• About Us
  • Contact Us
Monday, April 6, 2026
  • Login
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା
No Result
View All Result
Home ଆଞ୍ଚଳିକ ଖବର

ହାଇ ଆଲର୍ଟରେ ଲୋକସେବା ଭବନ, ସମସ୍ତ କର୍ମଚାରୀଙ୍କୁ ସାଢ଼େ ୯ଟା ସୁଦ୍ଧା ପହଞ୍ଚିବାକୁ ନିର୍ଦ୍ଦେଶ

by Voice of Victims
July 17, 2025
in ଆଞ୍ଚଳିକ ଖବର, ମୁଖ୍ୟ ଖବର
ହାଇ ଆଲର୍ଟରେ ଲୋକସେବା ଭବନ, ସମସ୍ତ କର୍ମଚାରୀଙ୍କୁ ସାଢ଼େ ୯ଟା ସୁଦ୍ଧା ପହଞ୍ଚିବାକୁ ନିର୍ଦ୍ଦେଶ

ଭୁବନେଶ୍ୱର : ହାଇ ଆଲର୍ଟରେ ଲୋକସେବା ଭବନ । କଂଗ୍ରେସ ସମେତ ୮ ମିଳିତ ବିରୋଧୀ ଦଳଙ୍କ ବନ୍ଦ ଡାକରା ପାଇଁ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି । ବାଲେଶ୍ବର ଏଫ ଏମ କଲେଜ ଛାତ୍ରୀ ମୃତ୍ୟୁ ଘଟଣାରେ ବନ୍ଦ ଡାକରା ଦିଆଯାଇଛି । ଲୋକସେବା ଭବନ, ଖାରବେଳ ଭବନ, ରାଜୀବ ଭବନ, କୃଷି ଭବନ ଓ ହେଡସ ଅଫ ଡିପାର୍ଟମେଣ୍ଟ ବିଲଡିଂରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି । ଏଥିପାଇଁ କର୍ମଚାରୀମାନେ ଦିନ ୯ଟା ୩୦ ସୁଦ୍ଧା ଅଫିସ ପହଞ୍ଚିବାକୁ ପରାମର୍ଶ ଦିଆଯାଇଛି । ଏହାକୁ ଦୃଷ୍ଟିରେ ରଖି ଲୋକସେବା ଭବନରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି ।

ସମସ୍ତ କର୍ମଚାରୀଙ୍କୁ ସକାଳେ ସାଢ଼େ ୯ଟା ସୁଦ୍ଧା ପହଞ୍ଚିବାକୁ ନିର୍ଦ୍ଦେଶ ଦିଆଯାଇଛି । ଦିନ ୯ଟା ୩୦ରେ ଲୋକସେବା ଭବନର ମୁଖ୍ୟ ଗେଟ ବନ୍ଦ କରାଯିବ । ସମସ୍ତ ଯାତାୟାତ ପଛପଟ ଗେଟଦେଇ ନିୟନ୍ତ୍ରଣ କରାଯିବ । ଲୋକସେବା ଭବନ ନାଲି ଓ ମୁଖ୍ୟ କୋଠା ମଧ୍ୟରେ ଦ୍ବାର ଖୋଲା ରହିବ । ସୁରକ୍ଷା ଦୃଷ୍ଟିରୁ ଭିଜିଟର୍ସ ଓ କର୍ମଚାରୀଙ୍କ ପାସ୍ କଡ଼ାକଡ଼ି ଯାଞ୍ଚ କରାଯିବ। ଏନେଇ ଗୃହ ବିଭାଗ ପକ୍ଷରୁ ସ୍ବତନ୍ତ୍ର ସଚିବ ଆଇପିଏସ ଆର.କେ ଶର୍ମା ସବୁ ଅତିରିକ୍ତ ସଚିବ, ପ୍ରମୁଖ ସଚିବ ଓ କମିଶନର ତଥା ସଚିବଙ୍କୁ ଚିଠି ଲେଖିଛନ୍ତି ।

