• About Us
  • Contact Us
Thursday, February 5, 2026
  • Login
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା
No Result
View All Result
Home ବିଶେଷ ପୃଷ୍ଠା

୬ ଦଫା ଦାବିରେ ଲୋୟର ପିଏମ୍‌ଜିରେ ସାମ୍ବାଦିକଙ୍କ ସମାବେଶ

by Voice of Victims
February 8, 2024
in ବିଶେଷ ପୃଷ୍ଠା, ମୁଖ୍ୟ ଖବର, ରାଜ୍ୟ, ସମସ୍ୟା, ସମସ୍ୟା ଅଭିଯୋଗ
୬ ଦଫା ଦାବିରେ ଲୋୟର ପିଏମ୍‌ଜିରେ ସାମ୍ବାଦିକଙ୍କ ସମାବେଶ

ଭୁବନେଶ୍ୱର (ଭିଓଭି): ୬ ଦଫା ଦାବିନେଇ ସାମ୍ବାଦିକ ସଂଗଠନ ଉତ୍କଳ ସାମ୍ବାଦିକ ସଂଘ ପକ୍ଷରୁ ରାଜ୍ୟର ପ୍ରାୟ ଦୁଇ ହଜାର ସାମ୍ବାଦିକ ବିଧାନସଭା ଘେରାଉ କରିଛନ୍ତି । ଅନ୍ୟାନ୍ୟ ରାଜ୍ୟ ତୁଳନାରେ ଓଡ଼ିଶାରେ ସାମ୍ବାଦିକବର୍ଗ ବିଭିନ୍ନ ସରକାରୀ ସୁବିଧାରୁ ବଞ୍ଚିତ ହେବା ସଙ୍ଗେ ସଙ୍ଗେ କ୍ରମାଗତ ଭାବେ ବିିଭିନ୍ନ ଜିଲ୍ଲାର ଜିଲ୍ଲାପାଳଙ୍କ ଜରିଆରେ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଦାବି ସମୂହକୁ ଉପସ୍ଥାପନ କରି ଆସୁଥିଲେ ସୁଦ୍ଧା ଅଦ୍ୟାବଧି କୌଣସି ସୁଫଳ ମିଳିପାରି ନାହିଁ । ଦାବିଗୁଡ଼ିକ ମଧ୍ୟରେ ସାମ୍ବାଦିକ ସୁରକ୍ଷା ଆଇନ ପ୍ରଣୟନ, ବୟସ୍କ ସାମ୍ବାଦିକଙ୍କୁ ପେନସନ ପ୍ରଦାନ, ସ୍ୱାସ୍ଥ୍ୟବୀମା ଯୋଜନାରେ ପିତାମାତା ଓ ୨୫ବର୍ଷରୁ ଉର୍ଦ୍ଧ୍ୱ ସନ୍ତାନମାନଙ୍କୁ ସାମିଲ୍ କରାଯିବା, ମିଡ଼ିଆ ଏକାଡ଼େମୀ ଗଠନ କରିବା, ଅଧିସ୍ୱୀକୃତି କମିଟି ପୁନର୍ଗଠନ ଓ ବ୍ୟାପକ ଅଧିସ୍ୱୀକୃତି ପ୍ରଦାନ, ଲୋକସେବା ଭବନ ସମେତ ରାଜ୍ୟର ସମସ୍ତ ସରକାରୀ କାର୍ଯ୍ୟାଳୟରେ ସାମ୍ବାଦିକଙ୍କ ପ୍ରବେଶାଧିକାର ଅନ୍ତର୍ଭୁକ୍ତ ରହିଛି । ଏହି ଅବସରରେ ବୁଧବାର ବିଧାନସଭା ଅଧିବେନଶ କାଳରେ ଲୋୟର ପିଏମ୍‌ଜି ଠାରେ ଅନୁଷ୍ଠିତ ବିକ୍ଷୋଭ ସମାବେଶରେ ଉତ୍କଳ ସାମ୍ବାଦିକ ସଂଘର ରାଜ୍ୟ ସଭାପତି ବିଭୂତି ଭୂଷଣ କର ଅଧ୍ୟକ୍ଷତା କରି ଦୀର୍ଘଦିନର ଦାବି ପ୍ରତି ସରକାରଙ୍କ ଅଣଦେଖା ନେଇ କ୍ଷୋଭ ପ୍ରକାଶ କରିବା ସହ ଖୁବ୍‌ଶୀଘ୍ର ଏହି ଦାବିଗୁଡ଼ିକୁ ପୂରଣ କରିବାରେ ସରକାର ଟାଳଟୁଳନ ନୀତି ଅବଲମ୍ବନ କଲେ, ତେବେ ୩୦ଟି ଜିଲ୍ଲାର ସାମ୍ବାଦିକ ସଂଘ ପକ୍ଷରୁ ଆନ୍ଦୋଳନ ତୀବ୍ରତର କରାଯିବ ବୋଲି ପ୍ରକାଶ କରିଥିଲେ । ଏହି ବିକ୍ଷୋଭ ସମାବଶେରେ ସଂଘର ଉପଦେଷ୍ଟା ପ୍ରଦୋଷ କୁମାର ପଟ୍ଟନାୟକ, ରବି ଦାସ, ସନତ ମିଶ୍ର, ପୀତବାସ ମିଶ୍ର, ସୁଜ୍ଞାନ ଚୌଧୁରୀ, ଶ୍ରୀମୟ କର, ପର୍ଯ୍ୟବେକ୍ଷକ ସମ୍ପାଦକ ପବିତ୍ର ମୋହନ ସାମନ୍ତରାୟ, ନିରଞ୍ଜନ ବିଶ୍ୱାଳ, ବିପିନ ସିଂ, କିଶୋର ଦ୍ୱିବେଦୀ, ବଙ୍କିମ ଚନ୍ଦ୍ର ନାୟକ, ପପୁ ମହାନ୍ତି, ସଂଘର ସାଧାରଣ ସମ୍ପାଦକ ବେଣୁଧର ପଣ୍ଡା, କାର୍ଯ୍ୟକାରୀ ସଭାପତି ପୂର୍ଣ୍ଣଚନ୍ଦ୍ର ନାୟକ, ପ୍ରମୋଦ ପଟ୍ଟନାୟକ, ହାରାଧନ ବାନାର୍ଜୀ, କୋଷାଧ୍ୟକ୍ଷ ରାଜେନ
