• About Us
  • Contact Us
Sunday, April 5, 2026
  • Login
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା
No Result
View All Result
Home ଆଞ୍ଚଳିକ ଖବର

ନଭେମ୍ବର ୧ରୁ ଆରମ୍ଭ ହେବ ଖରିଫ ଧାନ ସଂଗ୍ରହ, କେବଳ ପଞ୍ଜିକୃତ ଚାଷୀଙ୍କ ଠାରୁ ହେବ ଧାନ ସଂଗ୍ରହ

by Voice of Victims
July 22, 2025
in ଆଞ୍ଚଳିକ ଖବର, ମୁଖ୍ୟ ଖବର
ରାଶନ କାର୍ଡକୁ ନେଇ ଅପଡେଟ୍ ଦେଲେ ଯୋଗାଣ ମନ୍ତ୍ରୀ

ଭୁବନେଶ୍ୱର: ଚଳିତ ଖରିଫ ଋତୁ ପାଇଁ ଆସନ୍ତା ନଭେମ୍ବର ଏକ ତାରିଖରୁ ଆରମ୍ଭ ହେବ ଧାନ କିଣା । ଖରିଫ ବିପଣନ ବର୍ଷ ବା ଧାନ ସଂଗ୍ରହ ବର୍ଷ ୨୦୨୫-୨୬ ପାଇଁ ଧାନ କ୍ରୟ ଆସନ୍ତା ନଭେମ୍ବର ଏକ ୨୦୨୫ରୁ ଆରମ୍ଭ ହେବ । ଧାନ କିଣା ନଭେମ୍ବର ଏକ ତାରିଖରୁ ଏହା ଆରମ୍ଭ ହୋଇ ମାର୍ଚ୍ଚ ୩୧, ୨୦୨୬ ଯାଏଁ ଚାଲିବ l ଏନେଇ ଯୋଗାଣ ବିଭାଗ ମନ୍ତ୍ରୀ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି । କେବଳ ପଞ୍ଜିକୃତ ଚାଷୀମାନଙ୍କ ଠାରୁ ସରକାର ଧାନ ସଂଗ୍ରହ କରିବେ l ଏଥି ପାଇଁ ଚାଷୀମାନେ ନିକଟସ୍ଥ ଅନୁମୋଦିତ ପାକ୍ସ, ଲାମ୍ପସ୍, ମହିଳା ସ୍ବୟଂ ସହାୟକ ଗୋଷ୍ଠୀ, ପାଣି ପଞ୍ଚାୟତମାନଙ୍କ ଜରିଆରେ ଆଗୁଆ ପଞ୍ଜିକରଣ କରିପାରିବେ । ଏନେଇ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ଓଡ଼ିଶାର ଚାଷୀଙ୍କୁ ନିମ୍ନ ଲିଖିତ ଦିଗ ଉପରେ ଗୁରୁତ୍ବାରୋପ କରିବାକୁ ପରାମର୍ଶ ଦେଇଛନ୍ତି ।

