• About Us
  • Contact Us
Saturday, April 4, 2026
  • Login
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା
No Result
View All Result
Home ମୁଖ୍ୟ ଖବର

କିଟ୍ ବିଶ୍ବବିଦ୍ୟାଳର ଛାତ୍ରୀ ଆତ୍ମହତ୍ୟା ଘଟଣା, ଅଚ୍ୟୁତ ସାମନ୍ତଙ୍କୁ ଗିରଫ ପାଇଁ ବିଧାନସଭାରେ ଦାବୀ

by Voice of Victims
February 18, 2025
in ମୁଖ୍ୟ ଖବର, ରାଜ୍ୟ
କିଟ୍ ବିଶ୍ବବିଦ୍ୟାଳର ଛାତ୍ରୀ ଆତ୍ମହତ୍ୟା ଘଟଣା, ଅଚ୍ୟୁତ ସାମନ୍ତଙ୍କୁ ଗିରଫ ପାଇଁ ବିଧାନସଭାରେ ଦାବୀ

ଭୁବନେଶ୍ବର: କିଟ ବିଶ୍ବବିଦ୍ୟାଳୟରେ ଗତକାଲି ନେପାଳର ଜଣେ ଛାତ୍ରୀ ଆତ୍ମହତ୍ୟା ଘଟଣା ନେଇ ଚାରିଆଡେ ଚର୍ଚ୍ଚା ଚାଲିଛି। ଆଜି ଏ ନେଇ ବିଧାନସଭାରେ ମଧ୍ୟ ପ୍ରଶ୍ନ ଉଠିଛି। ଆଜି ବିଧାନସଭାର ଶୂନ୍ୟକାଳରେ ତାଙ୍କୁ ଗିରଫ କରିବା ପାଇଁ ପ୍ରଶ୍ନ ଉଠିଛି। ଏହି ପ୍ରଶ୍ନ କରିଛନ୍ତି ଭୁବନେଶ୍ବର ଏକାମ୍ର ବିଧାୟକ ବାବୁ ସିଂ। ସେ କହିଛନ୍ତି ଯେ, କିଟ୍ ର ପ୍ରତିଷ୍ଠାତା ଡ ଅଚ୍ୟୁତ ସାମନ୍ତ ହେଉଛନ୍ତି ଜଣେ ଜମି ମାଫିଆ। ସେ ବହୁ ପରିମାଣର ଜଙ୍ଗଲ ଜମି ଜବରଦଖଲ କରି ନିର୍ମାଣ କାର୍ଯ୍ୟ କରିଛନ୍ତି। ଏପରିକି ସେ ମନ୍ଦିର ମଧ୍ୟ କରିଛନ୍ତି। ସେ ପୂର୍ବରୁ ସାଂସଦ ଥିଲେ। କେଉଁ ଦଳ ତାଙ୍କୁ କୋଳରେ ବସାଇଥିଲା ବୋଲି ପ୍ରଶ୍ନ କରିଥିଲେ। ଏପରି ଜଙ୍ଗଲ ଜମି ଜବରଦଖଲ କରିବା ବେଆଇନ ବୋଲି କହିଥିଲେ। ବର୍ତ୍ତମାନ ଗତକାଲି ରାତିରେ ଯେଉଁ ଘଟଣା ଘଟିଲା ତାହା ଆମ ଓଡିଶାକୁ ସାରା ଦେଶରେ ନିନ୍ଦିତ କରିଛି। ତାଙ୍କୁ ତୁରନ୍ତ ଗିରଫ କରାଯାଉ ବୋଲି ବାବୁ ସିଂ ବିଧାନସଭାରେ ଦାବୀ କରିଛନ୍ତି। ତାଙ୍କର ଏପରି ମାଫିଆ ରାଜକୁ ସରକାର ତୁରନ୍ତ ବନ୍ଦ କରନ୍ତୁ ବୋଲି ସେ ଗୃହକୁ ଅବଗତ କରାଇଛନ୍ତି। ଛାତ୍ରଛାତ୍ରୀଙ୍କୁ ଯେପରି କିଟ୍ କର୍ତ୍ତୁପକ୍ଷ ବାଡାଇଛନ୍ତି ତାହା ନିନ୍ଦନୀୟ ବୋଲି କହିଛନ୍ତି। ଏପରିକି ଗୃହରେ କଂଗ୍ରେସ ନେତାମାନେ ମଧ୍ୟ ଏହାକୁ ନେଇ ଉଦବେଗ ପ୍ରକାଶ କରିଛନ୍ତି। ଗତକାଲି ନେପାଳର କିଟ ଛାତ୍ରୀ ଜଣଙ୍କ ଆତ୍ମହତ୍ୟା କରିବା ପରେ ଛାତ୍ରଛାତ୍ରୀ ମହଲରେ ଉତ୍ତେଜନା ସୃଷ୍ଟି ହୋଇଥିଲା। ସେମାନେ ରାସ୍ତା ଉପରକୁ ଆସି ଏହା ବିରୋଧରେ ଆନ୍ଦୋଳନ କରିଥିଲେ। ଫଳରେ କିଟ୍ ର ସୁରକ୍ଷା କର୍ମି ଏବଂ କର୍ମଚାରୀମାନେ ଛାତ୍ରମାନଙ୍କ ଉପରେ ଆକ୍ରମଣ କରିଥିଲେ। ଯାହାର ଭିଡିଓ ଚାରିଆଡେ ଭାଇରାଲ ହେବା ସହିତ ସମସ୍ତେ ଏହାକୁ ନିନ୍ଦା କରିବାରେ ଲାଗିଛନ୍ତି। ପରବର୍ତ୍ତି ସମୟରେ କିଟ କର୍ତ୍ତୁପକ୍ଷ ଛାତ୍ରଛାତ୍ରୀଙ୍କୁ ହଷ୍ଟେଲରୁ ବାହାର କରିଦେଇଥିଲେ। ଏପରିକି ବସରେ ଛାତ୍ରଛାତ୍ରୀଙ୍କୁ ଲୁଚାଇ ନେଇ କଟକ ରେଳ ଷ୍ଟେସନରେ ଛାଡି ଦେଇଥିଲେ। ଏହାକୁ ନେଇ ସାରା ରାଜ୍ୟରେ ସମାଲୋଚନା କରାଯାଇଛି। ପରେ ନେପାଳ ପ୍ରଧାନମନ୍ତ୍ରୀ ଏହି ଘଟଣାକୁ ନେଇ ଟୁଇଟ କରିବା ପରେ ଭାରତ ସରକାରଙ୍କ ଚେତା ପଶିଛି। ଫଳରେ ଏହାକୁ ନେଇ ରାଜ୍ୟ ସରକାର କିଟ ବିରୋଧରେ ବଡ ପଦକ୍ଷେପ ନେବାର ସମ୍ଭାବନା ସୃଷ୍ଟି ହୋଇଛି। ତେବେ କିଟ ସୁରକ୍ଷା କର୍ମି ଛାତ୍ରଛାତ୍ରୀଙ୍କୁ ବାଡେଇବା ଘଟଣା ସାମାଜିକ ଗଣମାଧ୍ୟମରେ ଭାଇରାଲ ହେବା ପରେ କେତେକ ଅଧିକାରୀଙ୍କୁ କିଟ୍ କର୍ତ୍ତୁପକ୍ଷ ନିଲମ୍ବନ କରିଥିବାର ଜଣାପଡିଛି।

