ସତ୍ୟବାଦୀ ( ଭିଓଭି) : ଆଜି ତା ୧୧-୨-୨୦୨୪ ତାରିଖରେ ସତ୍ୟବାଦୀ ବ୍ଲକ୍ ପରିସରରେ ବ୍ଲକ ସ୍ତରୀୟ ଆଇନ ସଚେତନତା ଶିବିର ଅନୁଷ୍ଠିତ ହୋଇଯାଇଛି। ଏଥିରେ ସତ୍ୟବାଦୀ ବ୍ଲକ୍ ଅଧ୍ୟକ୍ଷ ସୁନୀଲ କୁମାର ପଣ୍ଡା, ବିଡିଓ ଦେବାଶିଷ ନାୟକ, ୩୨ ନମ୍ବର ଜୋନ୍ ଜିଲ୍ଲା ପରିଷଦ ସଭ୍ୟା ବିଷ୍ଣୁପ୍ରିୟା ବରାଳ, ଦିପ୍ତି ଦାଶ, ସିଡବ୍ଲୁସି ପୁରୀର ଅଧ୍ୟକ୍ଷ ଅଜିତ କୁମାର ମହାପାତ୍ର, ବି ଏନ୍ ଦୁର୍ଗା, ଆଇନଜୀବୀ ଉପେନ୍ଦ୍ର ବିଶ୍ବାଳ ପ୍ରଭୃତି ଉପସ୍ଥିତ ଥିଲେ।

ସ୍ବୟଂ ସହାୟକ ଗୋଷ୍ଠୀର ସଭ୍ୟା, ଅଙ୍ଗନବାଡ଼ି ର କର୍ମୀ ତଥା ଶତାଧିକ ମହିଳାଙ୍କୁ, ମହିଳା ମାନଙ୍କ ପାଇଁ ଥିବା ଆଇନ ସହାୟତା ଓ ଏହାର ଉପଯୋଗିତା ଉପରେ ବିଶଦ ଆଲୋଚନା କରି ସଚେତନତା ବାର୍ତ୍ତା ଦେଇଥିଲେ।
