ଭୁବନେଶ୍ୱର : ଆସନ୍ତା ୪୮ ଘଣ୍ଟାରେ ଲଘୁଚାପ କ୍ଷେତ୍ର ସୃଷ୍ଟି ସମ୍ଭାବନା । ବିଷୁବୀୟ ଭାରତ ମହାସାଗର ଓ ସଲଂଗ୍ନ ଦକ୍ଷିଣ-ପୂର୍ବ ବଙ୍ଗୋପସାଗରରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଛି। ଆସନ୍ତା ୪୮ ଘଣ୍ଟାରେ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା ଅଛି । ଏହା ପରେ ପଶ୍ଚିମ-ଉତ୍ତରପଶ୍ଚିମ ଦିଗକୁ ଗତି କରିବାର ସମ୍ଭାବନା ରହିଛି । ଯାହାର ପ୍ରଭାବରେ ଆସନ୍ତା ୨୩ ତାରିଖରୁ ରାଜ୍ୟରେ ବିଜୁଳି ଘଡଘଡି ସହ ହାଲୁକା ମଧ୍ୟମ ବର୍ଷା ସମ୍ଭାବନା । ଏଥିପାଇଁ ୧୫ ଜିଲ୍ଲାକୁ ହଳଦିଆ ଚେତାବନୀ ଦିଆଯାଇଛି ।
ସେହିସବୁ ଜିଲ୍ଲା ଗୁଡ଼ିକ ହେଲା ମାଲକାନାଗିରି, କୋରାପୁଟ, ନବରଙ୍ଗପୁର, କଳାହାଣ୍ଡି, ନୂଆପଡ଼ା, ପୁରୀ, କଟକ, ଖୋର୍ଦ୍ଧା, ବାଲେଶ୍ୱର, ଜଗତସିଂହପୁର, କେନ୍ଦ୍ରାପଡ଼ା, ଯାଜପୁର, ଭଦ୍ରକ, ମୟୂରଭଞ୍ଜ, କେଉଁଝର । ସେହିପରି ୨୪ ତାରିଖ ପାଇଁ ଖୋର୍ଦ୍ଧା, କଟକ, ମୟୂରଭଞ୍ଜରେ ବିଜୁଳି ଘଡଘଡି ସହ ବର୍ଷା ।
ଏପଟେ ବର୍ତ୍ତମାନ ଓଡ଼ିଶାର ଜିଲ୍ଲାଗୁଡ଼ିକରେ ଶୁଖୁଲା ପାଗ ରହିଥିବା ବେଳେ ରାତ୍ରି ତାପମାତ୍ରା ପ୍ରାୟ ୨-୩ ଡିଗ୍ରୀ ସେଲସିୟସ୍ ବୃଦ୍ଧି ପାଇବ ଏବଂ ଓଡ଼ିଶାର ଅନ୍ୟ ଜିଲ୍ଲାଗୁଡ଼ିକରେ କୌଣସି ବଡ଼ ପରିବର୍ତ୍ତନ ହୋଇ ନାହିଁ ।
