• About Us
  • Contact Us
Thursday, March 26, 2026
  • Login
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା
No Result
View All Result
Home ବିଶେଷ ପୃଷ୍ଠା

ଜ୍ୟୋର୍ତିମଠ ଶଙ୍କରାଚାର୍ଯ୍ୟ ଅଭିମୁକ୍ତେଶ୍ୱରାନନ୍ଦ ଭବିଷ୍ୟବାଣୀ: ଉଦ୍ଧବଙ୍କ ସହ ଅନ୍ୟାୟ ହୋଇଛି, ସେ ପୁଣି ମୁଖ୍ୟମନ୍ତ୍ରୀ ହେବେ

by Voice of Victims
July 15, 2024
in ଦେଶ ବିଦେଶ, ବିଶେଷ ପୃଷ୍ଠା, ମୁଖ୍ୟ ଖବର
ଜ୍ୟୋର୍ତିମଠ ଶଙ୍କରାଚାର୍ଯ୍ୟ ଅଭିମୁକ୍ତେଶ୍ୱରାନନ୍ଦ ଭବିଷ୍ୟବାଣୀ: ଉଦ୍ଧବଙ୍କ ସହ ଅନ୍ୟାୟ ହୋଇଛି, ସେ ପୁଣି ମୁଖ୍ୟମନ୍ତ୍ରୀ ହେବେ

ମୁମ୍ବାଇ : “ଶିବସେନା (ୟୁବିଟି)ର ମୁଖ୍ୟ ଉଦ୍ଧବ ଠାକରେ ପୁଣିଥରେ ମୁଖ୍ୟମନ୍ତ୍ରୀ ହେବେ । ତାଙ୍କ ସହ ଅନ୍ୟାୟ ହୋଇଛି । ତାଙ୍କୁ ପଛରୁ ଛୁରାଘାତ କରାଯାଇଛି । ତାଙ୍କ ପ୍ରତି ଅନ୍ୟାୟ କରିଥିବା ବ୍ୟକ୍ତି ଦୀର୍ଘଦିନ ଯାଏ କ୍ଷମତାରେ ରହିବେ ନାହିଁ । ଉଦ୍ଧବଙ୍କୁ ପୁଣିଥରେ ମୁଖ୍ୟମନ୍ତ୍ରୀ ଭାବେ ଦେଖିବାକୁ ମୁଁ ଚାହେଁ । ଉଦ୍ଧବ ଯେଉଁପର୍ଯ୍ୟନ୍ତ ପୁନର୍ବାର ମହାରାଷ୍ଟ୍ରର ମୁଖ୍ୟମନ୍ତ୍ରୀ ହୋଇନାହାନ୍ତି, ସେଯାଏ ମୋ’ ଯନ୍ତ୍ରଣା ଲାଘବ ହେବ ନାହିଁ ବୋଲି ମଧ୍ୟ ଶଙ୍କରାଚାର୍ଯ୍ୟ କହିଛନ୍ତି ।” ଜ୍ୟୋର୍ତିମଠର ୪୬ତମ ଶଙ୍କରାଚାର୍ଯ୍ୟ ସ୍ୱାମୀ ଅଭିମୁକ୍ତେଶ୍ୱରାନନ୍ଦ ଜୀ ଆଜି ଏପ୍ରକାର ବିବୃତି ଦେବା ଆଳରେ ଉଦ୍ଧବ ପୁଣିଥରେ ମହାରାଷ୍ଟ୍ରର ମୁଖ୍ୟମନ୍ତ୍ରୀ ହେବେ ବୋଲି ଭବିଷ୍ୟବାଣୀ ମଧ୍ୟ କରିଛନ୍ତି । ପ୍ରକାଶ, ଦେଶର ପ୍ରତିଷ୍ଠିତ ବିଜନେସ୍ ଟାଇକୁନ୍ ମୁକେଶ୍ ଅମ୍ବାନୀଙ୍କ ସାନପୁଅ ଅନନ୍ତ ଅମ୍ବାନୀ ଓ ବୋହୂ ରାଧିକା ମର୍ଚ୍ଚାଣ୍ଟଙ୍କ ବିବାହ କାର୍ଯ୍ୟକ୍ରମରେ ଯୋଗଦେବା ଅବସରରେ ଶଙ୍କରାଚାର୍ଯ୍ୟ ସ୍ୱାମୀ ଅଭିମୁକ୍ତେଶ୍ୱରାନନ୍ଦ ଜୀ, ମୁମ୍ବ୍‌ାଇ ସହର ଆସିଥିବା ବେଳେ ଉଦ୍ଧବଙ୍କ ସାଦର ଆମନ୍ତ୍ରଣ କ୍ରମେ ବାସଭବନ ମାତୋଶ୍ରୀ’କୁ ମଧ୍ୟ ଆସିଥିଲେ । ଏଠାରୁ ଫେରିବା ପରେ ସ୍ୱାମୀ ଅଭିମୁକ୍ତେଶ୍ୱରାନନ୍ଦ ଗଣମାଧ୍ୟମରେ କହିଛନ୍ତି, “ଆମେ ହିନ୍ଦୁ ଧର୍ମର ଅନୁଗାମୀ । ଆମେ ପାପ ଓ ପୂଣ୍ୟରେ ବିଶ୍ୱାସ କରୁ । ଧୋକା ହେଉଛି ସବୁଠାରୁ ବଡ଼ ପାପ । ଯଦି ଜଣେ ବ୍ୟକ୍ତି ଛଳନା କରୁଛି, ତା’ହେଲେ ସେକେବେ ହେଲେ ହିନ୍ଦୁ ହୋଇପାରିବ ନାହିଁ । ଉଦ୍ଧବଙ୍କ ସହ ହୋଇଥିବା ଛଳନା ତଥା ପ୍ରତାରଣା ଯୋଗୁ ମହାରାଷ୍ଟ୍ରର ଲୋକମାନେ ଧୋକା ଯୋଗୁ ଆଘାତ ପାଇଛନ୍ତି । ଏପରି ଧୋକା ନିଜର ନେତା ବାଛିଥିବା ଲୋକଙ୍କ ପ୍ରତି ଅସମ୍ମାନ । କାର୍ଯ୍ୟକାଳ ଶେଷ ହେବା ପୂର୍ବରୁ ଗୋଟିଏ ସରକାରକୁ ଭାଙ୍ଗିବା ଭୁଲ । ଏହା ଜନାଦେଶ ପ୍ରତି ଅପମାନ ।”

