• About Us
  • Contact Us
Saturday, March 28, 2026
  • Login
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା
No Result
View All Result
Home ମୁଖ୍ୟ ଖବର

ଜେଲ ଗଲେ କୁବେର ଯନ୍ତ୍ରୀ

by Voice of Victims
July 26, 2024
in ମୁଖ୍ୟ ଖବର, ରାଜ୍ୟ
ଜେଲ ଗଲେ କୁବେର ଯନ୍ତ୍ରୀ

ଭୁବନେଶ୍ୱର: ଗିରଫ ହେଲେ କୁବେର ନିର୍ମାଣ ଯନ୍ତ୍ରୀ ସୁନୀଲ ରାଉତ। ଆୟ ବର୍ହିଭୂତ ସମ୍ପତ୍ତି ଠୂଳ ଅଭିଯୋଗରେ ଶୁକ୍ରବାର ଯନ୍ତ୍ରୀ ସୁନୀଲ ରାଉତଙ୍କୁ ଗିରଫ କରିଛି ଭିଜିଲାନ୍ସ। ବଲାଙ୍ଗୀର ଲୋୟର ସୁକ୍ତେଲ ପ୍ରକଳ୍ପର ମୁଖ୍ୟ ନିର୍ମାଣ ଯନ୍ତ୍ରୀ ସୁନୀଲ କୁମାର ରାଉତ ଭିଜିଲାନ୍ସ ଜାଲରେ ପଡ଼ିଛନ୍ତି। ଭିଜିଲାନ୍ସ ଚଢ଼ାଉ ପରେ ତାଙ୍କର ସମ୍ପତ୍ତି ତାଲିକା ଲମ୍ବିିବାରେ ଲାଗିଛି। ଶୁକ୍ରବାର ସକାଳ ସୁଦ୍ଧା ଭିଜିଲାନ୍ସ ସୂଚନା ମୁତାବକ କଟକ, ଭୁବନେଶ୍ୱର, ପୁରୀ, ଢେଙ୍କାନାଳ ଏବଂ ଉତ୍ତରପ୍ରଦେଶ ମଥୁରାର ଗୁରୁତ୍ବପୂର୍ଣ୍ଣ ସ୍ଥାନରେ ଦୁଇଟି ମିଶାଇ ମୋଟ ୩୬ଟି ପ୍ଲଟ ରହିଛି। ଏଥିସହିତ ୨.୨୬ କୋଟି ଟଙ୍କା ଜମା ଆକାରରେ ଭିଜିଲାନ୍ସ ପାଇଛି। ବିଭିନ୍ନ ବୀମା କମ୍ପାନୀଗୁଡିକରେ ରାଉତ ୧.୮୬ କୋଟି ଟଙ୍କା ନିବେଶ କରିଛନ୍ତି। ତେବେ ବ୍ୟାଙ୍କରେ ୪୦.୩୯ ଲକ୍ଷ ଟଙ୍କା ଜମା ଆକାରରେ ରହିଛି। ଏପର୍ଯ୍ୟନ୍ତ ଆକଳନ କରାଯାଇଥିବା ମୋଟ ଜମା ୨୨, ୦୦୦ କୋଟିରୁ ଅଧିକ ହେବ। ଏବେ ଭିଜିଲାନ୍ସ ଶେୟାର ଏବଂ ଅନ୍ୟାନ୍ୟ ଆର୍ଥିକ ଉପକରଣରେ ବିନିଯୋଗର ଅଧିକ ବିବରଣୀ ଯାଞ୍ଚ କରୁଥିବା କହିଛି।ଢେଙ୍କାନାଳରର ସପ୍ତଶଯ୍ୟାରେ ୮ ଏକର ଜମିରୁ ଅଧିକ ଜମିରେ ଥିବା ଫାର୍ମ ହାଉସ ମଧ୍ୟରେ ଅପର୍ଯ୍ୟାପ୍ତ ସମ୍ପତ୍ତି ଠାବ କରିଛି ଭିଜିଲାନ୍ସ। ଫାର୍ମ ହାଉସ ଭିତରେ ଦୁଇ ମହଲା ବିଶିଷ୍ଟ ଏକ ବିଳାସପୂର୍ଣ୍ଣ ଘର। ୨୧୨୩ ବର୍ଗଫୁଟର ଗୋଟିଏ କୁକୁଡ଼ା ଫାର୍ମ। ଯେଉଁଠାରେ ପ୍ରାୟ ୧୦୦୦ ସଂଖ୍ୟକ ଦେଶ କୁକୁଡ଼ା ଏବଂ ବତକ ଅଛନ୍ତି। ୨୫୫୦ ବର୍ଗଫୁଟର ଗୋଟିଏ ଗାଈ ଫର୍ମ। ଯେଉଁଠାରେ ୪୫ ଗାଈ ଏବଂ ୨୫ ବାଛୁରୀ ଅଛନ୍ତି। ତେବେ ଫାର୍ମ ହାଉସରେ ଅମାପ ସମ୍ପତ୍ତିର ଠାବ ହୋଇଥିବାରୁ ଏହି ପରିପ୍ରେକ୍ଷୀରେ ଭେଟେରାନାରୀ ଅଧିକାରୀଙ୍କ ସହାୟତା ଲୋଡିଛନ୍ତି ଭଜିଳାନ୍ସ ଅଧିକାରୀ। ତେବେ ଭିଜିଲାନ୍ସ ଅଧିକାରୀ ଯାହା ସୂଚନା ଦେଇଛନ୍ତି ମୁଖ୍ୟ ର୍ନିମାଣ ଯନ୍ତ୍ରୀ ସୁନୀଲ କୁମାର ରାଉତ ଲକର ଏପର୍ଯ୍ୟନ୍ତ ଖୋଲାଯାଇନାହିଁ। ତେବେ ଗୁରୁବାର ଭିଜିଲାନ୍ସର ୯ଟି ଟିମ ସୁନୀଲଙ୍କ ଘର ସମେତ ଭୁବନେଶ୍ୱର, ବଲାଙ୍ଗୀର, ପୁରୀ, ଅନୁଗୋଳ, କଟକର ୯ ସ୍ଥାନରେ ଏକକାଳୀନ ଚଢ଼ାଉ କରିଛି। ଏହି ସ୍ଥାନ ମଧ୍ୟରେ ସୁନୀଲଙ୍କ କଟକ ଗୁରୁଡିଝାଟିଆସ୍ଥିତ ପୈତୃକ ଘର, ଅନୁଗୋଳ କିଶୋରନଗରସ୍ଥିତ ପୁଅଙ୍କ ଘର, ଢେଙ୍କାନାଳ ଜିଲା ସଦର ଥାନା ସପ୍ତଶଯ୍ୟା ପଡା ଗ୍ରାମରେ ଥିବା ହରେକୃଷ୍ଣ ନର୍ସରି ଓ ୮ ଏକର ବିଶିଷ୍ଟ ଫାର୍ମ ହାଉସ, ନୟାପଲ୍ଲୀସ୍ଥିତ ସମ୍ପର୍କୀୟଙ୍କ ଘର, ବଲାଙ୍ଗୀରସ୍ଥିତ ବାସଭବନ ଓ ଅଫିସ ଚାମ୍ବର ଆଦି ରହିଛି। ତେବେ ଚଢ଼ାଉ ସମୟରେ ଭିଜିଲାନ୍ସ ସୁନୀଲଙ୍କ ବିପୁଳ ସମ୍ପତ୍ତି ଠାବ କରିଛି। କଟକ, ଭୁବନେଶ୍ୱର, ପୁରୀ ଓ ଢେଙ୍କାନାଳରେ ମୋଟ ୩୪ଟି ପ୍ଲଟ ରହିଛି। ୩୪ଟି ପ୍ଲଟ ମଧ୍ୟରୁ ଭୁବନେଶ୍ୱରରେ ୫, ପୁରୀରେ ୩, କଟକରେ ୧୯ ଓ ଢେଙ୍କାନାଳରେ ୭ ପ୍ଲଟ ରହିଛି। ସେହିପରି ଭୁବନେଶ୍ୱର ଚନ୍ଦ୍ରଶେଖରପୁର ନୀଳାଦ୍ରିବିହାରସ୍ଥିତ ପ୍ଲଟ ନଂ.୯୦ରେ ଥିବା ଗୋଟିଏ ୩ ମହଲା କୋଠା, ନୟାପଲ୍ଲୀ ନୀଳକଣ୍ଠ ନଗରସ୍ଥିତ ପ୍ଲଟ ନଂ. ୪୯୪ରେ ଥିବା ଗୋଟିଏ ଦୁଇ ମହଲା କୋଠା, ପୁରୀ ଜିଲା ଶ୍ରୀକ୍ଷେତ୍ର ଭକ୍ତ ନିବାସ ବ୍ଲକ-ଜେ ଗ୍ରାଉଣ୍ଡ ଫ୍ଲୋର୍ରେ ଥିବା ୨ ବିଏଚ୍କେ ଫ୍ଲାଟ (ନଂ.୦୦୨), ପୁରୀ ଭିଆଇପି ରୋଡ୍ସ୍ଥିତ କ୍ରୀଷ୍ଣାଧାମ ଆପାର୍ଟମେଣ୍ଟରେ ଏକ ଓ୍ବାନ ବିଏଚ୍କେ ଫ୍ଲାଟ (ନଂ.ସି/୧୦୪) ଠାବ ହୋଇଛି। ଏସବୁ ସମ୍ପତ୍ତିର ପ୍ରକୃତ ମୂଲ୍ୟ ଜାଣିବାକୁ ଭିଜିଲାନ୍ସ ଟେକ୍ନିକାଲ ଉଇଙ୍ଗ ପ୍ରୟାସ ଜାରି ରଖିଛି। ଏଥିସହ ତାଙ୍କ ଘରୁ ୨ ଲକ୍ଷ ୩୪ ହଜାର ୧୨୦ ଟଙ୍କା, ୧୭୬ ଗ୍ରାମର ସୁନା ଅଳଙ୍କାର, ୫୦୦ ଗ୍ରାମର ରୁପା ଅଳଙ୍କାର ଠାବ ହୋଇଛି।

