ଭୁବନେଶ୍ୱର : ମଧୁସ୍ମିତା ହତ୍ୟାକାଣ୍ଡର ପର୍ଦ୍ଦାଫାସ୍ । ସିସିଟିଭି ଧରାଇଦେଲା ଅଭିଯୁକ୍ତକୁ । ବନ୍ଧା ହେଲା ଅନୁଗୁଳ ସଦର ଥାନା ବାରସିଂହା ଗାଁର ତପନ ସାହୁ । ଅନୁଗୋଳ ଜିଲ୍ଲା ନାଲକୋ କଲୋନୀର ବହୁ ଚର୍ଚ୍ଚିତ ମଧୁସ୍ମିତା ହତ୍ୟାକାଣ୍ଡର ଦେଢ ମାସ ପରେ ପର୍ଦ୍ଦା ଫାସ କରିଛି ନାଲକୋ ପୋଲିସ । ମହଙ୍ଗା ପଡିଲା ପ୍ରେମ ନିବେଦନ।

ଗତ ଡିସେମ୍ବର ମାସ ୧ ତାରିଖରେ ନାଲକୋ କଲୋନୀରେ ହୋଇଥିଲା ହତ୍ୟାକାଣ୍ଡ । ନାଲକୋ କର୍ମଚାରୀ କାର୍ତ୍ତିକ ଚନ୍ଦ୍ର ପ୍ରଧାନଙ୍କ ସ୍ତ୍ରୀ ମଧୁସ୍ମିତା ପ୍ରଧାନଙ୍କ ସନ୍ଦେହ ଜନକ ମୃତ୍ୟୁ ଘଟିଥିଲା । ପ୍ରେମ ନିବେଦନ କରି ବିଫଳ ହେବାରୁ ଓଢ଼ଣୀରେ ତଣ୍ଟି ଚିପି ହତ୍ୟା କରିଥିଲା ଜହ୍ଲାଦ ପ୍ରେମିକ ତପନ ସାହୁ । ପାଇପ ମିସ୍ତ୍ରୀ ସାଜିଥିଲା ହତ୍ୟାକାରୀ । ହତ୍ୟା ପରେ ଚୋରିର ରୂପ ଦେବା ପାଇଁ ଲୁଟିଥିଲା ଅଳଙ୍କାର । ଅପରେସନ ସାଇଲେଣ୍ଟ କୋବ୍ରା ମାଧ୍ୟମରେ ଧରାପଡିଲା ଅଭିଯୁକ୍ତ । ତା ନିକଟରୁ କାନଫୁଲ ଓ ହାର ଜବତ କରିଛି ପୋଲିସ । ଅଭିଯୁକ୍ତକୁ ଧରିବା ପାଇଁ ୩ଟି ଟିମ ସହ ସ୍ବତନ୍ତ୍ର ତଦନ୍ତକାରୀ ଦଳ ବିଭିନ୍ନ ସ୍ଥାନରେ ଚଢାଉ ଜାରି ରଖିଥିଲା ।
