• About Us
  • Contact Us
Sunday, March 29, 2026
  • Login
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା
No Result
View All Result
Home ଦେଶ ବିଦେଶ

ଏଟିଏମ୍‌ ଅପେକ୍ଷା ୟୁପିଆଇର ଅଧିକ ଚାହିଦା: କମୁଛି ନଗଦ କାରବାର

by Voice of Victims
December 4, 2024
in ଦେଶ ବିଦେଶ, ବିଶେଷ ପୃଷ୍ଠା, ମୁଖ୍ୟ ଖବର
ଏଟିଏମ୍‌ ଅପେକ୍ଷା ୟୁପିଆଇର ଅଧିକ ଚାହିଦା: କମୁଛି ନଗଦ କାରବାର

ଭୁବନେଶ୍ୱର: ଏଟିଏମ୍‌କୁ ଶେଷ କରୁଛି ୟୁନିଫାଏଡ୍‌ ପେମେଣ୍ଟ୍‌ସ ଇଣ୍ଟର୍‌ଫେସ୍‌ (ୟୁପିଆଇ) । ସାମାନ୍ୟ ଜିନିଷଟିଏ କିଣିବାକୁ ଗଲେ ଲୋକେ ଫୋନ୍‌ପେ’, ଗୁଗୁଲ୍‌ ପେ’, ପେଟିଏମ୍‌ ଏବଂ ଆମାଜନ୍‌ ପେ’ ଆଦି ବ୍ୟବହାର କରୁଛନ୍ତି । ଏଟିଏମ୍‌ ଯାଇ ଟଙ୍କା ଉଠାଇବାର ଆବଶ୍ୟକତା ଆଉ ପଡୁନାହିଁ । ୟୁପିଆଇର ପ୍ରସାର ଫଳରେ ବର୍ତ୍ତମାନ ଏଟିଏମ୍‌ ସଂଖ୍ୟା ହ୍ରାସ ପାଉଛି । ତେବେ ୫ ବର୍ଷରେ ପ୍ରଥମ ଥର ଦେଶରେ ଏଟିଏମ୍‌ ସଂଖ୍ୟା କମିଥିବା ଜଣାପଡ଼ିଛି । କେନ୍ଦ୍ର ସରକାର ସଂସଦରେ ଏ ସମ୍ପର୍କରେ ସୂଚନା ଦେଇଛନ୍ତି । ଆଶ୍ଚର୍ଯ୍ୟର ବିଷୟ ହେଉଛି ମହାନଗର ଏବଂ ସହର ସହିତ ଗ୍ରାମାଞ୍ଚଳରେ ବି ଏଟିଏମ୍‌ ସଂଖ୍ୟାରେ ହ୍ରାସ ଘଟିଛି । ୨୦୨୪ ସେପ୍ଟେମ୍ବର ଶେଷରେ ଦେଶରେ ଏଟିଏମ୍‌ ସଂଖ୍ୟା ୨,୫୫,୦୭୮ ରହିଛି, ଯାହାକି ବର୍ଷେ ତଳେ ୨,୫୭,୯୪୦ ଥିଲା । ଏଭଳି ଭାବେ ଏ ସଂଖ୍ୟାରେ ୧%ରୁ ସାମାନ୍ୟ ଅଧିକ ହ୍ରାସ ଦେଖିବାକୁ ମିଳିଛି । ସବୁଠୁ ଅଧିକ ୨.୨% ହ୍ରାସ ଗ୍ରାମାଞ୍ଚଳରେ ଦେଖିବାକୁ ମିଳିଛି । ସେପ୍ଟେମ୍ବର ଶେଷରେ ଗ୍ରାମାଞ୍ଚଳରେ ଏଟିଏମ୍‌ ସଂଖ୍ୟା ହ୍ରାସ ପାଇ ୫୪,୧୮୬କୁ ଖସିଆସିଛି । ସଂସଦରେ ଜାରି ଆର୍‌ବିଆଇ ତଥ୍ୟରୁ ଜଣାପଡ଼ିଛି ଯେ, ଏହି ଅବଧିରେ ମହାନଗରରେ ଏଟିଏମ୍‌ ସଂଖ୍ୟାରେ ୧.୬% ହ୍ରାସ ଘଟି ୬୭,୨୨୪କୁ ଖସିଆସିଛି । ଅର୍ଥ ରାଷ୍ଟ୍ରମନ୍ତ୍ରୀ ପଙ୍କଜ ଚୌଧୁରୀ ଲୋକସଭାରେ ଏହାକୁ ନେଇ ସୂଚନା ଦେଇଛନ୍ତି ।

Post Views: 39
Share199Tweet124Send
Voice of Victims

Voice of Victims

Recent Posts

  • ଦେଶର ସମସ୍ତ ପେଟ୍ରୋଲ ପମ୍ପରେ ପର୍ଯ୍ୟାପ୍ତ ପରିମାଣରେ ପେଟ୍ରୋଲ ଏବଂ ଡିଜେଲ ଉପଲବ୍ଧ: କେନ୍ଦ୍ର
  • ନୂତନ ଆବେଦନ ପାଇଁ ରାଜ୍ୟ ସରକାରଙ୍କ ବଡ଼ ନିଷ୍ପତ୍ତି, ଏପ୍ରିଲ ୧ ରୁ ଆରମ୍ଭ ହେବ ସୁଭଦ୍ରା ପଞ୍ଜୀକରଣ ପ୍ରକ୍ରିୟା
  • ରତ୍ନ ଭଣ୍ଡାର ଗଣତି କଥା ମୁଁ ଜାଣିନି: ପୁରୀ ଶଙ୍କରାଚାର୍ଯ୍ୟ
  • ଫାଙ୍କା ଗୁଳିଚାଳନା ଭାଇରାଲ ଭିଡିଓ ଘଟଣା, ଟିଟିଲାଗଡ଼ ବିଧାୟକ ନବୀନ ଜୈନଙ୍କ PSO ନିଲମ୍ବିତ
  • କ୍ୟାଟ ବାର ନିର୍ବାଚନ : ଦେବେନ୍ଦ୍ର ସଭାପତି, ରମାକାନ୍ତ ସମ୍ପାଦକ

Recent Comments

  1. A WordPress Commenter on ଭାରତ ବିରୋଧୀ ବିମର୍ଶ
  • About Us
  • Contact Us

Copyright © 2023.

No Result
View All Result
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା

Copyright © 2023.

Welcome Back!

Login to your account below

Forgotten Password?

Create New Account!

Fill the forms bellow to register

All fields are required. Log In

Retrieve your password

Please enter your username or email address to reset your password.

Log In