• About Us
  • Contact Us
Thursday, April 2, 2026
  • Login
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା
No Result
View All Result
Home ଦେଶ ବିଦେଶ

ସକାଳୁ ସକାଳୁ ୩ଟି ବିସ୍ଫୋରଣରେ ଥରିଲା ଲାହୋର, ଜରୁରୀକାଳୀନ ପରିସ୍ଥିତି ଘୋଷଣା

by Voice of Victims
May 8, 2025
in ଦେଶ ବିଦେଶ, ମୁଖ୍ୟ ଖବର
ସକାଳୁ ସକାଳୁ ୩ଟି ବିସ୍ଫୋରଣରେ ଥରିଲା ଲାହୋର, ଜରୁରୀକାଳୀନ ପରିସ୍ଥିତି ଘୋଷଣା

ନୂଆଦିଲ୍ଲୀ: ପାକିସ୍ତାନ ଲାହୋରରେ ବଡ଼ ବିସ୍ଫୋରଣ । ଏୟାରପୋର୍ଟ ନିକଟରେ ବିସ୍ଫୋରଣ ହୋଇଛି। ସକାଳୁ ସକାଳୁ ୩ଟି ବିସ୍ଫୋରଣ ହୋଇଥିବା ସୂଚନା ମିଳିଛି । ଗୋଟିଏ ପରେ ଗୋଟିଏ ବିସ୍ଫୋରଣ ହୋଇଥିଲା । ଏହି ଘଟଣାରେ ସହରରେ ଭୟର ବାତାବରଣ ସୃଷ୍ଟି ହୋଇଛି ଏବଂ ସ୍ଥାନୀୟ ପ୍ରଶାସନ ଜରୁରୀକାଳୀନ ପରିସ୍ଥିତି ଘୋଷଣା କରିଛି । ଚକ୍ଷୁଦର୍ଶୀଙ୍କ କହିବା ଅନୁଯାୟୀ, ଏହି ବିସ୍ଫୋରଣଗୁଡ଼ିକ ମିସାଇଲ୍ ହମଲା ଯୋଗୁଁ ହୋଇଛି, ଯାହା ସହରରେ ବ୍ୟାପକ ଆତଙ୍କ ସୃଷ୍ଟି କରିଛି।

ଅନ୍ୟପଟେ ବିସ୍ଫୋରଣର ଶବ୍ଦ ଏତେ ପ୍ରବଳ ଥିଲା ଯେ ଏହା ମିସାଇଲ୍ କିମ୍ବା ଅନ୍ୟ କୌଣସି ଭାରୀ ଅସ୍ତ୍ରଶସ୍ତ୍ର ଦ୍ୱାରା ହୋଇଥିବା ଆଶଙ୍କା କରାଯାଉଛି । ତେବେ, ପାକିସ୍ତାନ ସରକାର କିମ୍ବା ସେନା ପକ୍ଷରୁ ଏହି ଘଟଣା ସମ୍ପର୍କରେ କୌଣସି ଆଧିକାରିକ ବିବୃତି ଏପର୍ଯ୍ୟନ୍ତ ଜାରି ହୋଇନାହିଁ । ଏହି ଘଟଣା ପରେ ଲାହୋରରେ ନିରାପତ୍ତା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି । ପୋଲିସ ଓ ଅର୍ଦ୍ଧସାମରିକ ବାହିନୀ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି । ସ୍ଥାନୀୟ ଗଣମାଧ୍ୟମ ଅନୁସାରେ, ବିସ୍ଫୋରଣରେ କ୍ଷୟକ୍ଷତି ଏବଂ ହତାହତ ସମ୍ପର୍କରେ ସ୍ପଷ୍ଟ ସୂଚନା ଏବେ ମିଳିନାହିଁ  ।

ଏହା ପୂର୍ବରୁ ଏପ୍ରିଲ ୨୬, ୨୦୨୫ରେ ଲାହୋର ବିମାନବନ୍ଦରରେ ଏକ ବିସ୍ଫୋରଣ ଘଟିଥିଲା, ଯାହାକୁ ଲିବରେସନ୍ ଫୋର୍ସ ଅଫ୍ ଆଫଗାନିସ୍ତାନ ନାମକ ଗୋଷ୍ଠୀ ଦାୟିତ୍ୱ ନେଇଥିଲା । ସେହି ଘଟଣାରେ ୧୪ ଜଣ ପାକିସ୍ତାନୀ ସୈନିକଙ୍କ ମୃତ୍ୟୁ ହୋଇଥିବା ଦାବି କରାଯାଇଥିଲା ।

Post Views: 75
Share198Tweet124Send
Voice of Victims

Voice of Victims

Recent Posts

  • ୪ ତାରିଖ ଯାଏଁ ଜାରି ରହିବ ଝଡ ବର୍ଷାର ପ୍ରଭାବ
  • ଛେଣ୍ଡିପଦା-ଅନୁଗୋଳ ରାଜ୍ୟ ରାଜପଥ- ୬୩କୁ ୨ ରୁ ୪ ଲେନ୍ କରାଯାଉ, ମୋହନ ମାଝୀଙ୍କୁ ଧର୍ମେନ୍ଦ୍ରଙ୍କ ଚିଠି
  • ନାସାର ଐତିହାସିକ ‘ଆର୍ଟେମିସ୍-୨’ ମିଶନ, ୫୦ ବର୍ଷ ପରେ ଜହ୍ନକୁ ଗଲେ ମଣିଷ !
  • ଶକ୍ତିଶାଳୀ ଭୂକମ୍ପରେ ଥରିଲା ଇଣ୍ଡୋନେସିଆ, ତୀବ୍ରତା ୭.୪
  • ଆଜିଠାରୁ ରାଜ୍ୟରେ ପୁଣି କଡ଼ାକଡ଼ି ହେବ ପ୍ରଦୂଷଣ ସାର୍ଟିଫିକେଟ ଯାଞ୍ଚ, ଇ-ଡିଟେକସନ ବ୍ୟବସ୍ଥାରେ କଟିବ ଚାଲାଣ

Recent Comments

  1. A WordPress Commenter on ଭାରତ ବିରୋଧୀ ବିମର୍ଶ
  • About Us
  • Contact Us

Copyright © 2023.

No Result
View All Result
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା

Copyright © 2023.

Welcome Back!

Login to your account below

Forgotten Password?

Create New Account!

Fill the forms bellow to register

All fields are required. Log In

Retrieve your password

Please enter your username or email address to reset your password.

Log In