ଚୌଧୁରୀ, ଉପସଭାପତି ଡ. ରଶ୍ମିରଞ୍ଜନ ମିଶ୍ର, ପ୍ରଦୀପ ତ୍ରିପାଠୀ, ସତ୍ୟନାରାୟଣ ମିଶ୍ର, ରବି ନାରାୟଣ ଖିଲାର ପ୍ରମୁଖ ନ୍ୟାର୍ଯ୍ୟ ଦାବିଗୁଡ଼ିକୁ ସରକାର ଯଥାଶୀଘ୍ର ପୂରଣ କରିବା ପାଇଁ ଆହ୍ୱାନ ଦେଇଥିଲେ ।ଏହି ସମାବେଶରେ ବିରୋଧୀ ଦଳ ମୁଖ୍ୟ ସଚେତକ ମୋହନ ମାଝୀ ଯୋଗଦେଇ ସାମ୍ବାଦିକମାନଙ୍କ ଦ୍ୱାରା ଉତ୍‌ଥାପିତ ହୋଇଥିବା ୬ ଦଫା ଦାବି ନ୍ୟାର୍ଯ୍ୟସଙ୍ଗତ ହୋଇଥିବାରୁ ତାଙ୍କ ତଳ ପକ୍ଷରୁ ଏହାକୁ ଦୃଢ ସମର୍ଥନ କରାଯାଉଛି ବୋଲି କହିବା ସହ ସରକାର ଯେପର୍ଯ୍ୟନ୍ତ ଏହି ଦାବିକୁ ପୂରଣ କରିନାହାଁନ୍ତି, ସେ ପର୍ଯ୍ୟନ୍ତ ଜିଲ୍ଲା ଠାରୁ ରାଜ୍ୟ ପର୍ଯ୍ୟନ୍ତ ସବୁସ୍ତରରେ ତାଙ୍କ ଦଳ ସାମ୍ବାଦିକମାନଙ୍କ ସ୍ୱର ସହିତ ସ୍ୱର ମିଳାଇବ ବୋଲି ଘୋଷଣା କରିବା ସହ ଏ ସମ୍ପର୍କରେ ବିଧାନସଭାରେ ଆଲୋଚନା ହେବ ବୋଲି ସେ ପ୍ରତିଶ୍ରୁତି ଦେଇଥିଲେ । ତାଙ୍କ ସହ ବିଧାୟିକା କୁସୁମ ଟେଟେ, ବିଧାୟକ ମୁକେଶ ମହାଲିଙ୍ଗ, ନାଉରୀ ନାୟକ, ସୁବାସ ପାଣିଗ୍ରାହୀ, ସଜ୍ଜନ ଶର୍ମା ପ୍ରମୁଖ ଯୋଗଦେଇ ଦାବି ପ୍ରତି ସମର୍ଥନ ଜଣାଇଥିଲେ । ସେହିପରି ପୂର୍ବତନ ସାଂସଦ ତଥା ସମ୍ପାଦକ ତଥାଗତ ଶତପଥୀ ଏଥିରେ ଯୋଗଦେଇ ସାମ୍ବାଦିକଙ୍କ ଏହି ଦାବିଗୁଡ଼ିକ ଯୁକ୍ତିଯୁକ୍ତ ହୋଇଥିବାରୁ ଏହି ପ୍ରସଙ୍ଗରେ ସଂଘ ସହିତ ସେ ଶେଷ ପର୍ଯ୍ୟନ୍ତ ରହି ଦୃଢ ସମର୍ଥନ ଦେବେ ବୋଲି କହିଥିଲେ । ଏହି ପରିପ୍ରେକ୍ଷୀରେ ଜିଲ୍ଲା ସଭାପତି ତ୍ରିବିକ୍ରମ ରାମକୃଷ୍ଣ ମହାପାତ୍ର, ଦୁର୍ଯ୍ୟୋଧନ ପାତ୍ର, ମନୋଜ ଦାସ, ଲୋକନାଥ ଦଳାଇ, ବୈଦ୍ୟଭୂଷଣ ମହାପାତ୍ର, ପୂର୍ଣ୍ଣଚନ୍ଦ୍ର ସାହୁ, ସନ୍ତୋଷ କୁମାର ଦାସ, ସୌମ୍ୟରଞ୍ଜନ ପଟ୍ଟନାୟକ, ପ୍ରତାପ ବରାଳ, ହରିହର ସ୍ୱାଇଁ, ପ୍ରସନ୍ନ ତ୍ରିପାଠୀ, ଭରତ ବେହେରା, ମନୋଜ ପ୍ରଧାନ, ସୁରେଶ ଦାସ, ବିଧାନ ଚୌଧୁରୀ, ଅନିଲ ପଟ୍ଟନାୟକ, ଗୋରେଖନାଥ ସାହୁ, ପ୍ରଭାତ ମିଶ୍ର, ପ୍ରଦୀପ ବକ୍ସି, ସୁରେଶ ଆଚାରି ପ୍ରମୁଖ ଯୋଗଦେଇ ଅଭିଭାଷଣ ପ୍ରଦାନ କରିଥିଲେ । ବକ୍ଷୋଭ ପରେ ସାମ୍ବାଦିକମାନେ ଲୋୟର ପିଏମ୍‌ଜିରେ ସମୂହ ରାଲି କରି ବିଧାନସଭା ଅଭିମୁଖେ ଯାଇ ବ୍ୟାରିକେଡ଼ ଭାଙ୍ଗି ଭିତରକୁ ଧଶେଇ ପଶିବା ସମୟରେ ଉପସ୍ଥିତ ପୋଲିସ୍ ବାହିନୀ ସେମାନଙ୍କୁ ଅଟକାଇଥିଲେ । ସରକାର ଯଦି ଏହି ନ୍ୟାର୍ଯ୍ୟ ଦାବିଗୁଡ଼ିକୁ ପୂରଣ କରିବାରେ ପୁଣି ଟାଳଟୁଳ ନୀତି ଅବଲମ୍ବନ କରନ୍ତି, ତେବେ ସାରା ରାଜ୍ୟରେ ଆନ୍ଦୋଳନକୁ ଆହୁରି ତୀବ୍ରତର କରାଯିବ ବୋଲି ସଂଘ ପକ୍ଷରୁ ଚେତାବନୀ ଦିଆଯାଇଛି ।

