• About Us
  • Contact Us
Thursday, February 5, 2026
  • Login
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା
No Result
View All Result
Home ସମସ୍ୟା ଅଭିଯୋଗ

ସ୍ଥାୟୀ ଲୋକ ଅଦାଲତରେ ନ୍ୟାୟ ମିଳିଲା

by Voice of Victims
January 5, 2024
in ସମସ୍ୟା, ସମସ୍ୟା ଅଭିଯୋଗ
ସ୍ଥାୟୀ ଲୋକ ଅଦାଲତରେ ନ୍ୟାୟ ମିଳିଲା

ପୁରୀ (ଭିଓଭି): ଗାଁ ରେ ବିଦ୍ୟୁତ ସଂଯୋଗ ହେବାର ୪ ମାସ ନପୁରୁଣୁ ଗାଁକୁ ଆସିଥିବା ମୁଖ୍ୟ ବିଦ୍ୟୁତ୍ ଲାଇନର ୧୧ଟି ଖୁଣ୍ଟରୁ ତାରକୁ ଚୋରି କରିନେଲେ ଚୋର । ବିଦ୍ୟୁତ ବିଭାଗ ଜାଣିଲା, ହେଲେ ଆଉ ଲାଗି ପାରିଲା ନାହିଁ ଚୋରି ଯାଇଥିବା ତାର । ୧୯୯୧ ମସିହାରୁ ଆସି ୨୦୦୯ ମସିହା ହୋଇଗଲା । ଦୀର୍ଘ ୧୮ ବର୍ଷ ପରେ ଘରେ ପୁନର୍ବାର ଜଳିଲା ବିଦ୍ୟୁତ ବଲ । ହେଲେ ପ୍ରଥମ ବିଲ୍‌ରେ ବିଦ୍ୟୁତ ବିଭାଗ ଖାଉଟିଙ୍କ ଉପରେ ଲଦିଦେଲେ ଟ୩୧୦୦୦/- ଙ୍କାର ବକେୟା ବିଦ୍ୟୁତ୍ ବିଲ୍ । ତଳୁ ଉପର ପର୍ଯ୍ୟନ୍ତ ଏ ଅଫିସ୍‌ରୁ ସେ ଅଫିସ୍ ଦଉଡି ଦଉଡି ଶେଷରେ ୨୦୨୩ ମସିହାରେ ପୁରୀ ସ୍ଥାୟୀ ଲୋକ ଅଦାଲତରେ ହିତାଧିକାରୀଙ୍କୁ ମିଳିଛି ନ୍ୟାୟ! ବକେୟା ବିଦ୍ୟୁତ ବିଲ୍‌କୁ କାଟି ତୁରନ୍ତ ବିଦ୍ୟୁତ୍ ବିଲ୍ ସଂସୋଧନ କରିବାକୁ ଆଦେଶ ଦେଇଛନ୍ତି ମାନ୍ୟବର ଅଦାଲତ ।
ନିମାପଡ଼ା ଇଲେକ୍ଟ୍ରିକାଲ୍ ଡିଭିଜନ, ଗୋପ ସେକ୍ସନ ଅନ୍ତର୍ଗତ ବଡ଼ଗାଁ ଗ୍ରାମପଂଚାୟତର ଇଲାଜଙ୍ଗ ଗ୍ରାମକୁ ସଂଯୋଗ ହୋଇଥିବା ବିଦ୍ୟୁତ୍ ତାର ଚୋରୀ ହୋଇଯିବା ପରେ ଗ୍ରାମକୁ ଆଉ ନୂତନ ତାର ଲଗାଯାଇ ନଥିଲା । ପରେ ଗାଁକୁ ନୂତନ ତାର ଲଗାଇ ବିଦ୍ୟୁତ୍ ସଂଯୋଗ ହେବା ପରେ ଗ୍ରାମର ସର୍ବେଶ୍ୱର ମହାରଥା ୨୦୦୯ ମସିହାରେ ନିଜ ଘରକୁ ବିଦ୍ୟୁତ ସଂଯୋଗ ନେଇଥିଲେ । କିନ୍ତୁ ପରବର୍ତ୍ତି ସମୟରେ ବିଗତ ୧୮ ବର୍ଷର ବକେୟା ବିଦ୍ୟୁତ୍ ବିଲ୍ ବାବଦରେ ଟ୩୫,୦୦୦/- ଟଙ୍କା ଦାବି କରି ତାଙ୍କ ଘରୁ ଲାଇନ୍ କାଟି ଦିଆଗଲା । ବାରମ୍ବାର ବିଦ୍ୟୁତ୍ ବିଭାଗର ଉପରିସ୍ଥ ଅଫିସର ମାନଙ୍କୁ ଜଣାଇବା ପରେ ବି କିଛି ସୁଫଳ ନ ମିଳିବାରୁ ପରବର୍ତ୍ତି ସମୟରେ ସେ ପୁରୀ ଜିଲ୍ଲା ଖାଉଟି ଅଦାଲତ ର ଦ୍ୱାରସ୍ଥ ହୋଇଥିଲେ । ମାନ୍ୟବର ଖାଉଟି ଅଦାଲତ ମକଦମା ବିଚାର କରି ବିଦ୍ୟୁତ୍ ବିଭାଗକୁ ଦାୟୀ କରି ମକଦ୍ଦମା ଖର୍ଚ୍ଚ ବାବଦକୁ ଟ.୫୦୦/-ଙ୍କା ସହ ଟ.୧୦୦୦/-ଙ୍କା ଜୋରିମାନା ଆଦେଶ କରିଥିଲେ । ଏଥିସହ ବିଦ୍ୟୁତ୍ ବିଲ୍ ସଂଶୋଧନ କରାଇ ବିଭାଗ ତରଫରୁ ଦାବି କରାଯାଉଥିବା ଅଧିକା ଟଙ୍କାକୁ ବିଲ୍‌ରୁ ବାଦ୍ ଦେଇଥିଲେ । ମାତ୍ର କିଛି ମାସ ଗଲା ପରେ ତାଙ୍କ ବିଲ୍‌ରେ ପୁଣି ହଠାତ୍ ୨୬,୪୩୦/- ଟଙ୍କା ଦାବି କରି ବାରମ୍ବାର ଘରୁ ଲାଇନ୍ କାଟି ଦେବାକୁ ଧମକ ଦେବା ଆରମ୍ଭ କରିଦେଲେ । ଫଳରେ ଅନନ୍ୟୋପାୟ ହୋଇ ହିତାଧିକାରୀ ଜଣକ ପୁରୀ ଜିଲ୍ଲା ସ୍ଥାୟୀ ଲୋକ ଅଦାଲତ(ପିଏଲଏ)ର ଆଶ୍ରୟ ନେଇଥିଲେ । ସ୍ଥାୟୀ ଲୋକ ଅଦାଲତର ମାନ୍ୟବର ବିଚାରପତି ତଥା ଚେୟାରମ୍ୟାନ ପ୍ରତିମା ପଣ୍ଡା ଏବଂ ସଦସ୍ୟ ପିଆର ମହାପାତ୍ରଙ୍କୁ ନେଇ ଗଠିତ ଖଣ୍ଡପୀଠ ଏହି ମକଦ୍ଦମାର ଶୁଣାଣି କରି ସର୍ବେଶ୍ୱର ମହାରଥାଙ୍କ ବିଦ୍ୟୁତ୍ ବିଲ୍‌ରୁ ତୁରନ୍ତ ୨୬,୪୩୦/-ଟଙ୍କା ବାଦ୍ ଦେବାକୁ ଆଦେଶ ଦେବା ସହ ବିଲ୍‌ରେ ଆଉ ପୂର୍ବ ଟଙ୍କା ଦାବି ନ କରିବାକୁ କଡା ଚେତାବନୀ ଦେଇଛନ୍ତି ।
ଏ ସମ୍ପର୍କରେ ୭୫ ବର୍ଷ ବୟସ୍କ ସର୍ବେଶ୍ୱର କୁହନ୍ତି, “ମୁଁ ବୃଦ୍ଧ ଲୋକ, ବାରମ୍ବାର ଅଦାଲତକୁ ଦଉଡିବା ମୋ ପକ୍ଷରେ ସମ୍ଭବପର ନଥିଲା । କିନ୍ତୁ ବିଳମ୍ବ ହେଉ ପଛେ, ମାନ୍ୟବର ପୁରୀ ଜିଲ୍ଲା ସ୍ଥାୟୀ ଲୋକ ଅଦାଲତର ଦ୍ୱାରସ୍ଥ ହୋଇ ମୁଁ ଏବଂ ମୋ ପରିବାର ଉଚିତ୍ ନ୍ୟାୟ ପାଇଛନ୍ତି” । ହିତାଧିକାରୀଙ୍କ ତରଫରୁ ପୁରୀ ବାର୍ ଆସୋସିଏସନର ବରିଷ୍ଠ ଓକିଲ ଶ୍ରୀ ନୃସିଂହ ଚରଣ ମହାନ୍ତି ମାମଲା ପରିଚାଳନା କରୁଥିଲେ ।


