• About Us
  • Contact Us
Thursday, February 5, 2026
  • Login
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା
No Result
View All Result
Home ସ୍ୱାସ୍ଥ୍ୟ

ମଧୁମେହ ରୋଗର କାରଣ, ଲକ୍ଷଣ ଓ ଚିକିତ୍ସା

by Voice of Victims
November 20, 2023
in ସ୍ୱାସ୍ଥ୍ୟ
ମଧୁମେହ ରୋଗର କାରଣ, ଲକ୍ଷଣ ଓ ଚିକିତ୍ସା

ଗତ କିଛି ବର୍ଷ ହେଲା ଭାରତରେ ମଧୁମେହ ରୋଗୀଙ୍କ ସଂଖ୍ୟା ବେଶ୍‌ ବୃଦ୍ଧିପାଇଛି। ଏପରିକି ଭାରତକୁ ଏବେ ଡାଇବେଟିକ୍ କ୍ୟାପିଟାଲ ବା ମଧୁମେହର ରାଜଧାନୀ ବୋଲି ମଧ୍ୟ କୁହାଯାଉଛି। ପୂର୍ବରୁ ୪୦ ବର୍ଷ ପରେ ଲୋକଙ୍କୁ ମଧୁମେହ ହେଉଥିବାବେଳେ ଆଜିକାଲି ଛୋଟ ପିଲାମାନେ ମଧ୍ୟ ଏହାଦ୍ୱାରା ପୀଡ଼ିତ ହେଉଛନ୍ତି। ସବୁଠୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା ଏହି ରୋଗରେ ପୀଡ଼ିତ ଅଧିକାଂଶ ବ୍ୟକ୍ତି ସେମାନଙ୍କୁ ମଧୁମେହ ହୋଇଥିବା କଥା ଜାଣିପାରନ୍ତି ନାହିଁ।
ମଧୁମେହ କ’ଣ?
ଲକ୍ଷଣ
-ବାରମ୍ବାର ପରିସ୍ରା ଲାଗିବା
-ଶୋଷ ଲାଗିବା
-ଅଧିକ ଭୋକ ଲାଗିବା
-ଓଜନ ଅଚାନକ କମିବା
-ଆଖିକୁ ଜାଲଜାଲୁଆ ଦେଖାଯିବା
-ଘା’ ଶୀଘ୍ର ଠିକ୍ ନହେବା
-ଚର୍ମରୋଗ
-ମୁଣ୍ଡବିନ୍ଧା
-ଥକ୍କା ଲାଗିବା
-କ୍ରୋଧ, ଚିଡ୍‌ଚିଡ୍‌ ଲାଗିବା
-ଚର୍ମ ସଂକ୍ରମଣ ଓ ଯୋନୀ ସଂକ୍ରମଣ
ଯେତେବେଳେ ଆମ ଶରୀରରେ ଥିବା ପାନକ୍ରିୟାଜ ନାମକ ଗ୍ରନ୍ଥି ଇନସୁଲିନ୍ ହରମୋନ୍‌କୁ ପ୍ରସ୍ତୁତ କରିବା ବନ୍ଦ କରିଦେଇଥାଏ ସେତେବେଳେ ବ୍ୟକ୍ତି ମଧୁମେହ ରୋଗ ଦ୍ୱାରା ଆକ୍ରାନ୍ତ ହୋଇଥିବାର ଜଣାପଡ଼େ। ଇନସୁଲିନ୍ ହିଁ ରକ୍ତରେ ଗ୍ଲୁକୋଜ ବା ଶର୍କରାର ପରିମାଣକୁ ନିୟନ୍ତ୍ରିତ କରିବାର କାମ କରିଥାଏ। ଇନସୁଲିନ୍ ପ୍ରସ୍ତୁତ ନ ହେଲେ ଶରୀରରେ ଗ୍ଲୁକୋଜର ମାତ୍ରା ବଢ଼ିଯାଇଥାଏ। ଏହି ସ୍ଥିତିକୁ ମଧୁମେହ ବୋଲି କୁହାଯାଏ।
ସାଧାରଣତଃ ମଧୁମେହ ଦୁଇପ୍ରକାର। ଟାଇପ୍‌-୧ ଏବଂ ଟାଇପ୍‌-୨। ଟାଇପ୍‌-୧ ଡାଇବେଟିସ୍‌ ଯେକୌଣସି ବୟସରେ ବିକଶିତ ହୋଇପାରେ, ଯଦିଓ ଏହା ପ୍ରାୟତଃ ଛୋଟପିଲା ବା ଯୁବାବସ୍ଥାରେ ଦେଖାଯାଏ। ସେହିପରି ଟାଇପ୍‌ ୨ଡାଇବେଟିସ୍‌ ଯେକୌଣସି ବୟସର ବ୍ୟକ୍ତିଙ୍କୁ ହୋଇପାରେ। ଅଧ୍ୟୟନ ଅନୁସାରେ, ଏହା ୪୦ ବର୍ଷରୁ ଅଧିକ ବୟସ ଲୋକଙ୍କଠାରେ ଅଧିକ ଦେଖାଯାଏ।
