• About Us
  • Contact Us
Thursday, March 26, 2026
  • Login
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା
No Result
View All Result
Home ଦେଶ ବିଦେଶ

ଇସ୍ତଫା ଦେଲେ କେଜ୍ରିୱାଲ୍‌, ଅତିଶୀ ଦିଲ୍ଲୀର ନୂଆ ମୁଖ୍ୟମନ୍ତ୍ରୀ

by Voice of Victims
September 17, 2024
in ଦେଶ ବିଦେଶ, ବିଶେଷ ପୃଷ୍ଠା, ମୁଖ୍ୟ ଖବର
ଇସ୍ତଫା ଦେଲେ କେଜ୍ରିୱାଲ୍‌, ଅତିଶୀ ଦିଲ୍ଲୀର ନୂଆ ମୁଖ୍ୟମନ୍ତ୍ରୀ

ନୂଆଦିଲ୍ଲୀ : ୪୮ ଘଣ୍ଟା ମଧ୍ୟରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେବେ ବୋଲି ଅରବିନ୍ଦ କେଜ୍ରିୱାଲ୍ ଗତ ରବିବାର ଦିନ ଘୋଷଣା କରିଥିଲେ। ତେବେ ନିଜ ଘୋଷଣାକୁ ସତ୍ୟ ପ୍ରମାଣିତ କରିବା ପୂର୍ବକ ମଙ୍ଗଳବାର ଅପରାହ୍ନ ପ୍ରାୟ ୪.୩୦ ସମୟରେ ସେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଛନ୍ତି। ଆମ୍ ଆଦମୀ ପାର୍ଟି (ଏଏପି) ସଂଯୋଜକ ଅରବିନ୍ଦ କେଜ୍ରିୱାଲ, ନିଜ ଶୁଭେଚ୍ଛୁ, ନିକଟତର ସହଯୋଗୀଙ୍କ ସହ ଦିଲ୍ଲୀ ଉପରାଜ୍ୟପାଳ ଭିକେ ସକ୍‌ସେନାଙ୍କୁ ରାଜଭବନରେ ଭେଟି ନିଜ ଇସ୍ତଫା ପତ୍ର ପ୍ରଦାନ କରିଛନ୍ତି। ଉପରାଜ୍ୟପାଳ ମଧ୍ୟ ତାଙ୍କ ଇସ୍ତଫା ପତ୍ରକୁ ଗ୍ରହଣ କରିନେଇଛନ୍ତି। ପ୍ରକାଶ, ଦିଲ୍ଲୀ ଅବକାରୀ ଦୁର୍ନୀତି ମାମଲାରେ ଇଡି, ସିବିଆଇ ପକ୍ଷରୁ କେଜ୍ରିୱାଲ୍‌ଙ୍କୁ ମୁଖ୍ୟ ଅଭିଯୁକ୍ତ ଭାବେ ଦର୍ଶାଯାଇଆସୁଥିବା ବେଳେ ନିକଟରେ ସୁପ୍ରିମକୋର୍ଟ ତାଙ୍କୁ ଜାମିନ୍ ପ୍ରଦାନ କରିଥିଲେ। ଯାହାଫଳରେ ତିହାର ଜେଲ୍‌ରୁ ବାହାରିବା କେଜ୍ରିୱାଲ୍‌ଙ୍କ ପାଇଁ ସମ୍ଭବ ହୋଇପାରିଛି। ତେବେ ଜେଲ୍‌ରୁ ବାହାରିବା ମାତ୍ରେ କେଜ୍ରିୱାଲ୍ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେବେ ଏବଂ ଦିଲ୍ଲୀବାସୀ ତାଙ୍କୁ ପୁନର୍ବାର ନିର୍ବାଚିତ ନକରିବା ଯାଏ ସେ ମୁଖ୍ୟମନ୍ତ୍ରୀ ଆସନରେ ବସିବେ ନାହିଁ ବୋଲି ଘୋଷଣା କରିଥିଲେ। ୫୬ ବର୍ଷୀୟ ଅରବିନ୍ଦ କେଜ୍ରିୱାଲ ପ୍ରଥମ ଥର ପାଇଁ ୨୦୧୩, ଡିସେମ୍ବର ୨୮ ତାରିଖରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ହୋଇଥିଲେ। ତାଙ୍କ ଦଳ ମାତ୍ର ୨୮ଟି ଆସନ ଜିତିଥିଲେ ହେଁ କଂଗ୍ରେସର ୮ ଜଣ, ଜନତା ଦଳର ଏକମାତ୍ର ବିଧାୟକ ଓ ଜଣେ ସ୍ୱାଧୀନ ବିଧାୟକଙ୍କ ବାହ୍ୟ ସମର୍ଥନ ବଳରେ ସେ ଦିଲ୍ଲୀର ଦ୍ୱିତୀୟ ସର୍ବକନିଷ୍ଠ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଥିଲେ। କିନ୍ତୁ ସେ ମୁଖ୍ୟମନ୍ତ୍ରୀ ଭାବେ ଦିଲ୍ଲୀ ବିଧାନସଭାରେ ଜନ ଲୋକପାଳ ବିଲ ଉପସ୍ଥାପନ କରି ନପାରିବାରୁ ୨୦୧୪ ଫେବ୍ରୁଆରୀ ୧୪ରେ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଥିଲେ। ଏହାପରେ ଦିଲ୍ଲୀରେ ରାଷ୍ଟ୍ରପତି ଶାସନ ଲାଗୁ ହୋଇଥିଲା। କିନ୍ତୁ ୨୦୧୫ରେ ଅନୁଷ୍ଠିତ ଦିଲ୍ଲୀ ବିଧାନସଭା ନିର୍ବାଚନରେ କେଜ୍ରିୱାଲଙ୍କ ଦଳ ଆପ୍ ୭୦ରୁ ୬୭ଟି ଆସନ ଜିତି ରେକର୍ଡ କରିଥିଲା। ସେବେଠାରୁ କେଜ୍ରିୱାଲ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ରହିଆସିଛନ୍ତି। ଦିଲ୍ଲୀ ଅବକାରୀ ଦୁର୍ନୀତି ମାମଲାରେ ଛନ୍ଦି ହୋଇ ଜେଲ୍ ଯିବା ଏବଂ ଏହି କାରଣରୁ ଦିଲ୍ଲୀ ବିଧାନସଭାରେ ତାଙ୍କ ସରକାରଙ୍କ ବିଲ୍ ପଡ଼ିରହିବା କାରଣରୁ ଆଜି ୯ ବର୍ଷ ପରେ ସେ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେବାକୁ ବାଧ୍ୟ ହୋଇଛନ୍ତି। କେଜ୍ରିୱାଲ୍‌ଙ୍କ ଇସ୍ତଫା ପ୍ରଦାନ ସହ ଆପ୍ ପକ୍ଷରୁ ରାଜ୍ୟ ମନ୍ତ୍ରୀ ଥିବା ୪୧ ବର୍ଷୀୟା ଅତିଶୀ ମାର୍ଲେନାଙ୍କୁ ଦିଲ୍ଲୀର ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ ଭାବେ ଅବସ୍ଥାପିତ କରିବାକୁ ଦଳ ନିଷ୍ପତ୍ତି ନେଇଥିବା ସମ୍ପର୍କରେ ମଧ୍ୟ ରାଜ୍ୟପାଳଙ୍କୁ ସୂଚୀତ କରାଯାଇଥିଲା। ଏହି ପରିପ୍ରେକ୍ଷୀରେ ଅତିଶୀ, ଉପରାଜ୍ୟପାଳଙ୍କୁ ଭେଟି ସରକାର ଗଠନ ପାଇଁ ଦାବି ଜଣାଇଥିବା ସୂଚନା ମିଳିଛି। କେଜ୍ରିୱାଲ୍‌ଙ୍କ ସ୍ଥାନରେ ଦଳ କାହାକୁ ମୁଖ୍ୟମନ୍ତ୍ରୀ ପଦରେ ବସାଇବ ସେନେଇ ଆଜି ପୂର୍ବାହ୍ନରେ ବିଧାୟକ ଦଳ ବୈଠକ ବସିଥିଲା ଏବଂ ବ୍ୟାପକ ବିଚାର ବିମର୍ଶ କରାଯାଇଥିଲା। ଦଳଗତ ନିଷ୍ପତ୍ତି ଆଧାରରେ ଅତିଶୀଙ୍କୁ କେଜ୍ରିୱାଲ୍‌ଙ୍କ ସ୍ଥାନରେ ନୂତନ ମୁଖ୍ୟମନ୍ତ୍ରୀ କରିବାକୁ ସର୍ବସମ୍ମତିକ୍ରମେ ନିଷ୍ପତ୍ତି ନିଆଯାଇଥିଲା। ଅତିଶୀ, କେଜ୍ରିୱାଲ୍‌ଙ୍କ ଅତ୍ୟନ୍ତ ନିକଟତର, ଘନିଷ୍ଠ ତଥା ବିଶ୍ୱସ୍ତ ଭାବେ ଜଣାଶୁଣା ହୋଇଥିବା ବେଳେ କେଜ୍ରିୱାଲ୍ ତାଙ୍କ ଉପରେ ବିଶ୍ୱାସ ପ୍ରକଟ କରିଛନ୍ତି। ଏହି ମର୍ମରେ ଅତିଶୀଙ୍କୁ ମୁଖ୍ୟମନ୍ତ୍ରୀ ଭାବେ ଅବସ୍ଥାପିତ କରାଇବା ନେଇ ଦିଲ୍ଲୀ ଉପରାଜ୍ୟପାଳଙ୍କ ନିକଟରେ ଆମ୍ ଆଦ୍‌ମୀ ପାର୍ଟି ଦାବି ଉପସ୍ଥାପନା କରିଛି। କେଜ୍ରିୱାଲ୍‌ଙ୍କ ଇସ୍ତଫା ଏବଂ ସେ ମୁଖ୍ୟମନ୍ତ୍ରୀ ହେବା ନେଇ ଦଳ ପକ୍ଷରୁ ଦାବି ଉପସ୍ଥାପନ କରାଯିବା ପରେ ଅତିଶୀ ଗଣମାଧ୍ୟମରେ ନିଜ ପ୍ରତିକ୍ରିୟା ରଖିଛନ୍ତି। ଅତିଶି କହିଛନ୍ତି, କେଜ୍ରିୱାଲ୍ ଇସ୍ତଫା ଦେଇଥିଲେ ମଧ୍ୟ ସେ ଆଜି ବି ଦିଲ୍ଲୀବାସୀଙ୍କ ପାଇଁ ମୁଖ୍ୟମନ୍ତ୍ରୀ। ଆଗାମୀ ନିର୍ବାଚନରେ ଦିଲ୍ଲୀବାସୀ ପୁଣିଥରେ ନିଜ ପୁଅକୁ ମୁଖ୍ୟମନ୍ତ୍ରୀ ରୂପେ ବିଜୟୀ କରାଇବେ। କେଜ୍ରିୱାଲ୍‌ଙ୍କ ବିରୋଧରେ ବିଜେପି ମିଥ୍ୟା ଅଭିଯୋଗ ଆଣି ଜେଲ୍‌ରେ ଭର୍ତ୍ତି କରାଇଛି। ଦିଲ୍ଲୀବାସୀ ଏସବୁର ନ୍ୟାୟ କରିବେ। ପ୍ରକାଶ, ଆପ୍‌ର ରାଜନୀତିକ ବ୍ୟାପାର ସଦସ୍ୟ ଥିବା ଆତିଶୀ କାଲକାଜି ନିର୍ବାଚନ ମଣ୍ଡଳୀ ପ୍ରତିନିଧିତ୍ୱ କରୁଛନ୍ତି ଓ ପୂର୍ବ ଦିଲ୍ଲୀ ୟୁନିଟ ଦାୟିତ୍ୱରେ ଅଛନ୍ତି। ଶିକ୍ଷା ବିଭାଗର ପରାମର୍ଶଦାତା ଭାବେ ଆତିଶୀ ଦିଲ୍ଲୀ ସ୍କୁଲ ବ୍ୟବସ୍ଥାରେ ବ୍ୟାପକ ସଂସ୍କାର ଆଣିଥିଲେ। ତାଙ୍କ ପରାମର୍ଶରେ ସ୍କୁଲଗୁଡ଼ିକର ରୂପାନ୍ତରଣ ସହ ଗୁଣାନ୍ତରଣ ହୋଇଥିଲା। ୨୦୨୩ ମାର୍ଚ୍ଚ ମାସରେ ଆତିଶୀ ଦିଲ୍ଲୀର ମନ୍ତ୍ରୀ ହୋଇଥିଲେ। ଦିଲ୍ଲୀ ଅବକାରୀ ଦୁର୍ନୀତି ମାମଲାରେ ସମ୍ପୃକ୍ତ ଥିବା ଅଭିଯୋଗରେ ମନୀଷ ସିସୋଦିଆ ଜେଲ୍‌ରେ ଥିବା ବେଳେ ସେ କେଜ୍ରିୱାଲଙ୍କ ଡାହାଣ ହାତ ଭାବେ କାମ କରି ଦିଲ୍ଲୀ ସରକାରର ୧୪ଟି ବିଭାଗର ଦାୟିତ୍ୱ ନେଇଥିଲେ। ଏସବୁ ମଧ୍ୟରେ ଆମ୍ ଆଦ୍‌ମୀ ପାର୍ଟିର ରାଜ୍ୟସଭା ସାଂସଦ ସ୍ୱାତୀ ମାଲିୱାଲ୍‌, ଆପ୍ ପକ୍ଷରୁ ମୁଖ୍ୟମନ୍ତ୍ରୀ ଭାବେ ନବନିଯୁକ୍ତ ହେବାକୁ ଯାଉଥିବା ଅତିଶୀଙ୍କ ବିରୋଧରେ କିଛି ବିବାଦୀୟ ବୟାନ୍ ଦେଇଛନ୍ତି। ଏହାକୁ କେନ୍ଦ୍ର କରି ଆପ୍ ଏବେ ସ୍ୱାତୀ ମାଲିୱାଲ୍‌ଙ୍କୁ ଦଳରୁ ତଥା ରାଜ୍ୟସଭା ସାଂସଦ ପଦ ଛାଡିବାକୁ କହିଥିବା ସୂଚନା ମିଳିଛି। ପ୍ରକାଶ, ମୁଖ୍ୟମନ୍ତ୍ରୀ ଭାବେ ଅତିଶୀଙ୍କ ନାମ ଘୋଷଣା ହେବା ପରେ ସ୍ୱାତୀ ମାଲିୱାଲ୍ କହିଥିଲେ ଯେ, ‘ଆପ୍ ପାଇଁ ଦୁଃଖର ଦିନ ଆସିଲା। ଅତିଶୀଙ୍କ ବାପାମାଆ ଆତଙ୍କବାଦୀ ଆଫଜାଲ ଗୁରୁଙ୍କୁ ସାହାଯ୍ୟ କରିଛନ୍ତି।’ ଏହାକୁ ନେଇ ଆପ୍ ତୀବ୍ର ପ୍ରତିକ୍ରିୟାଶୀଳ ହୋଇପଡିଛି।

