• About Us
  • Contact Us
Friday, March 27, 2026
  • Login
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା
No Result
View All Result
Home ଦେଶ ବିଦେଶ

କୋଲକାତା ଦୁଷ୍କର୍ମ ଓ ହତ୍ୟା ଘଟଣା: ମମତା ସରକାରଙ୍କ ଉପରେ ବର୍ଷିଲେ ସୁପ୍ରିମକୋର୍ଟ

by Voice of Victims
August 20, 2024
in ଦେଶ ବିଦେଶ, ବିଶେଷ ପୃଷ୍ଠା, ମୁଖ୍ୟ ଖବର
କୋଲକାତା ଦୁଷ୍କର୍ମ ଓ ହତ୍ୟା ଘଟଣା: ମମତା ସରକାରଙ୍କ ଉପରେ ବର୍ଷିଲେ ସୁପ୍ରିମକୋର୍ଟ

କୋଲକାତା : କୋଲକାତା ଦୁଷ୍କର୍ମ ଓ ହତ୍ୟା ଘଟଣାରେ ମଙ୍ଗଳବାର ଠାରୁ ସୁପ୍ରିମକୋର୍ଟଙ୍କ ୩ଜଣିଆ ଖଣ୍ଡପୀଠରେ ଶୁଣାଣି ଆରମ୍ଭ ହୋଇଛି। ସୁପ୍ରିମକୋର୍ଟ ଏପ୍ରକାର ଏକ ସମ୍ବେଦନଶୀଳ ଘଟଣାରେ ରାଜ୍ୟ ସରକାରଙ୍କ ଉଦାସୀନ ମନୋଭାବକୁ ତୀବ୍ର ସମାଲୋଚନା କରିଛନ୍ତି। ଏଥିସହ ରାଜ୍ୟ ପୁଲିସ୍ ପ୍ରଶାସନକୁ ତୀବ୍ର ଭର୍ତ୍ସନା ସହ ଏଫ୍‌ଆଇଆର୍ ରୁଜୁ କରାଯିବାରେ ଏତେ ବିଳମ୍ବ କାହିଁକି ହୋଇଥିଲା, ପୀଡିତାଙ୍କ ଶବ ସତ୍କାର ପରେ କାହିଁକି ଏଫ୍‌ଆଇଆର୍ ରୁଜୁ କରାଗଲା ବୋଲି ପ୍ରଶ୍ନ କରିଛନ୍ତି। ଏତଦ୍‌ବ୍ୟତୀତ ଏହି ଘଟଣାରେ ତଦନ୍ତ କରୁଥିବା ସିବିଆଇକୁ ସୁପ୍ରିମକୋର୍ଟ ବର୍ତ୍ତମାନ ସୁଦ୍ଧା ଏହି ମାମଲାରେ କ’ଣ ସବୁ ପଦକ୍ଷେପ ଗ୍ରହଣ କରାଯାଇଛି, ତଦନ୍ତ କେତେ ଦୂର ପହଞ୍ଚିଛି ବୋଲି ସେନେଇ ଗୁରୁବାର ସୁଦ୍ଧା ଷ୍ଟାଟସ୍ ରିପୋର୍ଟ ଦାଖଲ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଆସନ୍ତା ୨୨ ତାରିଖରେ ଏହି ମାମଲାର ପରବର୍ତ୍ତୀ ଶୁଣାଣି ହେବ ବୋଲି ସୁପ୍ରିମକୋର୍ଟ ତାରିଖ ଧାର୍ଯ୍ୟ କରିଛନ୍ତି। ଆଜି ଶୁଣାଣି ସମୟରେ ସିଜେଆଇ ଜଷ୍ଟିସ୍ ଡିୱାଇ ଚନ୍ଦ୍ରଚୂଡଙ୍କ ଅଧ୍ୟକ୍ଷତାରେ ଗଠିତ ଖଣ୍ଡପୀଠ କହିଛନ୍ତି, ଦେଶ ଆଉ ଏକ ଦୁଷ୍କର୍ମ ଘଟଣା ଘଟିବା ଯାଏ ଅପେକ୍ଷା କରିପାରିବ ନାହିଁ। ତୃଣମୂଳସ୍ତରରେ ପରିବର୍ତ୍ତନ ହେବା ଆଶାରେ ଅପେକ୍ଷା କରାଯାଇପାରିବ ନାହିଁ। ଏଭଳି ଅପରାଧ କ୍ଷେତ୍ରରେ ଦୃଷ୍ଟାନ୍ତମୂଳକ ଦଣ୍ଡବିଧାନ କରାଯିବା ଉଚିତ୍‌। ପରିସ୍ଥିତିକୁ ଅଧିକ ଖରାପ ହେବାକୁ ନଦେବା ରାଜ୍ୟସରକାରଙ୍କ ପ୍ରାଥମିକତା ହେବା ଉଚିତ୍‌। କର୍ମକ୍ଷେତ୍ରରେ ମହିଳାଙ୍କ ସୁରକ୍ଷା ସୁନିଶ୍ଚିତ କରାଯିବା ଉଚିତ୍‌। ଦେଶରେ ଯଦି ମହିଳାମାନେ ସୁରକ୍ଷିତ ନୁହନ୍ତି, ତା’ହେଲେ ସମ୍ବିଧାନରେ ଥିବା ସମାନ ଅଧିକାର କ’ଣ? ଏହାର ଅର୍ଥ ଆମେ ଦେଶର ମହିଳାଙ୍କୁ ମୂଳ ସମାନତା ଅଧିକାର ଦେବାକୁ ମନା କରୁଛେ, ଏହାର ମାନେ କ’ଣ? ଦେଶର ଜଣେ ଝିଅ ସହ ଅନ୍ୟାୟ ହୋଇଛି, ଡାକ୍ତର, ଓକିଲ, ମହିଳା ଓ ଅନ୍ୟମାନେ ଶାନ୍ତିପୂର୍ଣ୍ଣ ଭାବେ ଆନ୍ଦୋଳନ କରୁଛନ୍ତି। ଏଭଳି ଶାନ୍ତିପୂର୍ଣ୍ଣ ଆନ୍ଦୋଳନକାରୀଙ୍କ ଉପରେ ରାଜ୍ୟ ସରକାର ନିଜ କ୍ଷମତାର ବ୍ୟବହାର କରିବାର କୌଣସି ଆବଶ୍ୟକତା ନାହିଁ। ସୋସିଆଲ ମିଡିଆରେ ପୀଡିତାଙ୍କ ଫଟୋ, ପରିଚୟ ପୋଷ୍ଟମର୍ଟମ ପରେ ପୀଡିତାଙ୍କ ଶରୀରର ଫଟୋ ଦେଖାଇବା ବେଶ୍ ଉଦ୍‌ବେଗଜନକ। ଏହି ଘଟଣାରେ ଏସବୁ ମଧ୍ୟ ଘଟିଥିବା ଦେଖିବାକୁ ମିଳିଛି। ସେହିପରି ଏହି ଘଟଣାରେ ଆରଜି ମେଡିକାଲ କଲେଜ ଅଧ୍ୟକ୍ଷଙ୍କ ଭୂମିକା ମଧ୍ୟ ସନ୍ଦେହ ଘେରରେ ରହିଛି। ହତ୍ୟାକୁ ଆତ୍ମହତ୍ୟା ରୂପ ଦିଆଯିବାକୁ ଚେଷ୍ଟା କରାଯାଇଥିବା ପ୍ରତୀତ ହେଉଛି। ପୀଡିତାଙ୍କ ବାପା-ମା’ଙ୍କୁ କାହିଁକି ବିଳମ୍ବରେ ସୂଚନା ଦିଆଗଲା। ସେମାନଙ୍କୁ କାହିଁକି ସାକ୍ଷାତ କରିବାକୁ ଅନୁମତି ଦିଆଗଲା ନାହିଁ। ପୁଲିସ୍‌, ରାଜ୍ୟ ସରକାର ଏବଂ ମେଡିକାଲ୍ କଲେଜର ପ୍ରିନ୍ସିପାଲ୍ କରୁଥିଲେ କ’ଣ? ଏହି ଅବସରରେ ଡାକ୍ତରଙ୍କ ସୁରକ୍ଷା ପାଇଁ ଏକ ଜାତୀୟ ଟାସ୍କଫୋର୍ସ (ଏନ୍‌ଟିଏଫ୍‌) ଗଠନ କରାଯିବା ନେଇ ସିଜେଆଇ ନିର୍ଦ୍ଦେଶ ଦେଇଛନ୍ତି। ଏହି ଟାସ୍କଫୋର୍ସରେ ଦେଶର ବରିଷ୍ଠ ଡାକ୍ତରଙ୍କୁ ସାମିଲ କରାଯିବ ବୋଲି କହିଛନ୍ତି