• About Us
  • Contact Us
Tuesday, March 24, 2026
  • Login
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା
No Result
View All Result
Home ସମସ୍ୟା ରାଜ୍ୟ

ଚନ୍ଦ୍ରଭାଗା ତୀର୍ଥ ପୁଷ୍କରିଣୀ ରେ ବୁଡ଼ ପକାଇଲେ ଲକ୍ଷାଧିକ ଶ୍ରଦ୍ଧାଳୁ

by Voice of Victims
February 16, 2024
in ରାଜ୍ୟ
ଚନ୍ଦ୍ରଭାଗା ତୀର୍ଥ ପୁଷ୍କରିଣୀ ରେ ବୁଡ଼ ପକାଇଲେ ଲକ୍ଷାଧିକ ଶ୍ରଦ୍ଧାଳୁ

ପୁରୀ (ଭିଓଭି) : ଆଜି ପବିତ୍ର ମାଘ ମାସ ଶୁକ୍ଳପକ୍ଷ ସପ୍ତମୀ ତିଥି ରେ ଚନ୍ଦ୍ରଭାଗା ତୀର୍ଥ ପୁଷ୍କରିଣୀ ରେ ଲକ୍ଷାଧିକ ଶ୍ରଦ୍ଧାଳୁ ବୁଡ଼ ପକାଇଛନ୍ତି । ଶାସ୍ତ୍ର ଅନୁସାରେ ଦ୍ୱାପର ଯୁଗରେ ଶ୍ରୀକୃଷ୍ଣଙ୍କ ପୁତ୍ର ସାମ୍ବ ଏହି ଦିନ ଅର୍କକ୍ଷେତ୍ରରେ ସୂର୍ଯ୍ୟ ଦେବତାଙ୍କୁ ପୂଜାରେ ସନ୍ତୁଷ୍ଟ କରି ଚନ୍ଦ୍ରଭାଗାରେ ସ୍ନାନ କରିବା ପରେ ଶାପଗ୍ରସ୍ତ କୁଷ୍ଠ ରୋଗ ମୁକ୍ତ ହୋଇଥିଲେ । ତେଣୁ ପ୍ରତ୍ୟେକ ବର୍ଷର୍ ମାଘ ଶୁକ୍ଳ ସପ୍ତମୀ ତିଥିରେ ଚନ୍ଦ୍ରଭାଗା ତୀର୍ଥ ପୁଷ୍କରିଣୀ ରେ ସ୍ନାନ କଲେ ମଣିଷ ରୋଗମୁକ୍ତ ହୋଇ ପୁଣ୍ୟ ଅର୍ଜନ କରେ ବୋଲି ଶ୍ରଦ୍ଧାଳୁ ମାନଙ୍କ ମନରେ ବିଶ୍ୱାସ ରହିଛି । ଚଳିତ ବର୍ଷ ଲକ୍ଷାଧିକ ଶ୍ରଦ୍ଧାଳୁ ଶାନ୍ତିଶୃଙ୍ଖଳାରେ ଏହି ବୁଡ଼ ପକାଇଛନ୍ତି । ବିଧି ମୁତାବକ ପ୍ରଥମେ ରାତ୍ର ୪ଟା ୩୪ ମିନିଟ ସମୟରେ ଐଶାନେଶ୍ୱର, ତ୍ରିବେଣୀଶ୍ୱର ଏବଂ ଦକ୍ଷିଣେଶ୍ୱର ତିନି ମହାଦେବ ତୀର୍ଥ ପୁଷ୍କରିଣୀରେ ସ୍ନାନ କରିସାରିବା ପରେ ସାଧୁସନ୍ଥ ମାନେ ସ୍ନାନ କରିଥିଲେ ଏବଂ ତାପରେ ସାଧାରଣ ଶ୍ରଦ୍ଧାଳୁ ମାନେ ସ୍ନାନ କରିଥିଲେ ।
କୋଣାର୍କ ଏବଂ ଚନ୍ଦ୍ରଭାଗା ତୀର୍ଥ ସହ ପୌରାଣିକ ସମ୍ବନ୍ଧ ଥିବା କୋଣାର୍କ ଅବଧୂତ ମଠର ମଠାଧୀଶ ଅବଧୂତ ଆଦିତ୍ୟ ଚରଣ ଦାଶ ପ୍ରତିକ୍ରିୟାରେ କହିଛନ୍ତି, ପୂର୍ବରୁ ଏଠାରେ ଚନ୍ଦ୍ରଭାଗା ନାମକ ଏକ ନଦୀ ଥିଲା । ସେହି ନଦୀ କୂଳରେ ଶ୍ରଦ୍ଧାଳୁ ମାନେ ରାତ୍ରିରେ ରହି ଶୁଖୁଆ ପକା ଡାଲମା ଭାତ ରୋଷେଇ କରି ଖାଇ ନଦୀ କୂଳରେ ହାଣ୍ଡି ବାଡେଇ ସକାଳୁ ସକାଳୁ ବୁଡ଼ ପକାଇଥାନ୍ତି । ଏବେ ଚନ୍ଦ୍ରଭାଗା ନଦୀଟି ଅତି ଜରାଜୀର୍ଣ୍ଣ ଅବସ୍ଥାରେ ଗୋଟିଏ କେନାଲ ର ରୂପ ନେଇ ବର୍ତମାନ କରାଯାଇଥିବା ସ୍ନାନ କୁଣ୍ଡର ଉତର ଦିଗରେ ରହିଅଛି । ସରକାର ଯଦି ସେହି ଚନ୍ଦ୍ରଭାଗା ନଦୀଟିର ପୁନାରୁଦ୍ଧାର କରି ପାରନ୍ତେ ତାହେଲେ ଚନ୍ଦ୍ରଭାଗା ବୁଡ଼ ର ଅସଲ ମହତ୍ୱ ରୁହନ୍ତା । ଏବେ ଯେଉଁ ପୋଖରୀଟି ଖୋଳି ସେଥିରେ ବୁଡ଼ ପକାଇବାର ବ୍ୟବସ୍ଥା କରାଯାଉଛି, ବର୍ଷ ଯାକ ତାହା ପରିତ୍ୟକ୍ତ ଅବସ୍ଥାରେ ପଡିଥାଏ, କେବଳ ବୁଡ଼ ସମୟ ଆସିଲେ ସେଥିରୁ ଗୋଳିଆ ପାଣି ନିଷ୍କାସନ କରାଯାଇ ସମୁଦ୍ର ଏବଂ ବୋରିଙ୍ଗ ରୁ ନୂଆ ପାଣି ପୁରାଯାଇଥାଏ । ମାତ୍ର ଏ ବର୍ଷ ସେମିତି କିଛି ନ କରିବାରୁ ଶ୍ରଦ୍ଧାଳୁ ମାନେ ମାତ୍ର ଦୁଇ ଫୁଟ କି ଅଢ଼େଇ ଫୁଟ ଗୋଳିଆ ପାଣି ରେ ବୁଡ଼ ପକାଇଛନ୍ତି । ପୋଖରୀ ର ତଳ ଭାଗରୁ ପଙ୍କ କଢ଼ା ଯାଇ ନଥିବାରୁ ମାତ୍ର ଦୁଇଫୁଟ ପାଣି ଭିତରେ ହଜାର ହଜାର ଶ୍ରଦ୍ଧାଳୁ ଏକ ସମୟରେ ପଶି ଯିବା ଫଳରେ ପଙ୍କ ସବୁ ଘାଂଟି ହୋଇ ପାଣି ପୁରା ଗୋଳିଆ ହୋଇ ଯାଇଥିଲା । କେବଳ ଧର୍ମୀୟ ଭାବନା ନେଇ ଭକ୍ତମାନେ ଅନୋନ୍ୟପାୟ ହୋଇ ସେହି ଗୋଳିଆ ପଙ୍କ ପାଣିରେ ବୁଡ଼ ପକାଇଥିଲେ । ଆସନ୍ତା ବର୍ଷ ଏହି କଥାର ପୁନରାବୃତି ନହେବାପାଇଁ ଦୃଷ୍ଟି ଦେବାକୁ ସେ ସରକାରଙ୍କୁ ନିବେଦନ କରିଛନ୍ତି । ପବିତ୍ର କୁଣ୍ଡରେ ବୁଡ଼ ପାକାଇବା ପାଇଁ ଲକ୍ଷାଧିକ ଶ୍ରଦ୍ଧାଳୁଙ୍କ ଆଗମନ କୁ ଦୃଷ୍ଟିରେ ରଖି ପ୍ରଶାସନ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା କରାଯାଇଅଛି । ଏଥିପାଇଁ ୩୩ ପ୍ଲାଟୁନ ଫୋର୍ସ ମୁତୟନ କରାଯାଇଅଛି । ୪ ରୁ ଉର୍ଦ୍ଧ୍ୱ ଅତିରିକ୍ତ ଏସ୍‌.ପି. ଅଫିସର୍ସ ଏବଂ ୧୦ ରୁ ଉର୍ଦ୍ଧ୍ୱ ଡି.ଏସ୍‌.ପି. ଙ୍କ ସମେତ ଅନ୍ୟାନ୍ୟ ଅଫିସର ମାନେ ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱରେ ରହି କାର୍ଯ୍ୟ ନିର୍ବାହ କରୁଛନ୍ତି ବୋଲି ପୁରୀ ଏସ୍‌.ପି. ଶ୍ରୀ ପିନାକ ମିଶ୍ର ପ୍ରକାଶ କରିଛନ୍ତି । ଏଥିପାଇଁ ପର୍ଯ୍ୟାପ୍ତ ପରିମାଣର ଲାଇଟ୍‌, ପାଣି, ଟୟଲେଟ୍ ଇତ୍ୟାଦି ର ବନ୍ଦୋବସ୍ତ ପୂର୍ବ ପ୍ରସ୍ତୁତି ଅନୁସାରେ କରାଯାଇଅଛି ଏବଂ ଶ୍ରଦ୍ଧାଳୁ ମାନଙ୍କର ଯେପରି କିଛି ଅସୁବିଧା ନହେବ ସେଥିପ୍ରତି ପ୍ରଶାସନ ସଜାଗ ଅଛି ବୋଲି ଜିଲ୍ଲାପାଳ ଶ୍ରୀ ବିଜୟ କୁମାର ଦାଶ ପ୍ରକାଶ କରିଛନ୍ତି ।