Post Views: 39
Share198Tweet124Send
Voice of Victims

Voice of Victims

Recent Posts

  • ଉଲ୍ଲାସର ସହ ପାଳିତ ହେଉଛି ବାସନ୍ତୀ ପୂଜା
  • କେନ୍ଦ୍ର ସରକାରଙ୍କ ବଡ଼ ନିଷ୍ପତ୍ତି, ପେଟ୍ରୋଲ୍‌ ଡିଜେଲ୍‌ ଉପରୁ କମିଲା ଏକ୍ସସାଇଜ୍‌ ଡ୍ୟୁଟି
  • ପଶ୍ଚିମ ଏସିଆ ସଙ୍କଟ : ଆଜି ସବୁ ରାଜ୍ୟର ମୁଖ୍ୟମନ୍ତ୍ରୀମାନଙ୍କ ସହ କଥାହେବେ ପ୍ରଧାନମନ୍ତ୍ରୀ ମୋଦି
  • ରାଜ୍ୟରେ କାଳବୈଶାଖୀର ତାଣ୍ଡବ, ଆଜି ୧୬ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି
  • ଆଜି ପବିତ୍ର ଶ୍ରୀରାମନବମୀ, ଶ୍ରୀକ୍ଷେତ୍ରରେ ଆରମ୍ଭ ହେବ ପାରମ୍ପରିକ ସାହିଯାତ

Recent Comments

  1. A WordPress Commenter on ଭାରତ ବିରୋଧୀ ବିମର୍ଶ
  • About Us
  • Contact Us

Copyright © 2023.

No Result
View All Result
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା

Copyright © 2023.

Welcome Back!

Login to your account below

Forgotten Password?

Create New Account!

Fill the forms bellow to register

All fields are required. Log In

Retrieve your password

Please enter your username or email address to reset your password.

Log In