ଜଷ୍ଟିସ୍ ଡିୱାଇ ଚନ୍ଦ୍ରଚୂଡ। ଏହି ଟାସ୍କଫୋର୍ସ ସିନିଅର ଓ ଜୁନିଅର ଡାକ୍ତରଙ୍କ ସୁରକ୍ଷା ପାଇଁ ସାରା ଦେଶରେ କେଉଁ ପ୍ରକାର କାର୍ଯ୍ୟପନ୍ଥା ଗ୍ରହଣ କରାଯିବ ସେନେଇ ପରାମର୍ଶ ଦେବ। ଆସନ୍ତା ୩ ସପ୍ତାହ ମଧ୍ୟରେ ଏନେଇ ଏକ ଅନ୍ତରୀଣ ରିପୋର୍ଟ ଏବଂ ଆସନ୍ତା ୨ ମାସ ମଧ୍ୟରେ ଫାଇନାଲ ରିପୋର୍ଟ ଦାଖଲ କରିବାକୁ ଖଣ୍ଡପୀଠ ଏହି ଏନ୍‌ଟିଏଫ୍‌କୁ ନିର୍ଦ୍ଦେଶ ଦେଇଛନ୍ତି। ପ୍ରକାଶ, ଟାସ୍କଫୋର୍ସରେ ସର୍ଜନ୍ ଭାଇସ୍ ଆଡମିରାଲ୍ ଆର ସରିନ୍‌, ଡ.ନାଗେଶ୍ୱର ରେଡ୍ଡୀ, ଡ. ଏମ୍ ଶ୍ରୀନିବାସ, ଡ.ପ୍ରତିମା ମୂର୍ତ୍ତୀ, ଡ.ଗୋବର୍ଦ୍ଧନ ଦତ୍ତ ପୁରୀ, ଡ. ସୌମିତ୍ର ରାୱତ, ଦିଲ୍ଲୀ ଏମ୍ସର କାର୍ଡିଓଲୋଜି ବିଭାଗର ମୁଖ୍ୟ ତଥା ପ୍ରଫେସର ଅନୀତା ସକ୍‌ସେନା, ମୁମ୍ବାଇ ସ୍ଥିତ ଗ୍ରାଣ୍ଟ ମେଡିକାଲ କଲେଜର ଡିନ୍ ପ୍ରଫେସର ପଲ୍ଲବ ସାପ୍‌ରେ, ଏମ୍ସ ନ୍ୟୁରୋଲୋଜି ବିଭାଗର ଡ.ପଦ୍ମ ଶ୍ରୀବାସ୍ତବଙ୍କ ଭଳି ବରିଷ୍ଠ ଡାକ୍ତର ତଥା ବିଶେଷଜ୍ଞଙ୍କୁ ସାମିଲ କରାଯାଇଛି। ଖଣ୍ଡପୀଠଙ୍କ କହିବାନୁସାରେ ଦୁଷ୍କର୍ମ ଓ ହତ୍ୟା ବ୍ୟତୀତ ଏହା ସମଗ୍ର ଦେଶରେ ଡାକ୍ତରଙ୍କ ସୁରକ୍ଷାର ବିଷୟ ମଧ୍ୟ ପାଲଟିଛି। ଡାକ୍ତର, ବିଶେଷ କରି ମହିଳା ଡାକ୍ତର ଓ ଯୁବ ଡାକ୍ତରଙ୍କ ସୁରକ୍ଷାକୁ ନେଇ ସମଗ୍ର ଦେଶ ଏବେ ଚିନ୍ତିତ। ଏହି ପରିପ୍ରେକ୍ଷୀରେ ଡାକ୍ତରମାନଙ୍କୁ ଆନ୍ଦୋଳନରୁ ଓହରିବା ପାଇଁ ଆଜି ପରାମର୍ଶ ଦେଇଛନ୍ତି ଖଣ୍ଡପୀଠ। ଖଣ୍ଡପୀଠଙ୍କ କହିବାନୁସାରେ ଆରଜି ମେଡିକାଲ କଲେଜ୍‌ରେ ସୁରକ୍ଷା ବ୍ୟବସ୍ଥାରେ ପାରାମିଲିଟାରୀ ଫୋର୍ସର ଯବାନ୍‌ଙ୍କୁ ନିୟୋଜିତ କରାଯିବ। ଡାକ୍ତର ଏବଂ ଅନ୍ୟ ସ୍ୱାସ୍ଥ୍ୟକର୍ମୀଙ୍କ ସୁରକ୍ଷା ଅତ୍ୟନ୍ତ ଜରୁରି। କୋଲକାତା ଆର୍‌ଜି କର ମେଡିକାଲ କଲେଜ ଓ ହସ୍ପିଟାଲରେ ଜଣେ ୩୧ ବର୍ଷୀୟା ଟ୍ରେନି (ପିଜି) ଡାକ୍ତରାଣୀଙ୍କୁ ଦୁଷ୍କର୍ମ ଓ ହତ୍ୟା ମାମଲାରେ ଦେଶବ୍ୟାପୀ ବିକ୍ଷୋଭ, ପ୍ରତିବାଦ, ଧାରଣା