• About Us
  • Contact Us
Wednesday, March 25, 2026
  • Login
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା
No Result
View All Result
Home ବିଶେଷ ପୃଷ୍ଠା

ଜାଣନ୍ତୁ ନୂତନ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ସମ୍ପର୍କରେ…

by Voice of Victims
June 11, 2024
in ବିଶେଷ ପୃଷ୍ଠା, ମୁଖ୍ୟ ଖବର, ରାଜ୍ୟ
ଜାଣନ୍ତୁ ନୂତନ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ସମ୍ପର୍କରେ…

ଭୁବନେଶ୍ବର : ଓଡ଼ିଶାର ନୂଆ ମୁଖ୍ୟମନ୍ତ୍ରୀ ଭାବେ ମୋହନ ଚରଣ ମାଝୀଙ୍କ ନାମ ଆସିବା ପରେ ତାଙ୍କୁ ନେଇ ଚର୍ଚ୍ଚା ଜାରୀ ରହିଛି। କାରଣ ସେ ଦୀର୍ଘ 24 ବର୍ଷ ଧରି ମୁଖ୍ୟମନ୍ତ୍ରୀ ଆସନରେ ବସିଥିବା ନବୀନ ପଟ୍ଟନାୟକଙ୍କୁ ହଟାଇ ସେଠାରେ ସେ ବସିବେ। ତେଣୁ ଓଡିଶାର ଗାଁ ଗହଳିଠାରୁ ଆରମ୍ଭ କରି ସାରା ଦେଶରେ ମୋହନ ମାଝୀ କିଏ ଆଲୋଚନା ଆରମ୍ଭ ହୋଇଯାଇଛି। ବର୍ତ୍ତମାନ କେନ୍ଦୁଝର ସଦର ବିଧାୟକ ହେଉଛନ୍ତି ୫୨ ବର୍ଷୀୟ ମୋହନ ମାଝୀ। ସେ ୪ ଥର ବିଧାୟକ ଭାବେ ନିର୍ବାଚିତ ହୋଇଆସୁଛନ୍ତି। ରାଜ୍ୟ ବିଜେପିର ଟାଣୁଆ ଆଦିବାସୀ ନେତା। ଗତ ବିଧାନସଭାରେ ସେ ବିରୋଧୀ ଦଳ ମୁଖ୍ୟ ସଚେତକ ରହିଥିଲେ। ସେ ନେତା ଭାବରେ ଯେତିକି ପରିଚିତ, ଜଣେ ଶାନ୍ତ ଶିଷ୍ଠ ମଣିଷ ଭାବେ ସେତିକି ପରିଚିତ। ମୋହନ ଚରଣ ମାଝୀ ୬ ଜାନୁଆରୀ ୧୯୭୨ରେ କେନ୍ଦୁଝରର ରାଇକଳାରେ ଜନ୍ମ ଗ୍ରହଣ କରିଥିଲେ। ଶିକ୍ଷା ସମାପ୍ତ ପରେ ମୋହନ ମାଝୀ ୧୯୯୪ ମସିହାରେ ଝୁମ୍ପୁରା ସରସ୍ବତୀ ଶିଶୁ ବିଦ୍ୟାମନ୍ଦିରରେ ଗୁରୁଜୀ ଭାବେ କାମ କରୁଥିଲେ। ଶିକ୍ଷକତା ଛାଡି ସେ ୧୯୯୭ ରେ ରାଇକଳା ପଞ୍ଚାୟତର ସରପଞ୍ଚ ଭାବେ ନିର୍ବାଚିତ ହୋଇ ନିଜର ରାଜନୈତିକ ଯାତ୍ରା ଆରମ୍ଭ କରିଥିଲେ। ସରପଞ୍ଚ ଥିବା ଭିତରେ ସେ ୨୦୦୦ ମସିହାରେ ପ୍ରଥମ ଥର ପାଇଁ ବିଧାୟକ ଭାବେ ନିର୍ବାଚିତ ହେଲେ। ସେ ବିଜେପି ପ୍ରାର୍ଥୀ ଭାବେ କେନ୍ଦୁଝର ସଦର ବିଧାନସଭା ନିର୍ବାଚନ ମଣ୍ଡଳୀରୁ କଂଗ୍ରେସର ପ୍ରାର୍ଥୀ ଜଗଦିଶ ନାଏକଙ୍କୁ ହରାଇ ବିଜୟୀ ହୋଇଥିଲେ। ୨୦୦୦ ମସିହା ପରେ ମୋହନ ପୁଣି ଲଗାତର ୨୦୦୪ରେ ବିଧାୟକ ଭାବେ ନିର୍ବାଚତ ହୋଇଥିଲେ। ୨୦୦୦ ଓ ୨୦୦୪ରେ ଳଗାତର ବିଜୟ ପରେ ମୋହନ ଚରଣ ମାଝୀ ୨୦୦୯ ଓ ୨୦୧୪ରେ ପରାଜୟ ବରଣ କରିଥିଲେ। ପ୍ରଥମେ ଦୁଇଟି ବିଜୟ ପରେ ଦୁଇଟି ପରାଜୟର ବରଣ କରିବା ପରେ ମୋହନ ପୁଣି ୨୦୧୯ରେ ନିର୍ବାଚିତ ହୋଇଥିଲେ। ସେତେବେଳେ ମୋହନଙ୍କୁ ବିରୋଧୀ ଦଳ ମୁଖ୍ୟ ସଚେତକ କରାଯାଇଥିଲା। ଏବେ ଭାଗ୍ୟ ସାଥ ଦେବାରୁ ସେ ସରପଞ୍ଚରୁ ବର୍ତ୍ତମାନ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବାକୁ ଯାଉଛନ୍ତି।

Post Views: 31
Share201Tweet126Send
Voice of Victims

Voice of Victims

Recent Posts

  • ଦିଲ୍ଲୀ ବିଧାନସଭାକୁ ମିଳିଲା ବୋମା ଧମକ, ମୋଦି ଓ ଅମିତ ଶାହଙ୍କୁ ଟାର୍ଗେଟ୍ !
  • ଥାନା ଭିତରେ ରକ୍ତ ଛିଟା, ଦୁଇ ପରିବାରର ଜାଗା ବାଡ଼ିକୁ ନେଇ ପୋଲିସ ଉପସ୍ଥିତିରେ ମାରପିଟ୍
  • ଭୁଲ ଇଞ୍ଜେକ୍ସନ ପାଇଁ ଶିଶୁ ମୃତ୍ୟୁ ଅଭିଯୋଗ, କ୍ୟାପିଟାଲ ହସ୍ପିଟାଲରେ ଉତ୍ତେଜନା
  • କାଲିଠୁ ରତ୍ନଭଣ୍ଡାର ଅଳଙ୍କାର ଗଣତି ମଣତି ଆରମ୍ଭ, ଏସଓପି ଆଧାରରେ ସମସ୍ତ କାର୍ଯ୍ୟ ସୁରୁଖୁରୁରେ କରାଯିବ
  • ଜଳିଗଲା ୨ ବଖରା ଛପର ଘର, ଲୋକମାନଙ୍କର ଉଡିଗଲା ହୋସ !

Recent Comments

  1. A WordPress Commenter on ଭାରତ ବିରୋଧୀ ବିମର୍ଶ
  • About Us
  • Contact Us

Copyright © 2023.

No Result
View All Result
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା

Copyright © 2023.

Welcome Back!

Login to your account below

Forgotten Password?

Create New Account!

Fill the forms bellow to register

All fields are required. Log In

Retrieve your password

Please enter your username or email address to reset your password.

Log In