ଅନ୍ୟପଟେ ଆଜି କଂଗ୍ରେସର ୧୨ ଘଣ୍ଟିଆ ଓଡ଼ିଶା ବନ୍ଦ । ରାଜ୍ୟର ବିଭିନ୍ନ ସ୍ଥାନରେ ରେଳରୋକ କରିଛନ୍ତି ଆନ୍ଦୋଳନକାରୀ । ରାଜରାସ୍ତାକୁ ଓହ୍ଲାଇଛନ୍ତି କଂଗ୍ରେସ ସମେତ ୮ଟି ମିଳିତ ବିରୋଧୀ ଦଳ । ସ୍କୁଲ, କଲେଜ, ବ୍ୟାଙ୍କ, ଅଦାଲତ, ସରକାରୀ ବେସରକାରୀ ପ୍ରତିଷ୍ଠାନ, ଦୋକାନ ବଜାର ଓ ଗାଡ଼ି ମୋଟର ଚଳାଚଳ ବନ୍ଦ ରହିବ । ରାଜଧାନୀ ଭୁବନେଶ୍ବର ସମେତ ରାଜ୍ୟବ୍ୟାପୀ ସମ୍ପୂର୍ଣ୍ଣ ଶାନ୍ତିପୂର୍ଣ୍ଣ ଭାବେ ବନ୍ଦ ପାଳନ କରାଯିବ ।

ତେବେ ଆମ୍ବୁଲାନ୍ସ ଓ ରୋଗୀଙ୍କ ଚିକିତ୍ସା ଆଦିଜରୁରୀ କାଳୀନ ସେବାକୁ ବନ୍ଦରୁ ବାଦ ଦିଆଯିବ ବୋଲି ପିସିସି ସଭାପତି କହିଛନ୍ତି । କଂଗ୍ରେସର ବନ୍ଦ ଡାକରାକୁ ଦୃଷ୍ଟିରେ ରଖି ବ୍ୟାପକ ପଦକ୍ଷେପ ଗ୍ରହଣ କରିଛି ପୋଲିସ। ବନ୍ଦ ବେଳେ ଟୁଇନ ସିଟି କଟକ ଓ ଭୁବନେଶ୍ବରରେ ନଜର ରଖିବ AI କ୍ୟାମେରା ଓ ଡ୍ରୋନ୍ ।

Post Views: 132
Share201Tweet126Send
Voice of Victims

Voice of Victims

Recent Posts

  • ଆମେରିକା ଯୁଦ୍ଧ ବିମାନକୁ ଖସାଇବା ପରେ ଇରାନର ଘୋଷଣା, ପାଇଲଟକୁ ଧରାଇଲେ ମିଳିବ ୫୫ ଲକ୍ଷ ଟଙ୍କା
  • ଭାରତକୁ ପାକିସ୍ତାନର ଧମକ, ଦୁଃସାହସ କଲେ ଆମେ କୋଲକାତା ପର୍ଯ୍ୟନ୍ତ ଆକ୍ରମଣ କରିବୁ
  • ଆଜିଠୁ ରାଜ୍ୟରେ ବଢ଼ିବ କାଳବୈଶାଖୀ ପ୍ରଭାବ, ୮ ତାରିଖ ଯାଏ କାଳବୈଶାଖୀ ସମ୍ଭାବନା
  • ‘ସ୍ୱ-ଗଣନା’ ପ୍ରକ୍ରିୟାରେ ଭାଗ ନେଲେ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ
  • ଏଣିକି e-KYC ବିନା ମିଳିବନି ସିଲିଣ୍ଡର, ଓଡ଼ିଶାରେ ଗ୍ୟାସ ଗ୍ରାହକଙ୍କ ପାଇଁ ବଡ଼ ନିୟମ

Recent Comments

  1. A WordPress Commenter on ଭାରତ ବିରୋଧୀ ବିମର୍ଶ
  • About Us
  • Contact Us

Copyright © 2023.

No Result
View All Result
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା

Copyright © 2023.

Welcome Back!

Login to your account below

Forgotten Password?

Create New Account!

Fill the forms bellow to register

All fields are required. Log In

Retrieve your password

Please enter your username or email address to reset your password.

Log In