ତଥା ଉତ୍ତେଜନା ଦେଖାଦେବା ପରେ ଗତ ରବିବାର ଦିନ ସୁପ୍ରିମକୋର୍ଟ ନିଜ ଆଡୁ ଏହି ମାମଲାରେ ହସ୍ତକ୍ଷେପ କରିଥିଲେ। ଘଟଣାକୁ ଅତ୍ୟନ୍ତ ଗୁରୁତର ଭାବେ ଗ୍ରହଣ କରିବା ସହ ସୁପ୍ରିମକୋର୍ଟ ଏହା ଉପରେ ୨୦ ତାରିଖରେ ଅର୍ଥାତ୍ ମଙ୍ଗଳବାର ଶୁଣାଣି କରିବେ ବୋଲି ତାରିଖ ଧାର୍ଯ୍ୟ କରିଥିଲେ। ପ୍ରଧାନ ବିଚାରପତି ଜଷ୍ଟିସ୍ ଡିୱାଇ ଚନ୍ଦ୍ରଚୂଡ଼ଙ୍କ ଅଧ୍ୟକ୍ଷତାରେ ଗଠିତ ଏକ ୩ଜଣିଆ ଖଣ୍ଡପୀଠରେ ଶୁଣାଣି ଆରମ୍ଭ ହୋଇଛି। ଜଷ୍ଟିସ୍ ଚନ୍ଦ୍ରଚୂଡଙ୍କ ସହ ଜଷ୍ଟିସ ଜେବି ପାରଦିୱାଲା ଓ ଜଷ୍ଟିସ ମନୋଜ ମିଶ୍ରାଙ୍କ ଭଳି ବରିଷ୍ଠ ତଥା ଅଭିଜ୍ଞ ବିଚାରପତିମାନେ ସାମିଲ ହୋଇଛନ୍ତି। ସୂଚନାଯୋଗ୍ୟ, ଜନସାଧାରଣଙ୍କର ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗରେ ସୁପ୍ରିମକୋର୍ଟ ହସ୍ତକ୍ଷେପ କରି ନିଜ ଆଡୁ ମାମଲା ରୁଜୁ କରିବା ସହିତ ତାହାର ଶୁଣାଣି କରିପାରିବାର ପ୍ରାବଧାନ ରହିଛି। ବିଶେଷ କରି ଜନତାଙ୍କ ମୌଳିକ ଅଧିକାର ଏବଂ ସୁରକ୍ଷାକୁ ନେଇ ସମସ୍ୟା ଉପୁଜିଲେ ସର୍ବୋଚ୍ଚ ନ୍ୟାୟାଳୟ ‘ସୋ ମୋଟୋ କଗ୍‌ନିଜାନ୍ସ’ (ନିଜ ଆଡୁ ମାମଲାରେ ହସ୍ତକ୍ଷେପ କରିବା) ବଳରେ ଏହାର ବିଚାର କରିଥାଆନ୍ତି। ଅନ୍ୟ ଏକ ରିପୋର୍ଟ ଅନୁସାରେ ଆରଜି କର ମେଡିକାଲ କଲେଜର ପୂର୍ବତନ ପ୍ରିନ୍ସପାଲ ସନ୍ଦୀପ ଘୋଷଙ୍କ ବିରୋଧରେ ଆର୍ôଥକ ଅନିୟମିତତା ମାମଲା ରୁଜୁ ହୋଇଛି। ପଶ୍ଚିମବଙ୍ଗ ସରକାରଙ୍କ ସ୍ୱାସ୍ଥ୍ୟ ବିଭାଗର ବରିଷ୍ଠ ସ୍ୱତନ୍ତ୍ର ସଚିବ ଦେବଲ କୁମାର ଘୋଷ ଏକ ଲିଖିତ ଅଭିଯୋଗ କରି ସନ୍ଦୀପ ଘୋଷଙ୍କ ବିରୋଧରେ ମାମଲା ରୁଜୁ କରିଛନ୍ତି। ଏହି ମାମଲାରେ ତଦନ୍ତ ପାଇଁ ରାଜ୍ୟ ସରକାରଙ୍କ ନିର୍ଦ୍ଦେଶକ୍ରମେ ଏକ ଏସ୍‌ଆଇଟି ଟିମ୍ ଗଠନ କରାଯାଇଛି। ଏହି ଟିମ୍‌୍ ପୂର୍ବତନ ପ୍ରିନ୍ସିପାଲ ସନ୍ଦୀପ ଘୋଷଙ୍କ କାର୍ଯ୍ୟକାଳ ମଧ୍ୟରେ ହୋଇଥିବା ଆର୍ôଥକ କାରବାରର ତଦନ୍ତ କରିବ।

