• About Us
  • Contact Us
Wednesday, March 25, 2026
  • Login
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା
No Result
View All Result
Home ମୁଖ୍ୟ ଖବର

ବିଶ୍ୱ ବାଳ ଶ୍ରମିକ ନିଷେଧ ଦିବସରେ ବିଦ୍ୟାଳୟରେ ଆଇନ ସଚେତନତା ଶିବିର

by Voice of Victims
June 13, 2024
in ବିଶେଷ ପୃଷ୍ଠା, ମୁଖ୍ୟ ଖବର, ରାଜ୍ୟ
ବିଶ୍ୱ ବାଳ ଶ୍ରମିକ ନିଷେଧ ଦିବସରେ ବିଦ୍ୟାଳୟରେ ଆଇନ ସଚେତନତା ଶିବିର

ରଣପୁର (ଭିଓଭି) : ପ୍ରତି ବର୍ଷ ଜୁନ ମାସ ୧୨ ତାରିଖକୁ ବିଶ୍ୱ ବାଳ ଶ୍ରମିକ ନିଷେଧ ଦିବସ ଭାବେ ପାଳନ କରାଯାଏ। ୧୮ ବର୍ଷ ପର୍ଯ୍ୟନ୍ତ କୌଣସି ଶିଶୁ ଶ୍ରମିକଙ୍କୁ କାର୍ଯ୍ୟରେ ନିୟୋଜିତ କରାଯିବ ନାହିଁ। ଯଦି ସେମାନଙ୍କୁ କାର୍ଯ୍ୟରେ ନିୟୋଜିତ କରାଯାଏ, ତେବେ ତାହା ଆୟନତଃ ଅପରାଧ ଅଟେ। ମହାରଷ୍ଟ୍ର, ଉତ୍ତର ପ୍ରଦେଶ, ରାଜସ୍ଥାନ, ବିହାର ଭଳି ରାଜ୍ୟମାନଙ୍କରେ ଅଧିକ ମାତ୍ରାରେ ଶିଶୁ ଶ୍ରମିକମାନଙ୍କୁ କାର୍ଯ୍ୟରେ ନିୟୋଜିତ କରାଯାଉଥିବା ପରିଲକ୍ଷିତ ହେଉଛି। ୧୯୮୬ ମସିହାରେ ଶିଶୁ ଶ୍ରମିକ ରହିବେ ନାହିଁ ବୋଲି ଦେଶରେ ଆଇନ ପ୍ରାଣାୟାନ କରାଯାଇଛି। ୬ ରୁ ୧୪ ବର୍ଷ ପର୍ଯ୍ୟନ୍ତ ମାଗଣା ଶିକ୍ଷା ବାଧ୍ୟତା ମୂଳକ ଅଟେ, ଏହି ଅଧିକାରରୁ କୌଣସି ଶିଶୁକୁ କେହି ବଞ୍ଚିତ କରି ପାରିବେ ନାହିଁ ବୋଲି ରଣପୁର କୋର୍ଟ ବିଚାରପତି ତଥା ତାଲୁକ ଲିଗାଲ ସର୍ଭିସ କମିଟିର ଅଧ୍ୟକ୍ଷ ଶ୍ରୀ ଗୌରୀ ଶଙ୍କର ପଣ୍ଡା ମତ ପ୍ରକାଶ କରିଥିଲେ। ଏହି ପରିପ୍ରେକ୍ଷୀରେ ରଣପୁର ତାଲୁକ ଲିଗାଲ ସର୍ଭିସ କମିଟି ପକ୍ଷରୁ ରଣପୁର ବ୍ଲକ ନରସିଂହପୁର କ୍ଲଷ୍ଟରର ହଂସରା ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ବିଶ୍ୱ ବାଳ ଶ୍ରମିକ ନିଷେଧ ଦିବସରେ ସଚେତନତା ଶିବିର ଅନୁଷ୍ଠିତ ହୋଇ ଯାଇଛି। ଏଥିରେ ମୁଖ୍ୟଅତିଥି ଭାବେ ରଣପୁର କୋର୍ଟ ବିଚାରପତି ତଥା ତାଲୁକ ଲିଗାଲ ସର୍ଭିସ କମିଟିର ଅଧ୍ୟକ୍ଷ ଗୌରୀ ଶଙ୍କର ପଣ୍ଡା, ମୁଖ୍ୟବକ୍ତା ଭାବେ ରଣପୁର ବାର ଆସୋସିଏସନର ସଭାପତି ତଥା ବରିଷ୍ଠ ଆଇନୀଜୀବୀ ସୁବାଷ ଚନ୍ଦ୍ର ଜେନା, ସମ୍ମାନୀତ ଅତିଥି ଭାବେ ରଣପୁର ବାର ଆସୋସିଏସନର ବରିଷ୍ଠ ଆଇନୀଜୀବୀ ଗିରିଜା ଶଙ୍କର ସାମନ୍ତରାୟ, ବରିଷ୍ଠ ଆଇନୀଜୀବୀ କୃପାସିନ୍ଧୁ ବେହେରା, ବିଦ୍ୟାଳୟର ପ୍ରଧାନ ଶିକ୍ଷକ ନୀଳାଦ୍ରି ସୁବୁଦ୍ଧି, ସାଧନ କେନ୍ଦ୍ର କର୍ମୀ ସୁଶୀଲ କୁମାର ରଣା, ବରିଷ୍ଠ ସାମ୍ବାଦିକ ବିଶ୍ୱରଂଜନ ଆଚାର୍ଯ୍ୟ ପ୍ରମୁଖ ଯୋଗ ଦେଇଥିଲେ। ଏହି ସଚେତନତା ଶିବିରରେ ଅତିଥିମାନେ ବିଦ୍ୟାଳୟର ଛାତ୍ରଛାତ୍ରୀମାନଙ୍କୁ ଶିଶୁ ଶ୍ରମିକ ବ୍ୟବସ୍ଥା ଆଇନତଃ ଅପରାଧ ଅଟେ ବୋଲି ପିଲାମାନଙ୍କୁ ବୁଝାଇବା ସହିତ ଶିଶୁମାନଙ୍କର ସମ୍ବିଧାନରେ କଣ କଣ ଅଧିକାର ରହିଛି ସେ ସମ୍ବନ୍ଧରେ ଆଲୋଚନା କରାଯାଇଥିଲା। ତାଲୁକ ଲିଗାଲ ସର୍ଭିସ କମିଟିର ସଦସ୍ୟ ରାଜେଶ କୁମାର ମଲ୍ଲିକ, ସିଦ୍ଧାର୍ଥ ଶଙ୍କର ସ୍ୱାଇଁ, ପାରା-ଲିଗାଲ ଭଲ୍ୟୁଣ୍ଟର ପ୍ରମୋଦ କୁମାର ସାହୁ, ଜିତେନ୍ଦ୍ର ସ୍ୱାଇଁ ଏବଂ ବିଦ୍ୟାଳୟର ଶିକ୍ଷକ ଶିକ୍ଷୟତ୍ରୀ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ।