Post Views: 57
Tags: Keath University student suicide case
Share200Tweet125Send
Voice of Victims

Voice of Victims

Recent Posts

  • କଂଗ୍ରେସ ସାଂସଦ ଶଶି ଥରୁରଙ୍କ କାରକେଡ୍ ଉପରକୁ ଆକ୍ରମଣ, ଡ୍ରାଇଭର୍ ଏବଂ ସୁରକ୍ଷାକର୍ମୀ ଆହତ
  • ଖଡ଼ି ଛୁଆଁ ଓ ପ୍ରବେଶ ଉତ୍ସବ, ତଳେ ପିଲାଙ୍କ ସହ ବସି କଥାବାର୍ତ୍ତା ହେଲେ ମୁଖ୍ୟମନ୍ତ୍ରୀ
  • ପୁରୀ ବିମାନବନ୍ଦରକୁ ସର୍ତ୍ତ ସହ ଅନୁମତି; ମଞ୍ଜୁରୀ ପ୍ରଦାନ କଲା ପରିବେଶ, ଜଙ୍ଗଲ ଏବଂ ଜଳବାୟୁ ପରିବର୍ତ୍ତନ ମନ୍ତ୍ରଣାଳୟ
  • ଶିଶୁ ମନ୍ଦିର ରେ ପାଳିତ ହେଲା ଵିଦ୍ୟାରମ୍ଭ ଯଜ୍ଞ
  • ଇରାନରୁ ଭାରତ ଆସୁଥିବା ତେଲ ଜାହାଜ ଏବେ ଚୀନ ଅଭିମୁଖେ: ଜାଣନ୍ତୁ କାହିଁକି?

Recent Comments

  1. A WordPress Commenter on ଭାରତ ବିରୋଧୀ ବିମର୍ଶ
  • About Us
  • Contact Us

Copyright © 2023.

No Result
View All Result
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା

Copyright © 2023.

Welcome Back!

Login to your account below

Forgotten Password?

Create New Account!

Fill the forms bellow to register

All fields are required. Log In

Retrieve your password

Please enter your username or email address to reset your password.

Log In