• About Us
  • Contact Us
Friday, April 3, 2026
  • Login
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା
No Result
View All Result
Home ମୁଖ୍ୟ ଖବର

ଗିରିଗୋବର୍ଦ୍ଧନ ପୂଜାରେ ଯୋଗଦେଲେ ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ

by Voice of Victims
November 3, 2024
in ମୁଖ୍ୟ ଖବର, ରାଜ୍ୟ
ଗିରିଗୋବର୍ଦ୍ଧନ ପୂଜାରେ ଯୋଗଦେଲେ ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ

ଭୁବନେଶ୍ବର: ଖୋର୍ଦ୍ଧା ଜିଲ୍ଲା ବାଣପୁର ବ୍ଲକ ସାନହନ୍ତୁଆଡ଼ ଗ୍ରାମରେ ବହୁ ଆଡମ୍ବର ସହକାରେ ଗିରିଗୋବର୍ଦ୍ଧନ ପୂଜା ରୀତିନିତି ଅନୁସାରେ ପାଳିତ ହୋଇଯାଇଛି। ବହୁ ପୁରାତନ କାଳରୁ ଉକ୍ତ ଗ୍ରାମରେ ପାଳିତ ହୋଇଆସୁଥିବା ଏହି ପୂଜାରେ ହଜାର ହଜାର ଭକ୍ତଙ୍କର ସୁଅ ଛୁଟିଥିଲା। ସାନହନ୍ତୁଆଡ଼ ଗ୍ରାମର ପ୍ରତି ଘରେ ଘରେ ପୂର୍ଣ୍ଣକୁମ୍ଭ ,ଦୀପ ପ୍ରଜ୍ଜ୍ବଳନ ଓ ଘର ସମ୍ମୁଖକୁ ମୁରୁଜ ଝୋଟି ଚିତା ଓ ଫୁଲରେ ସୁସଜ୍ଜିତ କରାଯାଇଥିଲା। ରବିବାର ଶେଷଦିନ ଅବସରରେ ପୂଜା ମହୋତ୍ସବରେ ବାଣପୁର ଅଞ୍ଚଳର ପେଣ୍ଡୁରା ପଲ୍ଲୀ, ଭଗବତୀପୁର ନୂଆଗାଁ, ଦେଓଗାଁ, କୋଳଥଡିହ , ମାଟିଆ ପୋଖରୀ ଓ ସାନ ହନ୍ତୁଆଡ଼ ଗ୍ରାମର ରେ ୭ କୀର୍ତ୍ତନ ମଣ୍ଡଳୀ ଯୋଗ ଦେଇଥିଲେ। ସଂକୀର୍ତ୍ତନ ମଣ୍ଡଳି ହରି ନାମ ଶ୍ରୀ କୃଷ୍ଣ ଭଗବାନଙ୍କର ଭଜନ ଜଣାଣ ପରିବେଷଣ କରିଥିଲେ। ଗ୍ରାମର ତିନି ଠାକୁର ଯଥାକ୍ରମେ ଶ୍ରୀ ରଘୁନାଥ ଦେବ, ଶ୍ରୀ କୁଞ୍ଜ ବିହାରୀ ଦେବ ଓ ଶ୍ରୀ ମଦନ ମୋହନ ଦେବଙ୍କ ବିମାନକୁ ଫୁଲରେ ସୁସଜ୍ଜିତ କରାଯାଇ ନଗର ପରିକ୍ରମା କରାଯାଇଥିଲା।ଏହି ସମୟରେ ଏକ ଆଧ୍ୟତ୍ମିକ ପରିବେଶ ଦେଖିବାକୁ ମିଳିଥିଲା। ଏହି ଅବସରରେ ପାଖାପାଖି ୫ ହଜାର ଶ୍ରଦ୍ଧାଳୁଙ୍କ ପାଇଁ ପ୍ରସାଦ ସେବନର ବ୍ୟବସ୍ଥା ହୋଇଥିଲା । ସଂନ୍ଧ୍ୟାରେ ସ୍ଥାନୀୟ ବିଧାୟକ ତଥା ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ଉକ୍ତ କାର୍ଯ୍ୟକ୍ରମରେ ଯୋଗଦେଇଥିଲେ। ସାନହନ୍ତୁଆଡ଼ ଗ୍ରାମର ଦୁଇ ସଭାପତି ମୁକୁନ୍ଦ ପ୍ରସାଦ ମହାନ୍ତି, ସୁଧୀର କୁମାର ପ୍ରଧାନ, ସାରଥୀ ସାମନ୍ତରାୟ , ନିରଞ୍ଜନ ପ୍ରଧାନ ଗ୍ରାମର ସମସ୍ତ ଅଧିକାରୀ ଏବଂ କମିଟି ସଦସ୍ୟ ବୃନ୍ଦ, ଗ୍ରାମର ଉଦୟମାନ ଯୁବକ ସୁଜୁତ ଛାଟୋଇ, ଅମିତାଭ ପଟ୍ଟନାୟକ , ସୁରେନ୍ଦ୍ର ସାମନ୍ତରାୟ , ନିଲେଶ ବରାଳ, ଉତ୍ତମ ସୁନ୍ଦରା, ଶିବଶକ୍ତି ଶାସମଲ ପ୍ରମୁଖ ସମସ୍ତ କାର୍ଯ୍ୟ ସୁଚାରରୂପେ ତୁଲାଇଥିଲେ।

Post Views: 54
Share201Tweet126Send
Voice of Victims

Voice of Victims

Recent Posts

  • ଇରାନରୁ ଭାରତ ଆସୁଥିବା ତେଲ ଜାହାଜ ଏବେ ଚୀନ ଅଭିମୁଖେ: ଜାଣନ୍ତୁ କାହିଁକି?
  • ପାକିସ୍ତାନୀ ସୀମା ହାଇଦର…ନିଜ ପିଲାର ନାମ ରଖିଲେ ‘ଭାରତ’, ପିଲାଙ୍କୁ ଭଲ ଶିକ୍ଷା ଦେବା ମୂଳ ଲକ୍ଷ୍ୟ
  • ରାଜ୍ୟରେ ଏବେ ଡବଲ ଇଞ୍ଜିନ ସରକାର, ପୂର୍ବତଟ ରେଳପଥରୁ ଅଲଗା ହେଲା ପଲ୍ଲାସା-ଇଚ୍ଛାପୁରମ ଡିଭିଜନ
  • AMAZON କମ୍ପାନୀ ଉପରେ ଆକ୍ରମଣ ! ଇରାନର ଟାର୍ଗେଟରେ ଆମେରିକାର ଟେକ୍ କମ୍ପାନୀ
  • ଇରାନ ଖସାଇଲା F-35 ଯୁଦ୍ଧ ବିମାନ ! ଖଣ୍ଡନ କଲା ଆମେରିକୀୟ ସେନା

Recent Comments

  1. A WordPress Commenter on ଭାରତ ବିରୋଧୀ ବିମର୍ଶ
  • About Us
  • Contact Us

Copyright © 2023.

No Result
View All Result
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା

Copyright © 2023.

Welcome Back!

Login to your account below

Forgotten Password?

Create New Account!

Fill the forms bellow to register

All fields are required. Log In

Retrieve your password

Please enter your username or email address to reset your password.

Log In