• About Us
  • Contact Us
Wednesday, March 25, 2026
  • Login
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା
No Result
View All Result
Home ବିଶେଷ ପୃଷ୍ଠା

ମୟୂରଭଞ୍ଜ ଓ କେନ୍ଦୁଝର ଜିଲ୍ଲାବାସୀଙ୍କର ଦୀର୍ଘଦିନର ରେଳସଂଯୋଗ ସ୍ୱପ୍ନ ସାକାର ହେବାକୁ ଯାଉଛି: ରେଳମନ୍ତ୍ରୀ

by Voice of Victims
December 8, 2024
in ବିଶେଷ ପୃଷ୍ଠା, ମୁଖ୍ୟ ଖବର, ରାଜ୍ୟ
ମୟୂରଭଞ୍ଜ ଓ କେନ୍ଦୁଝର ଜିଲ୍ଲାବାସୀଙ୍କର ଦୀର୍ଘଦିନର ରେଳସଂଯୋଗ ସ୍ୱପ୍ନ ସାକାର ହେବାକୁ ଯାଉଛି: ରେଳମନ୍ତ୍ରୀ

ଭୁବନେଶ୍ୱର: ମୟୂରଭଞ୍ଜ-କେନ୍ଦୁଝର ଜିଲ୍ଲାରେ ରେଳ ସଂଯୋଗରେ ସୁଧାର ଆଣିବା ପାଇଁ ମାନ୍ୟବର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଗତ ନିର୍ବାଚନ ପ୍ରଚାର ସମୟରେ ଦେଇଥିବା ପ୍ରତିଶ୍ରୁତି ଆଜି ସାକାର ରୂପ ନେବାକୁ ଯାଉଛି ବୋଲି କେନ୍ଦ୍ର ରେଳ, ସୂଚନା ଓ ପ୍ରସାରଣ ଏବଂ ଇଲେକ୍ଟ୍ରୋନିକ୍ସ ଓ ଆଇଟି ମନ୍ତ୍ରୀ ଶ୍ରୀ ଅଶ୍ୱିନୀ ବୈଷ୍ଣବ କହିଛନ୍ତି। ଆଜି ମୟୂରଭଞ୍ଜ ଜିଲ୍ଲାର ବାଙ୍ଗିରିପୋଷି ଠାରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଦ୍ୱାରା ଏକାଧିକ ରେଳ ପ୍ରକଳ୍ପର ଶିଳାନ୍ୟାସ ସମାରୋହରେ ଉଦବୋଧନ ଦେଇ ଶ୍ରୀ ବୈଷ୍ଣବ କହିଛନ୍ତି, ଆଜି ବାଙ୍ଗିରିପୋଷି-ଗୋରୁମହିଷାଣୀ, ବାଦାମପାହାଡ଼-କେନ୍ଦୁଝର ଏବଂ ବୁଢ଼ାମରା-ଚକୁଳିଆ ରେଳଲାଇନ ନିର୍ମାଣ ପାଇଁ ଶିଳାନ୍ୟାସ ହୋଇଛି। ସେ କହିଛନ୍ତି, ରାଷ୍ଟ୍ରପତି ଏହି ସମାରୋହରେ ଯୋଗ ଦେବା ସୌଭାଗ୍ୟର ବିଷୟ। ଆଜି ଅଞ୍ଚଳବାସୀଙ୍କ ସ୍ୱପ୍ନ ପୂରଣ ହୋଇଛି । ଏସବୁ ରେଳ ପ୍ରକଳ୍ପ ପାଇଁ ଦୀର୍ଘଦିନରୁ ଦାବି ହୋଇଆସୁଥିଲା। ତେବେ ଏହାକୁ ପୂରଣ କରିବା ପାଇଁ ଇଚ୍ଛାଶକ୍ତି କେବଳ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ପାଖରେ ରହିଥିଲା । ଆଜି ଏସବୁ ପ୍ରକଳ୍ପ ପାଇଁ ଶିଳାନ୍ୟାସ ଆକାରରେ ତାହା ପ୍ରମାଣିତ ହୋଇଛି ବୋଲି ଶ୍ରୀ ବୈଷ୍ଣବ କହିଥିଲେ। ଅନ୍ୟପକ୍ଷରେ ଏସବୁ ରେଳ ପ୍ରକଳ୍ପ ନିର୍ମାଣ ପାଇଁ ରାଷ୍ଟ୍ରପତିଙ୍କ ମାର୍ଗଦର୍ଶନ ବିଷୟରେ ମଧ୍ୟ ଶ୍ରୀ ବୈଷ୍ଣବ ଉଲ୍ଲେଖ କରିଥିଲେ। ସେ କହିଥିଲେ, ରାଷ୍ଟ୍ରପତି ବାରମ୍ବାର ଏସବୁ ପ୍ରକଳ୍ପ ନିର୍ମାଣ ପାଇଁ ପରାମର୍ଶ ଦେଉଥିଲେ। ବାଙ୍ଗିରିପୋଷି-ଗୋରୁମହିଷାଣୀ ରେଳ ପ୍ରକଳ୍ପରେ ୨,୫୪୯ କୋଟି ଟଙ୍କା ଖର୍ଚ୍ଚ ହେବ। ଏହା ୟୁନେସ୍କୋ ଜୈବ ଐତିହ୍ୟସ୍ଥଳ ଶିମିଳିପାଳକୁ ରେଳ ସଂଯୋଗ ଯୋଗାଇ ଦେବ।ବାଦାମପାହାଡ଼-କେନ୍ଦୁଝର ୨୧୦୬ କୋଟି ଟଙ୍କାରେ ରେଳ ଲାଇନ ନିର୍ମାଣ କରାଯିବ । ଏହାଦ୍ୱାରା ଖିଚିଂର କିଚକେଶ୍ୱରୀ ମନ୍ଦିରକୁ ରେଳ ସଂଯୋଗ ସୁବିଧା ମିଳିବ। ବୁଢ଼ାମରା-ଚକୁଳିଆ ୧୬୪୯ କୋଟି ଟଙ୍କାର ଏହି ପ୍ରକଳ୍ପର ସମ୍ପୂର୍ଣ୍ଣ ଉତ୍ତର ଭାଗକୁ ରେଳ ସଂଯୋଗ ଯୋଗାଇ ଦେବ ବୋଲି ରେଳ ମନ୍ତ୍ରୀ ସୂଚନା ଦେଇଥିଲେ। ସେ ଆହୁରି କହିଥିଲେ, ବର୍ଷେ ତଳେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ତିନୋଟି ରେଳ ଲାଇନ ପାଇଁ ପ୍ରତିଶ୍ରୁତି ଦେଇଥିଲେ। ତାହା ମଧ୍ୟ ପୂରଣ ହୋଇଛି। ବାଦାମପାହଡ଼ରୁ ଟାଟାନଗର ମେମୁ ଟ୍ରେନ ଚାଲିବା ଆରମ୍ଭ କରିଥିବା ବେଳେ ଏଠାରୁ କୋଲକାତା ଓ ରାଉରକେଲାକୁ ମଧ୍ୟ ରେଳ ଚଳାଚଳ ଆରମ୍ଭ କରିଛି।ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତୃତୀୟ ଥର କ୍ଷମତାକୁ ଆସିବା ପରେ ଓଡ଼ିଶାକୁ ୧୯ ହଜାର କୋଟି ଟଙ୍କାରୁ ଅଧିକ ମୂଲ୍ୟର ରେଳ ପ୍ରକଳ୍ପ ମଞ୍ଜୁର କରିଛନ୍ତି ବୋଲି ରେଳମନ୍ତ୍ରୀ କହିଥିଲେ । ପୂର୍ବରୁ ରାଜ୍ୟକୁ ମାତ୍ର ୮୦୦ କୋଟି ଟଙ୍କାର ରେଳ ଅନୁଦାନ ମିଳୁଥିବା ବେଳେ ପ୍ରଧାନମନ୍ତ୍ରୀ ମୋଦୀ ୧୦ହଜାର ୫୦୦ କୋଟି ଟଙ୍କାରୁ ଅଧିକ ରେଳ ଅନୁଦାନ ପ୍ରଦାନ କରିଛନ୍ତି। ଅଧିକାଂଶ ପ୍ରକଳ୍ପ ଆଦିବାସୀ ଅଞ୍ଚଳକୁ ମିଳିଛି । ଗୁଣୁପୁର ଥେରୁବାଲି ରେଳଲାଇନ ପାଇଁ ୧୩୨୬ କୋଟି ଟଙ୍କା, ଜୁନାଗଡ଼-ନବରଙ୍ଗପୁର ରେଳଲାଇନ ପାଇଁ ୩୨୭୪, ମାଲନାଗିରି-ଭଦ୍ରାଚଳମ ପାଇଁ ୪୧୦୯ କୋଟି ଟଙ୍କା, ସରଡେଗା-ଭାଲୁମୁଡ଼ା ୧୩୬୦ କୋଟି ଟଙ୍କା, ବରଗଡ଼ ରୋଡ-ନୂଆପଡ଼ା ରେଳ ଲାଇନ ପାଇଁ ୨୯୨୬ କୋଟି ଟଙ୍କା ମଞ୍ଜୁର କରାଯାଇଛି । କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ସହଯୋଗରେ ଓଡ଼ିଶାର ବିକାଶଧାରା ତ୍ୱରାନ୍ୱିତ ହେବ ବୋଲି କେନ୍ଦ୍ରମନ୍ତ୍ରୀ କହିଥିଲେ। ସେ ଆହୁରି କହିଥିଲେ, ଏବେ ଓଡ଼ିଶାରେ ୬ଟି ବନ୍ଦେ ଭାରତ ଏକ୍ସପ୍ରେସ ଚାଲୁଛି। ୫୯ଟି ଷ୍ଟେସନକୁ ଅମୃତ ଭାରତ ଷ୍ଟେସନ ଭାବେ ବିକଶିତ କରାଯାଉଛି। ଏହି ଅବସରରେ ସୂଚନା ଓ ପ୍ରସାରଣ ମନ୍ତ୍ରୀ ଶ୍ରୀ ବୈଷ୍ଣବ ଘୋଷଣା କରିଥିଲେ ଯେ ଆସନ୍ତା ୬ରୁ୭ ଦିନ ମଧ୍ୟରେ ଦୂରଦର୍ଶନ ଓଡ଼ିଆରେ ସାନ୍ତାଳି ଭାଷାରେ ସମାଚାର ପ୍ରସାରଣ ଆରମ୍ଭ ହେବ। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଏଥିପାଇଁ ଦେଇଥିବା ପ୍ରତିଶ୍ରୁତି ଆଜି ପୂରଣ ହେବାକୁ ଯାଉଛି । ସେ କହିଥିଲେ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦେଶର ଆଦିବାସୀ ସମାଜକୁ ସବୁବେଳେ ସମ୍ମାନ, ସମର୍ପଣ ଓ ପ୍ରତିବଦ୍ଧତା ପ୍ରଦର୍ଶନ କରିଆସିଛନ୍ତି ଏବଂ ସେମାନଙ୍କ କଲ୍ୟାଣ ପାଇଁ ପଦକ୍ଷେପ ନେଇଛନ୍ତି । ଫଳସ୍ୱରୂପ ଆଜି ଏହି ସମ୍ପ୍ରଦାୟର ମହାନ ବ୍ୟକ୍ତିତ୍ୱମାନେ ମାନନୀୟ ରାଷ୍ଟ୍ରପତି, ଓଡ଼ିଶାର ମୁଖ୍ୟମନ୍ତ୍ରୀ ଏବଂ କେନ୍ଦ୍ର ଆଦିବାସୀ ବ୍ୟାପାର ମନ୍ତ୍ରୀ ଭାବେ ଦାୟିତ୍ୱ ନିର୍ବାହ କରି ଆସୁଛନ୍ତି ବୋଲି କେନ୍ଦ୍ର ମନ୍ତ୍ରୀ କହିଥିଲେ।ସୂଚନାଯୋଗ୍ୟ ଆଜି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ମୟୂରଭଞ୍ଜ ଜିଲ୍ଲାରେ ତିନୋଟି ରେଳ ଲାଇନ- ବାଙ୍ଗିରିପୋଷି-ଗୋରାମହିଷାଣୀ; ବୁଢ଼ାମରା-ଚକୁଳିଆ; ଏବଂ ବାଦାମପାହାଡ଼-କେନ୍ଦୁଝରଗଡ; ସମେତ ଆଦିବାସୀ ଗବେଷଣା ଏବଂ ବିକାଶ କେନ୍ଦ୍ର, ଦାଣ୍ଡବୋସ ବିମାନ ବନ୍ଦର; ଏବଂ ରାଇରଙ୍ଗପୁର ସବ୍-ଡିଭିଜନାଲ ହସ୍ପିଟାଲର ନୂତନ ଅଟ୍ଟାଳିକା ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି। ଏହି କାର୍ଯ୍ୟକ୍ରମରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, କେନ୍ଦ୍ର ଆଦିବାସୀ ବ୍ୟାପାର ମନ୍ତ୍ରୀ ଜୁଏଲ ଓରାମଙ୍କ ସମେତ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଯୋଗ ଦେଇଥିଲେ।