Post Views: 48
Share200Tweet125Send
Voice of Victims

Voice of Victims

Recent Posts

  • ଦିଲ୍ଲୀ ବିଧାନସଭାକୁ ମିଳିଲା ବୋମା ଧମକ, ମୋଦି ଓ ଅମିତ ଶାହଙ୍କୁ ଟାର୍ଗେଟ୍ !
  • ଥାନା ଭିତରେ ରକ୍ତ ଛିଟା, ଦୁଇ ପରିବାରର ଜାଗା ବାଡ଼ିକୁ ନେଇ ପୋଲିସ ଉପସ୍ଥିତିରେ ମାରପିଟ୍
  • ଭୁଲ ଇଞ୍ଜେକ୍ସନ ପାଇଁ ଶିଶୁ ମୃତ୍ୟୁ ଅଭିଯୋଗ, କ୍ୟାପିଟାଲ ହସ୍ପିଟାଲରେ ଉତ୍ତେଜନା
  • କାଲିଠୁ ରତ୍ନଭଣ୍ଡାର ଅଳଙ୍କାର ଗଣତି ମଣତି ଆରମ୍ଭ, ଏସଓପି ଆଧାରରେ ସମସ୍ତ କାର୍ଯ୍ୟ ସୁରୁଖୁରୁରେ କରାଯିବ
  • ଜଳିଗଲା ୨ ବଖରା ଛପର ଘର, ଲୋକମାନଙ୍କର ଉଡିଗଲା ହୋସ !

Recent Comments

  1. A WordPress Commenter on ଭାରତ ବିରୋଧୀ ବିମର୍ଶ
  • About Us
  • Contact Us

Copyright © 2023.

No Result
View All Result
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା

Copyright © 2023.

Welcome Back!

Login to your account below

Forgotten Password?

Create New Account!

Fill the forms bellow to register

All fields are required. Log In

Retrieve your password

Please enter your username or email address to reset your password.

Log In