ରଣପୁର (ଭିଓଭି) : ରାଜ୍ୟରେ ଗଣମାଧ୍ୟମ ପ୍ରତିନିଧି ମାନଙ୍କ ପାଇଁ ଆଗାମୀ ଦିନରେ ଅନେକ ଚ୍ୟାଲେଞ୍ଜ ଆସୁଛି। ସେ ନେଇ ଓଡ଼ିଶା ୟୁନିଅନ ଅଫ୍ ଜର୍ଣାଲିଷ୍ଟ ର ସଭାପତି ପ୍ରଶନ୍ନ ମହାନ୍ତି ଙ୍କ ନିର୍ଦ୍ଦେଶରେ ସବୁ ଜିଲ୍ଲା ଓ ବ୍ଳକ ସ୍ତରରେ ଆଲୋଚନା ଚକ୍ର ଆରମ୍ଭ ହୋଇଯାଇଛି। ନୟାଗଡ଼ ଜିଲ୍ଲା ୟୁନିଅନ ଅଫ୍ ଜର୍ଣାଲିଷ୍ଟ ର ସଭାପତି ଆଚାର୍ଯ୍ୟ ବିଶ୍ୱରଂଜନ ଙ୍କ ଅଧ୍ୟକ୍ଷତାରେ ରଣପୁର ଓୟୁଜେ ଶାଖା ତରଫରୁ ଗୋପାଳପୁର ଗ୍ରାମ ପଞ୍ଚାୟତ ଅନ୍ଧାରୁଆ ସାମନ୍ତସିଂହରପୁର ରବର ଫିଲଡ୍ ରେ ଫେବୃଆରୀ ୧୬ ତାରିଖ ମଧ୍ୟାହ୍ନରେ ବନ୍ଧୁମିଳନ ସାଙ୍ଗକୁ ଆଲୋଚନା ଚକ୍ର ସମାଜ ଗଠନରେ ସାମ୍ବାଦିକ ଙ୍କ ଭୂମିକା ସମ୍ପର୍କରେ ଆଲୋଚନା କରାଯାଇଥିଲା। ମୂଖ୍ୟ ଅତିଥି ଭାବେ ଭାରତୀୟ ଜନତା ପାର୍ଟି ଯୁବ ମୋର୍ଚ୍ଚା ରାଜ୍ୟ ସଂଯୋଜକ ଇଞ୍ଜିନିୟର ଅଭିଷେକ ସାମନ୍ତରାୟ ଓ ସମ୍ମାନିତ ଅତିଥି ଭାବେ ଗୋପାଳପୁର ଜିଲ୍ଲା ପରିଷଦ ସଭ୍ୟା ଲକ୍ଷ୍ମୀପ୍ରିୟା ତରେଇ ଯୋଗ ଦେଇଥିଲେ। ବୈଠକ ପ୍ରାରମ୍ଭରେ ମୂଖ୍ୟ ଅତିଥି ସାମନ୍ତରାୟ ରବର ପ୍ଳାଣ୍ଟେସନ ଅଞ୍ଚଳ ର ଜୀବନ ଜୀବିକା ଅବହେଳିତ ତର ଉନ୍ନତି କରଣ ଦାବି କରିଥିଲେ। ସୁସ୍ଥ ସମାଜ ଗଠନରେ ସାମ୍ବାଦିକ ମାନଙ୍କ ସହଯୋଗ କାମନା କରିଥିଲେ। ଜିଲ୍ଲା ପରିଷଦ ସଭ୍ୟା ତରେଇ ରବର ଫିଲଡ୍ ନିକଟରେ ଥିବା ବନ୍ଧ କୁ ପୁନରୁଦ୍ଧାର ଓ ଉନ୍ନତି କରଣ ଉପରେ ରାଜ୍ୟ ସରକାର ଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। ଯାହା ଫଳରେ ୬ ଶହ ଏକର ଜମି ବର୍ଷସାରା ଜଳସେଚିତ ହୋଇପାରିବ। କ୍ଷୁଦ୍ର ଜଳସେଚନ ବିଭାଗ ଦୃଷ୍ଟି ଦେବାକୁ ଅନୁରୋଧ କରିଥିଲେ। ସଭାପତି ବିଶ୍ୱରଂଜନ ସୁସ୍ଥ ସମାଜ ଗଠନ ପାଇଁ ଦୁର୍ନୀତି ଖବର ସହ ସୁନିତି ଖବର କୁ ପ୍ରାଧାନ୍ୟ ଦେବା ଓ ସାମ୍ବାଦିକ ମାନଙ୍କ ପାଇଁ ତାଲିମ୍ ଶିବିର କରାଯିବ ବୋଲି କହିଥିଲେ। ଓୟୁଜେ ଏକ ଟ୍ରେଡ୍ ୟୁନିଅନ ଓ ତାହାର କାର୍ଯ୍ୟଧାରା ଉପରେ ଆଲୋଚନା କରିଥିଲେ।ଓୟୁଜେ ଜିଲ୍ଲା ଉପ ସଭାପତି ସାମ୍ବାଦିକ ବ୍ରଜ ରଣସିଂ, ରଣପୁର ପ୍ରେସ କ୍ଳବ୍ ସଭାପତି ସୁକାନ୍ତ ପଟ୍ଟନାୟକ, ଓୟୁଜେ ଜିଲ୍ଲା କୋଷାଧ୍ୟକ୍ଷ କୃଷ୍ଣଚନ୍ଦ୍ର ଦାଶ ଆଲୋଚନା ଚକ୍ର ରେ ପ୍ରମୁଖ ଅଂଶ ଗ୍ରହଣ କରି ନିଜ ନିଜର ସୁଚିନ୍ତିତ ମତ ପ୍ରଦାନ କରିଥିଲେ। ଜିଲ୍ଲା ପରିଷଦ ସଭ୍ୟା ତରେଇ ସାମ୍ବାଦିକ ରଣଜିତ୍ ସାହୁ ଙ୍କୁ ଓୟୁଜେ ର ପରିଚୟପତ୍ର ପ୍ରଦାନ କରିଥିଲେ। ସାମ୍ବାଦିକ ଉମେଶ ରଞ୍ଜନ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ।