ଟାଇପ୍ ୧: ଟାଇପ୍ ୧ ମଧୁମେହରେ ଲକ୍ଷଣ ଖୁବ୍ ଶୀଘ୍ର ଶୀଘ୍ର ଦେଖାଯାଇଥାଏ। ଏହା ପିଲାଦିନେ ଅବା କିଶୋର ଅବସ୍ଥାରେ ଅଚାନକ ଇନସୁଲିନ୍ ଉତ୍ପାଦନ କମିଗଲେ ହୋଇଥାଏ। ଏହାଯୋଗୁଁ ବିଟା ସେଲ୍ସ କାମ କରିବା ସଂପୂର୍ଣ୍ଣ ଭାବେ ବନ୍ଦ କରିଦେଇଥାଏ। ଶରୀରରେ ବର୍ଧିଷ୍ଣୁ ଶର୍କରାର ମାତ୍ରାକୁ ସନ୍ତୁଳିତ କରିବା ଲାଗି ଇଞ୍ଜେକସନ୍‌ର ଆବଶ୍ୟକତା ପଡ଼ିଥାଏ। ଟାଇପ୍‌-୨ ମଧୁମେହ ୩୦ ବର୍ଷ ପରେ ଧୀରେ ଧୀରେ ବଢ଼ିଥାଏ। ଅଧିକାଂଶ ଭାରତୀୟ ଏହି ରୋଗରେ ପୀଡ଼ିତ।
ଟାଇପ-୨: ଟାଇପ-୨ ମଧୁମେହରେ ପୀଡ଼ିତ ଅଧିକାଂଶ ଲୋକଙ୍କର ଓଜନ ଟିକେ ଅଧିକ ହୋଇଥାଏ। ବହୁତ ସମୟରେ ଏହା ଆନୁବଂଶିକ ହୋଇଥିବାବେଳେ କିଛି ମାମଲାରେ ଖରାପ ଜୀବନଶୈଳୀ ସହ ମଧ୍ୟ ସମ୍ପର୍କିତ। ଟାଇପ-୨ରେ ଶରୀରରେ ଇନସୁଲିନ୍ କମ୍ ମାତ୍ରାରେ ପ୍ରସ୍ତୁତ ହୋଇଥାଏ। ନହେଲେ ପାନକ୍ରିୟାଜ ଠିକ୍ ଭାବେ କାମ କରିପାରେନାହିଁ।
କାରଣ
ମଧୁମେହର ବିଭିନ୍ନ କାରଣ ରହିଛି। କିଛି କ୍ଷେତ୍ରରେ ବଂଶଗତ କାରଣ ଯୋଗୁଁ ଏହା ହେଉଥିବାବେଳେ ଅନ୍ୟ କିଛି କ୍ଷେତ୍ରରେ ଅନିୟନ୍ତ୍ରିତ ଜୀବନଶୈଳୀ ମଧୁମେହର କାରଣ ପାଲଟେ। ତେବେ ଅତ୍ୟଧିକ ମୋଟା ଲୋକ, ଶାରିରୀକ ପରିଶ୍ରମ କରୁନଥିବା ଲୋକେ, ଫାଷ୍ଟଫୁଡ୍ ଖାଇଲେ, ମାନସିକ ଅବସାଦ ଯୋଗୁଁ ମଧୁମେହ ହୋଇଥାଏ।
ପରୀକ୍ଷା: ମଧୁମେହ ହୋଇଛି କି ନାହିଁ ତାହା ଜାଣିବା ପାଇଁ ବିଭିନ୍ନ ପ୍ରକାର ରକ୍ତ ପରୀକ୍ଷା କରାଯାଏ। ପ୍ରଥମଟି ହେଲା ଫାଷ୍ଟିଂ ବ୍ଲଡ୍ ସୁଗର ଟେଷ୍ଟ। ଏହି ରକ୍ତ ପରୀକ୍ଷା ସାଧାରଣତଃ ବ୍ୟକ୍ତିଜଣକ ଖାଲି ପେଟରେ ଥିବା ଅବସ୍ଥାରେ ସକାଳୁ ହୋଇଥାଏ। ଫାଷ୍ଟିଂ ବ୍ଲଡ୍ ସୁଗର ସ୍ତର ୭୦-୧୦୦ ହେଉଛି ସାଧାରଣ। ୧୨୫ରୁ ଅଧିକ ହେଲେ ତାହା ପ୍ରି ଡାଇବେଟିସ୍ ଅବସ୍ଥା। ତା’ ଠାରୁ ଅଧିକ ହେଲେ ବ୍ୟକ୍ତି ମଧୁମେହରେ ପୀଡ଼ିତ ବୋଲି ଧରି ନିଆଯାଇଥାଏ। ସେହିପରି ଖାଦ୍ୟ ପରେ ନିଆଯାଇଥିବା ରକ୍ତରେ ଶର୍କରାର ମାତ୍ରା ୧୪୦ରୁ ଅଧିକ ହେଲେ ତାହା ମଧୁମେହର ଲକ୍ଷଣ ବୋଲି ମନେ କରାଯାଏ।
ଚିକିତ୍ସା: ଏହା ଏକ ଗୁରୁତର ରୋଗ ହୋଇଥିବାରୁ ଡାକ୍ତରଙ୍କ ପରାମର୍ଶ ନେବା ନିହାତି ଆବଶ୍ୟକ। ତେବେ ଆପଣଙ୍କୁ କେଉଁ ପ୍ରକାର ଡାଇବେଟିସ୍‌ ହୋଇଛି, ସେହି ଅନୁଯାୟୀ, ଆପଣଙ୍କ ଚିକିତ୍ସା କରାଯାଏ। ତା’ ସହିତ ଶର୍କରାର ସ୍ତରକୁ ନିୟନ୍ତ୍ରିତ କରିବା ଲାଗି ସନ୍ତୁଳିତ ଆହାର, ବ୍ୟାୟାମ, ସୁସ୍ଥ ଜୀବନଶୈଳୀ ବି ଜରୁରୀ।

