ଅଯୋଧ୍ୟା : ଆଜି ହେଉଛି ଚନ୍ଦ୍ରଗ୍ରହଣ । ତେଣୁ ଅଯୋଧ୍ୟାରେ ୯ ଘଣ୍ଟା ପର୍ଯ୍ୟନ୍ତ ରାମଲାଲଙ୍କ ଦର୍ଶନ ବନ୍ଦ ରହିବ । କାହିଁକିନା ସୂତକ ସମୟକୁ ଅଶୁଭ ବୋଲି ମନାଯାଇଥାଏ । ଏହି ସମୟରେ ରାମମନ୍ଦିର ଟ୍ରଷ୍ଟ ଭକ୍ତଙ୍କୁ ରାମଲାଲଙ୍କ ଦର୍ଶନ ପାଇଁ ନଆସିବାକୁ ନିବେଦନ କରିଛନ୍ତି । ଆଜି ଦିନ ୧୨.୩୦ରୁ ମନ୍ଦିରର ଦ୍ବାର ବନ୍ଦ ରହିବ । ଫଳରେ ରାମଲାଲାଙ୍କ ଦର୍ଶନ ପାଇପାରିବେନି ଦର୍ଶକ ।

ସୂଚନାନୁଯାୟୀ, ଚନ୍ଦ୍ରଗ୍ରହଣ ଆଜି ରାତି ୯.୫୯ରେ ଆରମ୍ଭ ହୋଇ ରାତି ୧.୨୯ ପର୍ଯ୍ୟନ୍ତ ରହିବ । ଯାହାଦ୍ବାରା ପୃଥିବୀ ଛାଇରେ ବୁଡି ରହିବ । ଯାହାକୁ ବ୍ଲଡମୁନ୍ ବୋଲି କୁହାଯାଉଛି । ଭାରତର ସମସ୍ତ ସ୍ଥାନରେ ଏହା ପ୍ରାୟ ୩ ଘଣ୍ଟା ୨୮ ମିନିଟ୍ ପର୍ଯ୍ୟନ୍ତ ଦୃଶ୍ୟମାନ ହେବ । ତେଣୁ ଏହି ଗ୍ରହଣ ସମୟକୁ ଅଶୁଭ ବୋଲି ବିବଚେନା କରାଯାଏ । ଏହି କାରଣରୁ ରାମଲାଲାଙ୍କ ଦର୍ଶନ ସମ୍ଭବ ହେବ ନାହିଁ । ଗ୍ରହଣ ସମୟ ଆସନ୍ତାକାଲି ଅର୍ଥାତ୍ ସୋମବାର ଦିନ ଶେଷ ହେବ । ଯାହା ପରେ ସକାଳେ ମଙ୍ଗଳ ଆରତୀ ସହିତ ମନ୍ଦିରର ଦ୍ବାର ପୁଣି ଖୋଲାଯିବ । ଏଥି ସହିତ ଭକ୍ତମାନେ ପ୍ରଭୁଙ୍କ ଦର୍ଶନ କରିପାରିବେ ।

ଅନ୍ୟପଟେ ଧାର୍ମିକ ବିଶ୍ବାସ ଅନୁଯାୟୀ, ଗ୍ରହଣ ସମୟରେ ପିଲା ଏବଂ ବୃଦ୍ଧଙ୍କ ବ୍ୟତୀତ ଅନ୍ୟ କାହାକୁ ଖାଇବାକୁ ଅନୁମତି ନାହିଁ । ଏହି ଗ୍ରହଣ ସମୟରେ ମନ୍ତ୍ର ଜପ କରିବା ଏବଂ ଧ୍ୟାନ କରିବା ସବୁଠାରୁ ଭଲ ଶୁଭ ବୋଲି ବିବେଚନା କରାଯାଏ ।
