜନା
  • ପ୍ରଧାନମନ୍ତ୍ରୀ ଜନଜାତି ଆଦିବାସୀ ନ୍ୟାୟ ମହା ଅଭିଯାନ (ପିଏମ୍ – ଜନମନ)
  • ପ୍ରଧାନମନ୍ତ୍ରୀ ଆଦି ଆଦର୍ଶ ଗ୍ରାମ ଯୋଜନା (ପିଏମ୍‌ଏଏଜିୱାଇ)
  • ଏକଲବ୍ୟ ଆଦର୍ଶ ଆବାସିକ ବିଦ୍ୟାଳୟ (ଇଏମଆରଏସ)
  • ଜୀବିକା ଯୋଜନା
  • ସମ୍ବିଧାନର ଧାରା ୨୭୫(୧) ଅନୁଯାୟୀ ଅନୁଦାନ
  • ଆଦିବାସୀ ଗବେଷଣା ପ୍ରତିଷ୍ଠାନ (ଟିଆରଆଇ)କୁ ସହାୟତା
  • ସ୍ୱେଚ୍ଛାସେବୀ ସଂଗଠନ (ଏନଜିଓ)କୁ ସହାୟତା
  • ସ୍ୱାସ୍ଥ୍ୟ କ୍ଷେତ୍ରରେ ନିଆଯାଇଥିବା ପ୍ରମୁଖ ପଦକ୍ଷେପ, ଏବଂ
  • ମନ୍ତ୍ରଣାଳୟର ବିଭିନ୍ନ ବିଭାଗ ଦ୍ୱାରା ପରିଚାଳିତ ଅନ୍ୟାନ୍ୟ ଆନୁସଙ୍ଗିକ ପ୍ରସଙ୍ଗ।

ଏକ ସମାବେଶୀ ଓ ସମାନ ସମାଜ ଗଠନ ଦିଗରେ ଏହି ପଦକ୍ଷେପର ଆବଶ୍ୟକତା ଉପରେ ଶ୍ରୀ ଓରାମ ଗୁରୁତ୍ୱାରୋପ କରିଥିଲେ। ଶ୍ରୀ ଉଇକେ ଏହି ଭାବନାକୁ ସମର୍ଥନ କରି ଏହି ପଦକ୍ଷେପଗୁଡ଼ିକୁ ଆଗକୁ ବଢ଼ାଇବା ପାଇଁ ଆବଶ୍ୟକ ସହଯୋଗୀ ପ୍ରୟାସ ଉପରେ ଆଲୋକପାତ କରିଥିଲେ। ଆଦିବାସୀ ବ୍ୟାପାର ସଚିବ ବିଭୁ ନାୟାର ବରିଷ୍ଠ ଅଧିକାରୀଙ୍କ ସହ ମିଶି ଗୁରୁତ୍ୱପୂର୍ଣ୍ଣ ଦୃଷ୍ଟିକୋଣ ଉପରେ ଆଲୋଚନା କରିଥିଲେ ଓ ବିସ୍ତୃତ ଯୋଜନା ପ୍ରଦାନ କରିଥିଲେ। ଆଦିବାସୀ ସମ୍ପ୍ରଦାୟର ସଶକ୍ତିକରଣ ନିମନ୍ତେ ନିର୍ଦ୍ଧାରିତ ଲକ୍ଷ୍ୟ ପାଇଁ ଅକ୍ଳାନ୍ତ ପରିଶ୍ରମ କରିବାକୁ ମନ୍ତ୍ରଣାଳୟର ସର୍ବସମ୍ମତି କ୍ରମେ ବୈଠକ ଶେଷ ହୋଇଥିଲା।

Post Views: 40
Share199Tweet124Send
Voice of Victims

Voice of Victims

Recent Posts

  • ଉଲ୍ଲାସର ସହ ପାଳିତ ହେଉଛି ବାସନ୍ତୀ ପୂଜା
  • କେନ୍ଦ୍ର ସରକାରଙ୍କ ବଡ଼ ନିଷ୍ପତ୍ତି, ପେଟ୍ରୋଲ୍‌ ଡିଜେଲ୍‌ ଉପରୁ କମିଲା ଏକ୍ସସାଇଜ୍‌ ଡ୍ୟୁଟି
  • ପଶ୍ଚିମ ଏସିଆ ସଙ୍କଟ : ଆଜି ସବୁ ରାଜ୍ୟର ମୁଖ୍ୟମନ୍ତ୍ରୀମାନଙ୍କ ସହ କଥାହେବେ ପ୍ରଧାନମନ୍ତ୍ରୀ ମୋଦି
  • ରାଜ୍ୟରେ କାଳବୈଶାଖୀର ତାଣ୍ଡବ, ଆଜି ୧୬ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି
  • ଆଜି ପବିତ୍ର ଶ୍ରୀରାମନବମୀ, ଶ୍ରୀକ୍ଷେତ୍ରରେ ଆରମ୍ଭ ହେବ ପାରମ୍ପରିକ ସାହିଯାତ

Recent Comments

  1. A WordPress Commenter on ଭାରତ ବିରୋଧୀ ବିମର୍ଶ
  • About Us
  • Contact Us

Copyright © 2023.

No Result
View All Result
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା

Copyright © 2023.

Welcome Back!

Login to your account below

Forgotten Password?

Create New Account!

Fill the forms bellow to register

All fields are required. Log In

Retrieve your password

Please enter your username or email address to reset your password.

Log In