Post Views: 37
Share198Tweet124Send
Voice of Victims

Voice of Victims

Recent Posts

  • ଦିଲ୍ଲୀ ବିଧାନସଭାକୁ ମିଳିଲା ବୋମା ଧମକ, ମୋଦି ଓ ଅମିତ ଶାହଙ୍କୁ ଟାର୍ଗେଟ୍ !
  • ଥାନା ଭିତରେ ରକ୍ତ ଛିଟା, ଦୁଇ ପରିବାରର ଜାଗା ବାଡ଼ିକୁ ନେଇ ପୋଲିସ ଉପସ୍ଥିତିରେ ମାରପିଟ୍
  • ଭୁଲ ଇଞ୍ଜେକ୍ସନ ପାଇଁ ଶିଶୁ ମୃତ୍ୟୁ ଅଭିଯୋଗ, କ୍ୟାପିଟାଲ ହସ୍ପିଟାଲରେ ଉତ୍ତେଜନା
  • କାଲିଠୁ ରତ୍ନଭଣ୍ଡାର ଅଳଙ୍କାର ଗଣତି ମଣତି ଆରମ୍ଭ, ଏସଓପି ଆଧାରରେ ସମସ୍ତ କାର୍ଯ୍ୟ ସୁରୁଖୁରୁରେ କରାଯିବ
  • ଜଳିଗଲା ୨ ବଖରା ଛପର ଘର, ଲୋକମାନଙ୍କର ଉଡିଗଲା ହୋସ !

Recent Comments

  1. A WordPress Commenter on ଭାରତ ବିରୋଧୀ ବିମର୍ଶ
  • About Us
  • Contact Us

Copyright © 2023.

No Result
View All Result
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା

Copyright © 2023.

Welcome Back!

Login to your account below

Forgotten Password?

Create New Account!

Fill the forms bellow to register

All fields are required. Log In

Retrieve your password

Please enter your username or email address to reset your password.

Log In