Post Views: 67
Share205Tweet128Send
Voice of Victims

Voice of Victims

Recent Posts

  • SIR କୁ ନେଇ ସୁପ୍ରିମକୋର୍ଟରେ ଶୁଣାଣି, ପଶ୍ଚିମବଙ୍ଗ ସହିତ ଅନ୍ୟାୟ ହେଉଛି ବୋଲି କହିଲେ ମମତା ବାନାର୍ଜୀ
  • ଆଉ ଲୋକଙ୍କୁ ବାରମ୍ବାର ତହସିଲ ଅଫିସକୁ ଦୌଡ଼ିବାକୁ ପଡ଼ିବନି ହ୍ବାଟସଆପରେ ମିଳିବ ରାଜସ୍ବ ସେବା
  • ମନ୍ଦିର ବେଢାରେ ଝାଡ଼ୁ ମାରିଲେ ରାଷ୍ଟ୍ରପତି, କଡାକଡି କରାଯାଇଛି ସୁରକ୍ଷା ବ୍ୟବସ୍ଥା
  • ପରସ୍ପର ସହିତ ଧକ୍କା ହେଲା ୨ ବିମାନର ଡେଣା, ମୁମ୍ବାଇ ବିମାନବନ୍ଦରରେ ଅବତରଣ କଲା ଇଣ୍ଡିଗୋ ବିମାନ
  • ଆଗକୁ ପଞ୍ଚାୟତ ଓ ପୌର ନିର୍ବାଚନ, ଚାରି ଜିଲ୍ଲାରେ ଚାରି ନେତାଙ୍କୁ ନୂଆ ଦାୟିତ୍ବ ଦେଲେ ବିଜେଡି ସୁପ୍ରିମୋ

Recent Comments

  1. A WordPress Commenter on ଭାରତ ବିରୋଧୀ ବିମର୍ଶ
  • About Us
  • Contact Us

Copyright © 2023.

No Result
View All Result
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା

Copyright © 2023.

Welcome Back!

Login to your account below

Forgotten Password?

Create New Account!

Fill the forms bellow to register

All fields are required. Log In

Retrieve your password

Please enter your username or email address to reset your password.

Log In