  • ଚଳିତ ଖରିଫ ଋତୁରେ ସମସ୍ତ ଚାଷୀଙ୍କ ପଞ୍ଜିକରଣ ନୂତନ ଭାବେ ହେବ । ଚାଷୀ ଏବଂ ଭାଗଚାଷୀଙ୍କ ଆଧାର e-KYC ମାଧ୍ୟମରେ ଚାଷୀ ପଞ୍ଜିକରଣ କରାଯିବ ।
  • ସରକାରଙ୍କୁ ଧାନ ବିକ୍ରି ପାଇଁ ‘ଆଧାର’ ହେବ ଏକ ମାତ୍ର ପରିଚୟ ପତ୍ର l ଧାନ ବିକ୍ରୟ ସମୟରେ ‘ଆଧାର’ ମାଧ୍ୟମରେ ପଞ୍ଜିକୃତ ଚାଷୀଙ୍କ ବାୟୋମେଟ୍ରିକ୍ ଚିହ୍ନଟୀକରଣ (e-KYC) ପ୍ରକ୍ରିୟା ଅବଲମ୍ବନ କରାଯିବ l
  • ଭାଗଚାଷୀ ମାନଙ୍କ ପାଇଁ ଜମି ମାଲିକଙ୍କ ସହମତି ପତ୍ର ଏବଂ ମୃତ କିମ୍ବା ଯୁଗ୍ମ ପଟ୍ଟା କ୍ଷେତ୍ରରେ ଖାତାଦାରଙ୍କ ସହମତି ପତ୍ରକୁ P-PASରେ ଅପଲୋଡ କରିବାକୁ ପଡିବ ।
  • ପଞ୍ଜିକୃତ ଚାଷୀଙ୍କୁ, ଚାଷୀ ପଞ୍ଜିକରଣର ପ୍ରାପ୍ତି ସ୍ବୀକାର ପତ୍ର ପ୍ରଦାନ କରାଯିବାର ବ୍ୟବସ୍ତା କରାଯାଇଛି |
  • ଆଧାର e -KYC ହୋଇଥିବା ବ୍ୟାଙ୍କ ଖାତା ଜରିଆରେ ଧାନ ବିକ୍ରୟରେ ପ୍ରାପ୍ୟ ପ୍ରଦାନ କରାଯିବ |
  • କ୍ରୟକାରୀ ସମିତି (ପ୍ୟାକ୍ସ/ଲ୍ୟାମ୍ପ୍ସ/ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ/ପାଣି ପଞ୍ଚାୟତ)ମାନେ ଅଧିକରୁ ଅଧିକ ପ୍ରକୃତ ଚାଷୀ, କ୍ଷୁଦ୍ର ଓ ନାମମାତ୍ର ଏବଂ ଭାଗଚାଷୀମାନଙ୍କୁ ଧାନ ସଂଗ୍ରହ ବ୍ୟବସ୍ଥାରେ ସାମିଲ କରାଇବେ l
  • ସରକାର ପ୍ରକୃତ ଚାଷୀ, କ୍ଷୁଦ୍ର ଓ ନାମମାତ୍ର ଏବଂ ଭାଗଚାଷୀଙ୍କ ଉତ୍ପାଦିତ ଧାନର କ୍ରୟ ଉପରେ ଗୁରୁତ୍ୱ ଦେଉଛନ୍ତି ।
Post Views: 55
Share199Tweet124Send
Voice of Victims

Voice of Victims

Recent Posts

  • ଆମେରିକା ଯୁଦ୍ଧ ବିମାନକୁ ଖସାଇବା ପରେ ଇରାନର ଘୋଷଣା, ପାଇଲଟକୁ ଧରାଇଲେ ମିଳିବ ୫୫ ଲକ୍ଷ ଟଙ୍କା
  • ଭାରତକୁ ପାକିସ୍ତାନର ଧମକ, ଦୁଃସାହସ କଲେ ଆମେ କୋଲକାତା ପର୍ଯ୍ୟନ୍ତ ଆକ୍ରମଣ କରିବୁ
  • ଆଜିଠୁ ରାଜ୍ୟରେ ବଢ଼ିବ କାଳବୈଶାଖୀ ପ୍ରଭାବ, ୮ ତାରିଖ ଯାଏ କାଳବୈଶାଖୀ ସମ୍ଭାବନା
  • ‘ସ୍ୱ-ଗଣନା’ ପ୍ରକ୍ରିୟାରେ ଭାଗ ନେଲେ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ
  • ଏଣିକି e-KYC ବିନା ମିଳିବନି ସିଲିଣ୍ଡର, ଓଡ଼ିଶାରେ ଗ୍ୟାସ ଗ୍ରାହକଙ୍କ ପାଇଁ ବଡ଼ ନିୟମ

Recent Comments

  1. A WordPress Commenter on ଭାରତ ବିରୋଧୀ ବିମର୍ଶ
  • About Us
  • Contact Us

Copyright © 2023.

No Result
View All Result
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା

Copyright © 2023.

Welcome Back!

Login to your account below

Forgotten Password?

Create New Account!

Fill the forms bellow to register

All fields are required. Log In

Retrieve your password

Please enter your username or email address to reset your password.

Log In