Post Views: 45
Tags: Jyoortimatha Shankaracharya Abhimukteswarananda Prediction: Uddhav is wronged
Share199Tweet125Send
Voice of Victims

Voice of Victims

Recent Posts

  • ରାମନବମୀ ପାଇଁ ଦୁଇ ଦିନ ବନ୍ଦ ରହିବ ସରକାରୀ କାର୍ଯ୍ୟାଳୟ, ଛୁଟି ଘୋଷଣା କଲେ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ
  • ଆଜି ଅଶୋକାଷ୍ଟମୀ, ଗଡ଼ିବ ଲିଙ୍ଗରାଜଙ୍କ ରୁକୁଣା ରଥ
  • ରାଜ୍ୟରେ ତାଣ୍ଡବ ରଚୁଛି କାଳବୈଶାଖୀ, ଛାରଖାର ହୋଇଗଲା ମହୋତ୍ସବ ଲାଗି ପଡ଼ିଥିବା ଷ୍ଟଲ୍
  • ଘଡଘଡି , ବିଜୁଳି ସାଙ୍ଗକୁ କୁଆପଥର ବର୍ଷା
  • କଳସଯାତ୍ରା ରୁ ଆରମ୍ଭ ହେଲା ଶ୍ରୀରାମ ନବମୀ

Recent Comments

  1. A WordPress Commenter on ଭାରତ ବିରୋଧୀ ବିମର୍ଶ
  • About Us
  • Contact Us

Copyright © 2023.

No Result
View All Result
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା

Copyright © 2023.

Welcome Back!

Login to your account below

Forgotten Password?

Create New Account!

Fill the forms bellow to register

All fields are required. Log In

Retrieve your password

Please enter your username or email address to reset your password.

Log In