କୋରାପୁଟ: ଆଜିଠୁ ନକ୍ସଲମୁକ୍ତ ହେଲା କୋରାପୁଟ । ପ୍ରେସମିଟରେ ସୂଚନା ଦେଲେ ଦକ୍ଷିଣ ପଶ୍ଚିମାଞ୍ଚଳ ଡିଆଇଜି ଡକ୍ଟର କନୱର ବିଶାଳ ସିଂହ । ଏସିଏମ କ୍ୟାଡର ମାଓବାଦୀ ମମତା ପଡ଼ିଆମି ଆତ୍ମସମର୍ପଣ କରିଛନ୍ତି । ରାଇଫଲ ଓ ବିଭିନ୍ନ ଗୋଳାବାରୁଦ ସହ ମମତା ଆତ୍ମସମର୍ପଣ କରିଛନ୍ତି । ମମତାଙ୍କ ଆତ୍ମସମର୍ପଣ ପରେ କୋରାପୁଟ ନକ୍ସଲମୁକ୍ତ ହେଲା ବୋଲି କହିଛନ୍ତି ଡିଆଇଜି କନୱର ବିଶାଳ ସିଂହ।
୨୦୨୩ ମସିହାରେ ମମତା ଛତିଶଗଡ ବିଜାପୁର ଅଞ୍ଚଳର ବିଭିନ୍ନ ହତ୍ୟା ମାମଲାରେ ଜଡ଼ିତ ଥିଲେ । ମମତାଙ୍କ ଠାରୁଗୋଟିଏ ରାଇଫଲ ଏଵଂ ୧୦ ପ୍ରକାର ବିଭିନ୍ନ ଗୋଳାବାରୁଦ ଜବତ ହୋଇଛି । ସରକାରଙ୍କ ଆତ୍ମ ସମର୍ପଣ ନୀତିରେ ଅନୁପ୍ରାଣିତ ହୋଇ ସେ ଆତ୍ମସମର୍ପଣ କରିଥିବା କହିଛନ୍ତି । .