Post Views: 36
Share200Tweet125Send
Voice of Victims

Voice of Victims

Recent Posts

  • ଦିଲ୍ଲୀ ବିଧାନସଭାକୁ ମିଳିଲା ବୋମା ଧମକ, ମୋଦି ଓ ଅମିତ ଶାହଙ୍କୁ ଟାର୍ଗେଟ୍ !
  • ଥାନା ଭିତରେ ରକ୍ତ ଛିଟା, ଦୁଇ ପରିବାରର ଜାଗା ବାଡ଼ିକୁ ନେଇ ପୋଲିସ ଉପସ୍ଥିତିରେ ମାରପିଟ୍
  • ଭୁଲ ଇଞ୍ଜେକ୍ସନ ପାଇଁ ଶିଶୁ ମୃତ୍ୟୁ ଅଭିଯୋଗ, କ୍ୟାପିଟାଲ ହସ୍ପିଟାଲରେ ଉତ୍ତେଜନା
  • କାଲିଠୁ ରତ୍ନଭଣ୍ଡାର ଅଳଙ୍କାର ଗଣତି ମଣତି ଆରମ୍ଭ, ଏସଓପି ଆଧାରରେ ସମସ୍ତ କାର୍ଯ୍ୟ ସୁରୁଖୁରୁରେ କରାଯିବ
  • ଜଳିଗଲା ୨ ବଖରା ଛପର ଘର, ଲୋକମାନଙ୍କର ଉଡିଗଲା ହୋସ !

Recent Comments

  1. A WordPress Commenter on ଭାରତ ବିରୋଧୀ ବିମର୍ଶ
  • About Us
  • Contact Us

Copyright © 2023.

No Result
View All Result
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା

Copyright © 2023.

Welcome Back!

Login to your account below

Forgotten Password?

Create New Account!

Fill the forms bellow to register

All fields are required. Log In

Retrieve your password

Please enter your username or email address to reset your password.

Log In