ରଶ୍ମୀରଞ୍ଜନ ମହାରଥା

ଜିଲ୍ଲା ପ୍ରତିନିଧି, ପୁରୀ

Post Views: 32
Share198Tweet124Send
Voice of Victims

Voice of Victims

Recent Posts

  • SIR କୁ ନେଇ ସୁପ୍ରିମକୋର୍ଟରେ ଶୁଣାଣି, ପଶ୍ଚିମବଙ୍ଗ ସହିତ ଅନ୍ୟାୟ ହେଉଛି ବୋଲି କହିଲେ ମମତା ବାନାର୍ଜୀ
  • ଆଉ ଲୋକଙ୍କୁ ବାରମ୍ବାର ତହସିଲ ଅଫିସକୁ ଦୌଡ଼ିବାକୁ ପଡ଼ିବନି ହ୍ବାଟସଆପରେ ମିଳିବ ରାଜସ୍ବ ସେବା
  • ମନ୍ଦିର ବେଢାରେ ଝାଡ଼ୁ ମାରିଲେ ରାଷ୍ଟ୍ରପତି, କଡାକଡି କରାଯାଇଛି ସୁରକ୍ଷା ବ୍ୟବସ୍ଥା
  • ପରସ୍ପର ସହିତ ଧକ୍କା ହେଲା ୨ ବିମାନର ଡେଣା, ମୁମ୍ବାଇ ବିମାନବନ୍ଦରରେ ଅବତରଣ କଲା ଇଣ୍ଡିଗୋ ବିମାନ
  • ଆଗକୁ ପଞ୍ଚାୟତ ଓ ପୌର ନିର୍ବାଚନ, ଚାରି ଜିଲ୍ଲାରେ ଚାରି ନେତାଙ୍କୁ ନୂଆ ଦାୟିତ୍ବ ଦେଲେ ବିଜେଡି ସୁପ୍ରିମୋ

Recent Comments

  1. A WordPress Commenter on ଭାରତ ବିରୋଧୀ ବିମର୍ଶ
  • About Us
  • Contact Us

Copyright © 2023.

No Result
View All Result
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା

Copyright © 2023.

Welcome Back!

Login to your account below

Forgotten Password?

Create New Account!

Fill the forms bellow to register

All fields are required. Log In

Retrieve your password

Please enter your username or email address to reset your password.

Log In