Post Views: 43
Share200Tweet125Send
Voice of Victims

Voice of Victims

Recent Posts

  • ଉଲ୍ଲାସର ସହ ପାଳିତ ହେଉଛି ବାସନ୍ତୀ ପୂଜା
  • କେନ୍ଦ୍ର ସରକାରଙ୍କ ବଡ଼ ନିଷ୍ପତ୍ତି, ପେଟ୍ରୋଲ୍‌ ଡିଜେଲ୍‌ ଉପରୁ କମିଲା ଏକ୍ସସାଇଜ୍‌ ଡ୍ୟୁଟି
  • ପଶ୍ଚିମ ଏସିଆ ସଙ୍କଟ : ଆଜି ସବୁ ରାଜ୍ୟର ମୁଖ୍ୟମନ୍ତ୍ରୀମାନଙ୍କ ସହ କଥାହେବେ ପ୍ରଧାନମନ୍ତ୍ରୀ ମୋଦି
  • ରାଜ୍ୟରେ କାଳବୈଶାଖୀର ତାଣ୍ଡବ, ଆଜି ୧୬ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି
  • ଆଜି ପବିତ୍ର ଶ୍ରୀରାମନବମୀ, ଶ୍ରୀକ୍ଷେତ୍ରରେ ଆରମ୍ଭ ହେବ ପାରମ୍ପରିକ ସାହିଯାତ

Recent Comments

  1. A WordPress Commenter on ଭାରତ ବିରୋଧୀ ବିମର୍ଶ
  • About Us
  • Contact Us

Copyright © 2023.

No Result
View All Result
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା

Copyright © 2023.

Welcome Back!

Login to your account below

Forgotten Password?

Create New Account!

Fill the forms bellow to register

All fields are required. Log In

Retrieve your password

Please enter your username or email address to reset your password.

Log In