Post Views: 34
Tags: Kejriwalthe new Chief Minister of Delhi
Share200Tweet125Send
Voice of Victims

Voice of Victims

Recent Posts

  • ରାମନବମୀ ପାଇଁ ଦୁଇ ଦିନ ବନ୍ଦ ରହିବ ସରକାରୀ କାର୍ଯ୍ୟାଳୟ, ଛୁଟି ଘୋଷଣା କଲେ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ
  • ଆଜି ଅଶୋକାଷ୍ଟମୀ, ଗଡ଼ିବ ଲିଙ୍ଗରାଜଙ୍କ ରୁକୁଣା ରଥ
  • ରାଜ୍ୟରେ ତାଣ୍ଡବ ରଚୁଛି କାଳବୈଶାଖୀ, ଛାରଖାର ହୋଇଗଲା ମହୋତ୍ସବ ଲାଗି ପଡ଼ିଥିବା ଷ୍ଟଲ୍
  • ଘଡଘଡି , ବିଜୁଳି ସାଙ୍ଗକୁ କୁଆପଥର ବର୍ଷା
  • କଳସଯାତ୍ରା ରୁ ଆରମ୍ଭ ହେଲା ଶ୍ରୀରାମ ନବମୀ

Recent Comments

  1. A WordPress Commenter on ଭାରତ ବିରୋଧୀ ବିମର୍ଶ
  • About Us
  • Contact Us

Copyright © 2023.

No Result
View All Result
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା

Copyright © 2023.

Welcome Back!

Login to your account below

Forgotten Password?

Create New Account!

Fill the forms bellow to register

All fields are required. Log In

Retrieve your password

Please enter your username or email address to reset your password.

Log In