Post Views: 69
Share200Tweet125Send
Voice of Victims

Voice of Victims

Recent Posts

  • SIR କୁ ନେଇ ସୁପ୍ରିମକୋର୍ଟରେ ଶୁଣାଣି, ପଶ୍ଚିମବଙ୍ଗ ସହିତ ଅନ୍ୟାୟ ହେଉଛି ବୋଲି କହିଲେ ମମତା ବାନାର୍ଜୀ
  • ଆଉ ଲୋକଙ୍କୁ ବାରମ୍ବାର ତହସିଲ ଅଫିସକୁ ଦୌଡ଼ିବାକୁ ପଡ଼ିବନି ହ୍ବାଟସଆପରେ ମିଳିବ ରାଜସ୍ବ ସେବା
  • ମନ୍ଦିର ବେଢାରେ ଝାଡ଼ୁ ମାରିଲେ ରାଷ୍ଟ୍ରପତି, କଡାକଡି କରାଯାଇଛି ସୁରକ୍ଷା ବ୍ୟବସ୍ଥା
  • ପରସ୍ପର ସହିତ ଧକ୍କା ହେଲା ୨ ବିମାନର ଡେଣା, ମୁମ୍ବାଇ ବିମାନବନ୍ଦରରେ ଅବତରଣ କଲା ଇଣ୍ଡିଗୋ ବିମାନ
  • ଆଗକୁ ପଞ୍ଚାୟତ ଓ ପୌର ନିର୍ବାଚନ, ଚାରି ଜିଲ୍ଲାରେ ଚାରି ନେତାଙ୍କୁ ନୂଆ ଦାୟିତ୍ବ ଦେଲେ ବିଜେଡି ସୁପ୍ରିମୋ

Recent Comments

  1. A WordPress Commenter on ଭାରତ ବିରୋଧୀ ବିମର୍ଶ
  • About Us
  • Contact Us

Copyright © 2023.

No Result
View All Result
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା

Copyright © 2023.

Welcome Back!

Login to your account below

Forgotten Password?

Create New Account!

Fill the forms bellow to register

All fields are required. Log In

Retrieve your password

Please enter your username or email address to reset your password.

Log In